ମାସିକ ଧର୍ମ ଶିଘ୍ର ଆଣିବାରେ ଏହା ହେଉଛି ଜବରଦସ୍ତ ଘରୋଇ ଉପଚାର…..

0 23

ଆମ ସୃଷ୍ଟି ରେ ଦୁଇ ପ୍ରକାର ର ମନୁଷ୍ୟ ଅଛନ୍ତି ଗୋଟେ ହେଉଛି ଝିଅ ଆଉ ଅନ୍ୟ ଟି ହେଉଛି ପୁଅ | ତେବେ ଝିଅ ମାନଙ୍କର ଜୀବନ ଶୈଳୀ ଭିନ୍ନ ହୋଇ ଥାଏ ଏବଂ ସେମାନଙ୍କୁ ଜୀବନ ରେ ଅନେକ କିଛି ସହ୍ୟ କରିବାକୁ ପଡି ଥାଏ | ଏକ ଝିଅ ଭିତରେ ମାସିକ ଧର୍ମ ଦେଖା ଯାଇ ଥାଏ ଯାହା ପ୍ରତେକ ଯୁବତୀ ଙ୍କ କ୍ଷେତ୍ରରେ ହୋଇ ଥାଏ | ତେବେ ଏକ ମହିଳା ର ବଡ଼ ସପ୍ନ ଥାଏ କି ସେ କେବେ ମା ହେବ ଏବଂ ମା ହେଲା ପରେ ସେ ସଂସାର ର ସବୁ ଖୁସି ପାଇ ଯାଇ ଥାଏ | ତେବେ ମା ହେବା ପାଇଁ ଏକ ମହିଳା ର ମେନ୍ସ ହେବା ନିହାତି ଜରୁରୀ, ଯଦି ଏକ ମହିଳା ର ମେନ୍ସ ହେବ ନାହିଁ ତେବେ ସେ କୌଣସି ଉପାୟ ରେ ମଧ୍ୟ ମା ହୋଇ ପାରିବ ନାହିଁ |

ଏହି ମେନ୍ସ ଝିଅ ଙ୍କ 17 ବର୍ଷ ବୟସ ମଧ୍ୟରେ ଦେଖା ଯାଇ ଥାଇ ଏବଂ ଏଥିରେ କେହି କେହି ମୋଟା ହୋଇ ଯାଆନ୍ତି ତ କିଏ ପତଳା ହୋଇ ଯାଆନ୍ତି | ତେବେ ଏହି ପିରିୟଡ଼ ମହିଳା ଙ୍କ ମଧ୍ୟରେ ମାସ ରେ ଥରେ ହୋଇ କିନ୍ତୁ, ପ୍ରାୟ ଏଥିରେ ଅନିୟମିତତା ମଧ୍ୟ ଦେଖା ଯାଇ ଥାଏ | ତେବେ ଆଜି ଆମେ ଜାଣିବା ଏହି ଅନିୟମିତତା ର କାରଣ କଣ ଏବଂ ଏମିତି ହେଲେ ଏହାର ନିରାକରଣ କଣ, ସେହି ସମ୍ପର୍କ ରେ ଆମେ ଆଜି ଜାଣିବା |

ପ୍ରସ୍ତୁତ ପ୍ରଣାଳୀ :-

ତେବେ ପ୍ରଥମେ ଗୋଟିଏ ବାଉଲ ଦୁଇ କପ ପାଣି ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଜିରା ପକାନ୍ତୁ ଆଉ ପାଣି କୁ ଏକ କପ ହେଲା ପର୍ଯ୍ୟନ୍ତ ଫୁଟାନ୍ତୁ | ଏହା ପରେ ସେଥିରେ ଏକ ଚମଚା ଗୁଡ଼ ପକାନ୍ତୁ ଏବଂ ଏହା ପରେ ତାହାକୁ ଏକ ଗ୍ଲାସ ରେ ଛାଣି ନିଅନ୍ତୁ | ତେବେ ଦିନ ରେ ଆପଣ ଏହାକୁ ଦୁଇ ଥର ପିଇବେ, ଥରେ ସକାଳେ ଏବଂ ଆଉ ଥରେ ରାତିରେ | ତେବେ ଏହି ପାଣିକୁ ପିରିୟଡ଼ ହେବାର ସାତ ଦିନ ପୂର୍ବରୁ ପିଇବେ, ଏହା ପରେ ଆପଣ ନିଜେ ଏହାର ଫଳାଫଳ ଦେଖିବେ |

ଋତୁଶ୍ରାବ ର ଅନିୟମିତତା କାହିଁକି ହୁଏ :-

ଏହି ଋତୁଶ୍ରାବ ରେ ଅନିୟମିତତା ଦୁଇ ପ୍ରକାର ର ଦେଖା ଯାଇଥାଏ, ଫିଜିଓଲୋଜିକାଲ ଏବଂ ଫାଥଲୋଜିକାଲ |

1. ଫିଜିଓଲୋଜିକାଲ :-


ତେବେ ଯେତେ ବେଳେ ଗୋଟେ ଝିଅ ର ପ୍ରଥମ ଥର ପାଇଁ ଋତୁଶ୍ରାବ ହୋଇ ଥାଏ ସେତେ ବେଳେ ପ୍ରାୟ 1 ରୁ 2 ବର୍ଷ ପର୍ଯ୍ୟନ୍ତ ସେଥିରେ ତାର ଅନିୟମିତତା ଦେଖା ଯାଇ ଥାଏ ଏବଂ ଏହା ପରେ ରେଗୁଲାର ଠିକ ସମୟ ରେ ହୋଇ ଥାଏ |

2. ଫାଥଲୋଜିକାଲ :-

ଏଥିରେ ଯଦି ଖାଇବା, ପିଇବା ଏବଂ ଶୋଇବା ରେ ଠିକ ନ ରହିବ ତେବେ ଋତୁଶ୍ରାବ ରେ ଅନିୟମିତତା ଦେଖା ଯାଇ ଥାଏ ଏବଂ ଅଧିକ ମାନସିକ ଚିନ୍ତା ରେ ରହିଲେ ମଧ୍ୟ ଏଭଳି ଭାବେ ଅନିୟମିତତା ଦେଖା ଯାଏ | ସାଧାରଣତଃ ଝିଅ ମାନଙ୍କର ଥାଇରଏଡ଼ କାରଣ ରୁ ପିରିୟଡ଼ସ ରେ ଅନିୟମିତତା ଦେଖା ଯାଏ | ଅର୍ଥାତ ଅଧିକ ମୋଟା ହେଲେ କିମ୍ୱା ଅଧିକ ପତଳା ହୋଇ ଗଲେ ଏଭଳି ଅସୁବିଧା ହୋଇ ଥାଏ |

କେତେବେଳେ ଡାକ୍ତରଙ୍କ ପାଖକୁ ଯିବା ଜରୁରୀ :-

ଯଦି ପିରିୟଡ଼ସ 8 ଦିନ ବିଳମ୍ବ ହୁଏ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ 8 ଦିନ ଯଦି ଅଧିକ ଦିନ ବିଳମ୍ବ ହେଉଛି ତେବେ ତୁରନ୍ତ ଡାକ୍ତର ଙ୍କ ପାଖକୁ ଯାଇ ପରାମର୍ଶ ନିଅନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।