ଶୋଇବା ପୂର୍ବରୁ ଏହି ଦୁଇ ମନ୍ତ୍ର ଜପ କରିବା ଦ୍ୱାରା ହୋଇଥାଏ ଧନ ପ୍ରାପ୍ତ

0 83

ଆମେ ସବୁବେଳେ ଚାହିଁଥାଉକି ଆମ ଭାଗ୍ୟରେ କେବେ କୈାଣସି ସମସ୍ୟା ଦେଖାନଯାଉ ।ଭାଗ୍ୟ ଦେବୀ ସଦା ସର୍ବଦା ଆମ ଉପରେ ଖୁସି ଥାଉ ।କିନ୍ତୁ କିଛି ଜିନିଷ ଏପରି ଥାଏକି ବହୁତ୍ କିଛି ପ୍ରୟାସ କରି ମଧ୍ୟ ସେହି ସବୁ ମିଳିନଥାଏ ଯାହା ମନରେ ଅଶେଷ ଦୁଃଖ ଦେଇଥାଏ ସେଥିପାଇଁ ଆମେ ନିଜ ଭାଗ୍ୟକୁ ନିନ୍ଧା କରିଥାଉ। କିନ୍ତୁ ଭଗବାନଙ୍କ ବିଚିତ୍ର ସୃଷ୍ଟି ରେ କିଛିବି କାର୍ଯ୍ୟ ଅସମ୍ଭବ ନୁହେଁ ବୋଲି କହିବାରେ ଭୁଲ ହେବ ନାହିଁ

ସୃଷ୍ଟିରେ କିଛି ଏମିତି ଜିନିଷ ରହିଥାଏ ଯାହାକୁ ପାଇବା ପାଇଁ କୈାଣସି ଉପାୟ ଦରକାର ପଡେ ନାହିଁ।ମାନବ ଜୀବନ ଈଶ୍ଵରଙ୍କ ଦାନ ତେଣୁ ଈଶ୍ଵରଙ୍କ ଦୟାରୁ ମାନବ ଜୀବନର ଉଥାନ ପତନ ହୋଇଥାଏ ।ସେହି କ୍ଷେତ୍ର ରେ ଆମ ମନରେ କିଛି ଦିବ୍ୟ ଚେତନାର ଆଭାସ ମିଳଥାଏ ଯାହାକି ଆମ ଲକ୍ଷ୍ୟ ଏବଂ ମନସ୍କାମନା ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ।

ଶାସ୍ତ୍ର ଅନୁଯାୟୀ ଆମେ ଯଦି କିଛି କାର୍ଯ୍ୟକୁ ସ୍ୱଚ୍ଛ ମନରେ ଶ୍ରଦ୍ଧା ଓ ହୃଦୟର ସହ କରିବା ତେବେ ସେହି କାର୍ଯ୍ୟଟି ନିଶ୍ଚିତ ଭାବରେ ସଫଳ ହୋଇଥାଏ ବିଳମ୍ୱ ହେଲେ ବି ନିଶ୍ଚିତ ଭାବରେ ସଫଳ ହୋଇଥାଏ। ଭଗବାନ ଙ୍କ ଆର୍ଶୀବାଦ ପାଇବାକୁ ଚାହୁଁଥିଲେ ଏହି ଦୁଇଟି ମନ୍ତ୍ର ଶୋଇବା ପୂର୍ବରୁ ଜପ କରନ୍ତୁ କୈାଣସି କ୍ଷେତ୍ରରେ ପଛରେ ରହିବେ ନାହିଁ।ଘରେ ସୁଖ ଶାନ୍ତି ରହିବ ଆପଣଙ୍କ ଦିନ ଭଲରେ କଟିବ ତେବେ ସେହି ଦୁଇଟି ମନ୍ତ୍ର ରେ ରହିଛି ଏମିତି ଶକ୍ତି ଯାହା ମାଧ୍ୟମରେ ଘରକୁ ବହୁ ପରିମାଣରେ ଧନ ଆସିଥାଏ। ସେହି ଦୁଇଟି ମନ୍ତ୍ର ହେଉଛି-


୧- ଶ୍ରୀ କୃଷ୍ଣ:- ଶ୍ରୀ କୃଷ୍ଣ ଶବ୍ଦ ହିଁ ଏକ ପ୍ରକାର ମନ୍ତ୍ର ହୋଇଥାଏ ଏହି ମନ୍ତ୍ର ଜପ କରିବା ଦ୍ୱାରା ମନୁଷ୍ୟର ସମସ୍ତ ଦୁଃଖ ଦୂର ହୋଇଥାଏ। କୁହାଯାଇଥାଏକି ଶ୍ରୀ କୃଷ୍ଣ ନାମରେ ସମ୍ପୁର୍ଣ୍ଣ ବ୍ରହ୍ମାଣ୍ଡ ଲୀନ ହୋଇଥାଏ ।ଏହି ମନ୍ତ୍ର ଶୋଇବା ପୂର୍ବରୁ ୧୦୮ ଥର ଜପ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣହୋଇଥାଏ। ଭଗବାନ ଶ୍ରୀ କୃଷ୍ଣ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ଅଟନ୍ତି ତେଣୁ ଶ୍ରୀ କୃଷ୍ଣ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ମନୁଷ୍ୟର ପାପ କ୍ଷୟ ହୁଏ।ଯଦି ଧନ ଜନିତ ସମସ୍ୟା ରହିଥାଏ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ତାହା ସୁଧୁରି ଯାଇଥାଏ ।


୨-ଗୋବଲ୍ଲଭାୟ ସ୍ୱାହା:- ଗୋବଲ୍ଲଭାୟ ସ୍ୱାହା, ଶୋଇବା ପୂର୍ବରୁ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଅପାର ଧନ ପ୍ରାପ୍ତ ହୋଇଥାଏ ।ଏହି ମନ୍ତ୍ର କୁ ସଦାସର୍ବଦା ସଠିକ ଭାବରେ ଉଚ୍ଚାରଣ କରିବା ଉଚିତ ଭୁଲ ଉଚ୍ଚାରଣ କରିବା ଦ୍ୱାରା କୈାଣସି ସୁଫଳ ମିଳିନଥାଏ ।ଏହି ମନ୍ତ୍ରକୁ ଶ୍ରଦ୍ଧାର ସହ ୨୫୦୦ ଥର ଜପ କରିଲେ ଭଗବାନ ଶ୍ରୀ କୃଷ୍ଣଙ୍କର ଅଶେଷ କୃପା ମିଳିଥାଏ । ଭଗବାନ ଶ୍ରୀ କୃଷ୍ଣ ସମସ୍ତ ଦୁଃଖ କଷ୍ଟ ଦୂର କରି ଧନର ଅଭାବ ଦୂର କରନ୍ତି।
।। ଜୟ ଶ୍ରୀ କୃଷ୍ଣ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।