ଦେଖନ୍ତୁ ଭିଡ଼ିଓ : ନିମ୍ବ ଗଛରୁ ଆବିର୍ଭାବ ହେଲେ ପ୍ରଭୁଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ,ଅସମ୍ଭାଳ ଲୋକଙ୍କ ଭିଡ… ଚାଲିଛି ପୂଜାର୍ଚ୍ଚନା…ଭାଇରାଲ ହେବରେ ଲାଗିଛି ପ୍ରଭୁଙ୍କର ଏହି ଅଦ୍ଭୁତ ଦୃଶ୍ୟ |

0 103

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ର ଲୀଳା ଅପାର। ତାଙ୍କର ଲୀଳା କୁ ବିଝିବା କେବେବି ସହଜ ନୁହେଁ। ତେବେ ଆମେ ଜାଣିଛୁ ଯେ ମହା ପ୍ରଭୁ ଙ୍କ ର 12 ବର୍ଷ କୁ ଥରେ ନବ କଲେ ବର ହୋଇ ଥାଏ। ତେବେ ଏହି ନବ କଲେ ବର ର ମୁଖ୍ୟ ଭୂମିକା ନେଇ ଥାଏ ନିମ୍ବ ଗଛ। ସେ ପୁଣି ସାଧାରଣ ନିମ୍ବ ଗଛ ନୁହେ ଯେଉଁ ନିମ୍ବ ଗଛ ରେ ଶଙ୍ଖ ପଦ୍ମ ଗଦା ଚିହ୍ନ ମଧ୍ୟରୁ କିଛି ଥିବା ଦରକାର। ଆଉ ସବୁଠାରୁ ବଡ କଥା ହେଉଛି ସେ ନିମ୍ବ ଗଛ ବିଷୟ ରେ ସ୍ୱୟଂ ମହାପ୍ରଭୁ ନିଜେ ସ୍ବପ୍ନ ରେ ସୂଚନା ଦେଇ ଥାନ୍ତି।

ତେବେ ଏହି ଭଳି ଏକ ଆଶ୍ଚର୍ଯ୍ୟ କର ନିମ୍ବ ଗଛ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ର ଭଣ୍ଡାର ପୋଖରୀ ବ୍ଲକ ର ମହୁରା ଗ୍ରାମରେ। ଯେଉଁ ଗଛ ଟିରେ ଶଙ୍ଖ ପଦ୍ମ ଗଦା ପଦ୍ମ ସବୁ କିଛି ଚିହ୍ନ ରହିଛି। ସାକ୍ଷାତ ବିଷ୍ଣୁ ଙ୍କର ସ୍ୱରୂପ ବୋଲି କେହି କେହି କହୁଛନ୍ତି। ତେବେ ଏହି ବୃକ୍ଷ ଟିକୁ ସମସ୍ତ ଲୋକ ପୂଜା କରିବା କୁ ଲାଗି ଛନ୍ତି। ଏହି ବୃକ୍ଷ କୁ ଦେଖିବା ପାଇଁ ବହୁ ଦୂର ଦୁରନ୍ତ ରୁ ଲୋକ ମାନଣ୍ଣ ର ସୁଅ ଛୁଟୁଛି । ସମସ୍ତେ ଫୁଲ ମାଲ ଦେଇ ଏହି ନିମ୍ବ ବୃକ୍ଷ କୁ ପୂଜା କରୁ ଛନ୍ତି।

ପକୃତ କଥା ହେଉଛି କି ସେହି ବୃକ୍ଷ ଟିକୁ ସେହି ସ୍ଥାନ ର ମାଲିକ ଘରେ ଦୀର୍ଘ 5 ବର୍ଷ ଧରି ପୂଜା କରି ଆସୁ ଛନ୍ତି। ଘର ଲୋକଙ୍କ ର କହିବା ଅନୁଯାୟୀ ଏହି ବୃକ୍ଷ ଟି ବିଷୟରେ କୁ ସେମାନେ ସେତେ ବେଳେ ଜାଣିବାକୁ ପାଇ ଥିଲେ ଯେତେ ବେଳେ ଆରଡ଼ି ରୁ ଜଣେ ବାବା ଆସି କହି ଥିଲେ ଏହି ବୃକ୍ଷ ରେ ଭଗବାନ ଙ୍କ ର ବାସ ରହିଛି। ସ୍ୱୟଂ ନାରାୟଣ ଏହି ବୃକ୍ଷ ରେ ବିରାଜ ମାନ କରି ଛନ୍ତି।


ଏହା ଜାଣିବା ପରେ ଘର ଲୋକ ପ୍ରତିଦିନ ଏହି ବୃକ୍ଷ କୁ ପୂଜା କରୁ ଛନ୍ତି। ତା ସହ ପାଖ ଅଖ ଲୋକ ମଧ୍ୟ ସବୁ ଦିନ ଏଠାକୁ ପୂଜା କରିବା କୁ ଆସିଥାନ୍ତି। କେବେଳ ପାଖ ନୁହେଁ ବହୁ ଦୂର ଦୁରନ୍ତ ରୁ ମଧ୍ୟ ଲୋକ ମାନେ ଏହି ଠାକୁ ପୂଜା କରିବାକୁ ଆସି ଥାଆନ୍ତି। ବିଶ୍ୱାସ ରହିଛି ଏହି ବୃକ୍ଷ କୁ ପୂଜା କରିବା ଦ୍ବାରା ମନସ୍କାମନା ପୂରଣ ହୋଇ ଥାଏ। ଏହି ବିଶ୍ୱାସ ପାଇଁ ବହୁ ଦୂର ରୁ ଲୋକ ମାନେ ଏଠାକୁ ନିଜର ଇଛା ନେଇ ଆସି ଥାଆନ୍ତି। ଓ ସେମାନ ଙ୍କ ର ସବୁ ଇଛା ପୁରଣ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ପ୍ରକୃତ ରେ ଏହା ଭଗବାନ ବିଷ୍ଣୁ ଙ୍କ ର ଏହା ଅପାର କୃପା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।