viral video -ଆତ୍ମହତ୍ୟା କରିବାକୁ ଟ୍ରେନ ଲାଇନରେ ଶୋଇପଡିଲେ ଯୁବକ, ବ୍ରେକ ମାରି ଜୀବନ ରକ୍ଷାକଲେ ଟ୍ରେନ ଡ୍ରାଇଭର ଭିଡ଼ିଓ ହେଲା ଭାଇରଲ.

0 61

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ। ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି। ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି। କିନ୍ତୁ ବେଳେବେଳେ ମଧ୍ୟ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣଙ୍କର ହୃଦୟ ଦୁଃଖ ରେ ଭାଙ୍ଗି ପଡ଼ିବ। ତେବେ କୌଣସି କାରଣରୁ ଲୋକମାନେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥାନ୍ତି। ସେ କୌଣସି ଅସୁବିଧା ର ସମ୍ମୁଖୀନ ନ କରି ପାରି ଭିତରେ ଭିତରେ କଷ୍ଟ ପାଉଥାଏ ଏବଂ କାହାକୁ ମଧ୍ୟ କହିପାରେ ନାହିଁ। ଶେଷରେ ସେ କିଛି ଉପାୟ ନ ପାଇ ମୃତ୍ୟୁ ର ରାସ୍ତା ବାଛିଥାନ୍ତି।
 ତେବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଘଟଣା ବିଷୟରେ ଦେଖିବା ପାଇଁ ମିଳିଛି ଯାହାକୁ ଆପଣ ମାନେ ଦେଖିଲା ପରେ ଆପଣ ବି ଅବାକ୍ ହୋଇ ରହିଯିବେ। ତେବେ ଘଟଣା ଟି ହେଉଛି ଜଣେ ଯୁବକ ଟ୍ରେନ୍ ଲାଇନ୍ ଉପରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ବର୍ତ୍ତମାନ ଏହି ଖବର ଟି ଚାରିଆଡ଼େ ଭାଇରାଲ୍ ହେବାରେ ଲାଗିଲାଣି। ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ମୁମ୍ବାଇ ର। ଗୋଟିଏ ସେକେଣ୍ଡ ରେ ଉପରେ ଚଢ଼ି ଯାଇଥାନ୍ତା ଟ୍ରେନ୍ ଓ ଚାଲିଯାଇଥାନ୍ତା ଜୀବନ। ଟ୍ରେନ୍ ଚାଳକ ଦେଖି ମାରିଥିଲେ ଏମରଜେନ୍ସି ବ୍ରେକ୍। ଫଳରେ ଯୁବକଙ୍କ ଜୀବନ ବଞ୍ଚିଥିଲା।

 

ତେବେ ସେଠାରେ ଥିବା ସିସି ଟିଭି ରେ ରେକର୍ଡ ହୋଇଥିଲା। ଆପଣ ଆଗରୁ ଦେଖିନଥିବେ ବା ଶୁଣିନଥିବେ। ବିନା ସିଗନାଲ୍ ରେ କୌଣସି ଟ୍ରେନ୍ ଅଟକାଇବା କଥା। କିନ୍ତୁ ଜଣକ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍ ଚାଳକ ଠିକ୍ ସମୟରେ ଏମରଜେନ୍ସି ବ୍ରେକ୍ ମାରି ଜୀବନ ବଞ୍ଚାଇଥିଲେ। ବ୍ୟକ୍ତି ଜଣକ ରେଲୱେ ଟ୍ରାକ ରେ ଚାଲିଯାଉଥିଲେ ତାପରେ ହଠାତ ବ୍ୟକ୍ତି ଜଣକ ଟ୍ରାକ୍ ଉପରେ ଶୋଇ ପଡ଼ିଥିଲେ। ସେହି ଦୃଶ୍ୟ ଟି ଦେଖିଲା ଜାଣି ପାରିବେ ଯେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ପାଇଁ ଚାହୁଁ ଥିଲା। ଟ୍ରେନ୍ ଚାଳକ ଦେଖି ଏଭର୍ ବ୍ରେକ୍ ମାରିଥିଲେ ଏବଂ କ୍ଷଣକ ମଧ୍ୟରେ ଟ୍ରେନ୍ ଅଟକିଯାଇଥିଲା।

ପରେ ସଙ୍ଗେ ସଙ୍ଗେ ଆରପିଏଫ ପୋଲିସ୍ ଦୈଡ଼ି ଆସିଥିଲେ ଓ ବ୍ୟକ୍ତି ଜଣକୁ ଉଦ୍ଧାର କରିଥିଲେ। ତେବେ ଟ୍ରେନ୍ ଚାଳକ ଏଭଳି କାର୍ଯ୍ୟ ପାଇଁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଥିଲା। ସମସ୍ତେ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଟ୍ରେନ୍ ଚାଳକଙ୍କ ବୁଦ୍ଧି ଯୋଗୁଁ କିଛି ସେକେଣ୍ଡ ମଧ୍ୟରେ ଏମରଜେନ୍ସି ବ୍ରେକ୍ ମାରି ଯୁବକ ଜଣକ ର ଜୀବନ ରକ୍ଷା କରିଥିଲେ। ଏହି ଭିଡିଓ କୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି ଏବଂ ପ୍ରଶଂସା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।