ଦେଖନ୍ତୁ ଏହି viral ଭିଡିଓ ! ଉଠ୍ ଧନ ଉଠ୍, ଧନରେ ମୁଁ ଥାଉ ଥାଉ ତୁ ଚାଲିଗଲୁ’…..ପୁରା ଭି଼ଡିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…

0 252

ଆପଣ ମାନେ ସମସ୍ତେ ଜାଣିଥିବେ ବିବାହ ହେଉଛି ସବୁଠାରୁ ପବିତ୍ର ବନ୍ଧନ। ଦୁହେଁ ଦୁହିଁଙ୍କ ପାଇଁ ସାତ ଜନ୍ମ ର ସାଥୀ ହୋଇଥାନ୍ତି। ଯାହା ବି ଅସୁବିଧା ଆସିଲେ ଦୁହେଁ ତାକୁ ସାମ୍ନା କରିବା ପାଇଁ ମଧ୍ୟ ଶପଥ ନେଇଥାନ୍ତି। ଜଣଙ୍କ ବିନା ଅନ୍ୟ ଜଣଙ୍କ ର କୌଣସି ମୂଲ୍ୟ ରହି ନଥାଏ। ସବୁ ସୁଖ, ଦୁଃଖ, ହସ ଲୁହ କୁ ନେଇ ଏକ ପରିବାର ଗଠନ କରିଥାଏ ଏହି ବିବାହ। ବିବାହ ପରେ ଉଭୟ ପତି ଓ ପତ୍ନୀ ଦୁହେଁ ଏକାଠି ମିଶି ଏକ ନୂତନ ସୁନ୍ଦର ସଂସାର ଗଢ଼ିବା ର ସ୍ୱପ୍ନ ଦେଖିଥାନ୍ତି।

ଯଦି ଏହି ସ୍ବାର୍ଥ ପୂର୍ଣ୍ଣ ସମାଜରେ ସର୍ତ୍ତହୀନ ଏବଂ ନିବିଡ଼ ଭାବରେ ଭଲ ଆଉଥିବା ଦୁଇଟି ହୃଦୟକୁ ଯଦି ଅଲଗା କରି ଦିଆଯାଏ କୌଣସି କାରଣରୁ ତାହେଲେ ଅନ୍ୟ ଜଣଙ୍କୁ ସମ୍ଭଳିବ କିଏ ।ସତରେ ଏହି ଦୁନିଆରେ ବାକି ଜୀବନ ଏକା ବିତେଇବା କେତେ କଷ୍ଟ ହୋଇଥାଏ।

ଯେତେବେଳେ ସ୍ୱାମୀ ଓ ସ୍ତ୍ରୀ ପ୍ରତିଜ୍ଞା ନେଇଥାନ୍ତି ସମାଜ ଆଗରେ କି ସେମାନେ ପରସ୍ପର ଠାରୁ କେବେ ଅଲଗା ହେବେ ନାହିଁ ,ଆଉ ଯଦି ସେହି ସମୟରେ ଜଣେ ଜଣଙ୍କର ହାତ ଛାଡ଼ି ଚାଲିଯାଏ ତେବେ ସେତେବେଳେ ସ୍ୱାମୀ ଟିର ହୃଦୟ ଭାଙ୍ଗିଯାଏ। କିନ୍ତୁ ଏ ସ୍ୱାର୍ଥପର ଦୁନିଆରେ ଏହିଭଳି ସମ୍ପର୍କ ସମ୍ପୂର୍ଣ୍ଣ ବିଚିତ୍ର। ତେବେ ଏହି ପୃଥିବୀରେ ଜନ୍ମ ନେଇଛ ମାନେ ମୃତ୍ୟୁ ସୁନିଶ୍ଚିତ। ଦେବତା ହେଲେ ମଧ୍ୟ ମୃତ୍ୟୁ ସୁନିଶ୍ଚିତ, ଆମେ ମନୁଷ୍ୟ ତ କେବଳ ମାତ୍ର।

ତେବେ ବର୍ତ୍ତମାନ ସମୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାହା ଦେଖିଲେ ଆପଣଙ୍କ ହୃଦୟ ଫାଟିଯିବ। ଏହି ହୃଦୟ ବିଦାରକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ର ସୋର ତାଳନଗର ପଞ୍ଚାୟତ ସୁନାରୀ ଗାଁ ରେ। ଅଧା ବାଟରେ ଛାଡ଼ି ଚାଲି ଯାଇଛି ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ତ୍ରୀ। ଏକା ରହିଯାଇଛି ସ୍ୱାମୀ। ତେବେ ସେ ତାଙ୍କ ସ୍ତ୍ରୀ ଙ୍କୁ ହରାଇ ସତେ ଯେମିତି ଜୀବନର ସବୁକିଛି ହରାଇ ନିର୍ଜୀବ ଭଳି ପ୍ରତୀୟମାନ ହୋଇଛି। ସୂଚନା ଅନୁସାରେ, ଏହି ଦମ୍ପତି ସୁନାରି ଗାଁ ର ଗ୍ରାମବାସୀ। ତେବେ ସ୍ତ୍ରୀ ଙ୍କ ବୟସ ୨୧ ବର୍ଷ ହେବ। ସେ ଗର୍ଭବତୀ ମଧ୍ୟ ଥିଲେ। ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ତାଙ୍କ ସ୍ୱାମୀ ଙ୍କ ଜଣାଇଥିଲେ। ତାଙ୍କ ସ୍ୱାମୀ ସଙ୍ଗେ ସଙ୍ଗେ ଅଙ୍ଗନବାଡ଼ି ଦିଦି ଙ୍କୁ ଫୋନ୍ କରିଥିଲେ ଓ ସେ ପହଞ୍ଚି ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ।

ପ୍ରାୟ ୧୦ ରୁ ୧୫ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ଆସି ପହଞ୍ଚିଯାଇଥିଲା। ସମସ୍ତେ ଧର୍ମର କରି ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ କୁ ଉଠାଇଥିଲେ। ତେବେ ସୋର ଡାକ୍ତରଖାନା ଆସିବା ରାସ୍ତାରେ ଆଖି ବୁଜିଦେଇଥିଲେ ସ୍ତ୍ରୀ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ମୃତ୍ୟୁ ବୋଲି ଘୋଷଣା କରିଥିଲେ। ଏହା ଶୁଣି ସ୍ୱାମୀ ଆଉ ନିଜକୁ ସମ୍ଭାଳି ପାରିନଥିଲେ। ଗର୍ଭବତୀ ସ୍ତ୍ରୀ ର ମୃତ୍ୟୁ ରେ ପେଟରେ ଥିବା ପିଲାର ମଧ୍ୟ ମୃତ୍ୟୁ ହୋଇଥିଲା। ଏକା ସାଙ୍ଗରେ ସ୍ତ୍ରୀ ଓ ପିଲାଙ୍କୁ ହରାଇ କାନ୍ଦୁଛି ସ୍ୱାମୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।