୫ ମିନିଟ ଘୋରାଇ ଉପାୟରେ ତ୍ବଚାର ଯତ୍ନ

0 185

ସୁନ୍ଦରତା ହେଇଛି ଏପରି ଏକ ଶବ୍ଦ ଯାହା ଶୁଣିବା ମାତ୍ରେ ମନରେ ଆସିଯାଏ ଏକ ଅପୂର୍ବ ଆନନ୍ଦର ଲହରୀ । ସମସ୍ତ ବ୍ୟକ୍ତି ଚାହାଁନ୍ତି ଯେ ସେମାନେ ଯାହା କରୁଛନ୍ତି ତାହା କିଭଳି ସୁନ୍ଦର ହେଉ , ଆଉ ଯଦି କଥାଟା ତ୍ବଚା ଉପରକୁ ଆସେ ତେବେ ଆଜିର ଏ ଆଧୁନିକ ସମାଜରେ ଏପରି କିଏ ଅଛି ଯେ ସେ ସୁନ୍ଦର ଦେଖାଯିବାକୁ ଚାହେଁ ନାହିଁ ପ୍ରତେକ ବ୍ୟକ୍ତିର ଏକ ଅଭିଳାଷ ଥାଏ ସେ କେମିତି ସୁନ୍ଦର ଦେଖା ଯିବ।ତେବେ ନିଜ ତ୍ବଚାର ଯତ୍ନ କିପରି ଭାବେ ନିଆଯାଇ ପାରିବ ସେ ବିଷୟରେ ଜାଣିବା ପାଇଁ ମନରେ ଆଗ୍ରହ ଆସିଥାଏ ।


ମୁଁହ ରେ କିଭଳି ଭାବେ ଚମକ ଆସିବ ଏବଂ ମୁଁହ କେମିତି ଚମକି ଉଠିବ ତାର କିଛି ପ୍ରାକୃତିକ ଏବଂ ଘରୋଇ ଉପାୟରେ ପ୍ରାସାଧାନ ସାମଗ୍ରୀ ପ୍ରସ୍ତୁତ କରି ତ୍ବଚାର ଯତ୍ନ ନିଆଯାଇ ପାରିବ ସେ ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ- ଗୋଟିଏ ଆଳୁ, ବେସନ,ହଳଦୀ ଗୁଣ୍ଡ, ମହୁ ଏବଂ ଗୋଲାପ ଜଳ

ପ୍ରସ୍ତୁତି ପ୍ରଣାଳୀ:- ଏକ ଆଳୁ ନିଅନ୍ତୁ, ଆଳୁ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବେ ଏହି ଆଳୁର ଚୋପା ଛଡ଼ାଇ ଆଳୁ କୁ କୋରି ଏକ ଗିନା ରେ କିଛି ସମୟ ପାଇଁ ରଖିଦିଅନ୍ତୁ।କିଛି ସମୟ ପରେ ଆଳୁ ରୁ ରସ ବାହାର କରନ୍ତୁ ।ଆଳୁ ରସ ଯାହାକି ତ୍ବଚା ପାଇଁ ଏକ ଲାଭକାରୀ ଉପକରଣ ଯାହା ତ୍ବଚାରେ ଚମକ ଆଣିଥାଏ ।ଏହା ପରେ ଆଉ ଏକ ଗିନାରେ ଗୋଟେ ଚାମଚ ବେସନ ନିଅନ୍ତୁ ଏହା ଚେହେରାର କଳାପଣ ଓ ଦାଗ ଦୂର କରିଥାଏ। ଏବେ ବେସନ ରେ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ। ହଳଦୀ ତ୍ବଚା ପାଇଁ ମଧ୍ୟ ଭଲ ଉପକାର ଦେଇଥାଏ। ବେସନ ଏବଂ ହଳଦୀ କୁ ଭଲଭାବରେ ମିଶେଇ ଏଥିରେ ଆଳୁରସକୁ ଗୋଳାଇ ଦିଅନ୍ତୁ ଏବଂ ଟିକେ ମହୁ ଓ ଗୋଲାପ ଜଳ ମିଶାଇ ଭଲ ଭାବରେ ଗୋଳାନ୍ତୁ।

ଏବେ ପ୍ରସ୍ତୁତ ହୋଇଥିବା ସାମଗ୍ରୀକୁ ହାତ ସାହାଯ୍ୟରେ ମୁହଁରେ ଲଗାନ୍ତୁ । ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖିଲା ପରେ ମୁଁହକୁ ଆସ୍ତେ ଆସ୍ତେ ଧୁଅନ୍ତୁ । ତା ପରେ ଏକ ସଫା କପଡ଼ାରେ ମୁହଁକୁ ଭଲ ଭାବରେ ପୋଛି ଦିଅନ୍ତୁ।

ଉପକାର- ଏହି ଉପାୟ ରେ ନିଜ ତ୍ବଚାର ଯତ୍ନ ନେବା ଦ୍ବାରା ଚେହେରାର କଳା ଦାଗ ଦୂର ହୋଇଥାଏ , ତ୍ବଚାରେ ବ୍ରଣକୁ ଦୂର କରିବା ସହ ଗୋରା ଏବଂ ସୁନ୍ଦର ମଧ୍ୟ କରିଥାଏ , ଏଥିରେ ବ୍ୟବହୃତ ହୋଇଥିବା ସାମଗ୍ରୀ ଗୁଡ଼ିକ ସଂପୂର୍ଣ୍ଣ ପ୍ରାକୃତିକ ଯାହା ତ୍ବଚାକୁ ସୁରକ୍ଷିତ ରଖେ। ଏହା ଲଗେଇବା ଦ୍ୱାରା ଚେହେରାରେ କୈାଣସି ସମସ୍ୟା ଦେଖା ଦେଇନଥାଏ। ଏହି ସବୁ ସାମଗ୍ରୀ ନିଜ ଘରେ ହିଁ ମିଳିଯିବ ଯାହା ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରି ହେବ ଏବଂ କିଛିଦିନ ମଧ୍ୟରେ ଚେହେରାରେ ଚମକ ଆସିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।