ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ଭଲ ସମୟ ଆସିଥାଏ, ଆସନ୍ତୁ ଜାଣିବା ସେ ବିଷୟରେ .

0 1,097

ମଣିଷକୁ ଖୁସି ରହିବା ପାଇଁ ହେଲେ ପ୍ରତିଦିନ କିଛି ନା କିଛି ଭଲ ଚିନ୍ତା କରିବାକୁ ପଡ଼ିଥାଏ ।ମନ ରେ ଶୁଭ ଭାବନା ଆଣିବା ପାଇଁ ସାଧୁ ସନ୍ଥ ମାନଙ୍କ ଉପଦେଶ ମାନି ଚାଲିବାକୁ ପଡ଼ିଥାଏ। ସାଧୁ ସନ୍ଥମାନଙ୍କ ବାଣୀ ଶୁଣିବା ଦ୍ୱାରା ମନରେ ଶୁଭ ଚିନ୍ତନ ସୃଷ୍ଟି ହୋଇଥାଏ ଯାହାକି ମଣିଷକୁ ଖୁସି ରହିବାରେ ଅନେକ ସାହାଯ୍ୟ କରିଥାଏ।ସେହି ସବୁ ସାଧୁ ସନ୍ଥମାନଙ୍କ ବାଣୀ ମଧ୍ୟରୁ ଅନ୍ୟତମ ଏକ ବାଣୀ ଯାହା ଆଜିର ଦୁନିଆରେ ଅନୁଚିନ୍ତା ପାଇଁ ଏକାନ୍ତ ଆବଶ୍ୟକ।

ଦୈନଦିନ ଜୀବନରେ ଏପରି କିଛି କାର୍ଯ୍ୟ ଅଛି ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟର ଜୀବନ ସୁଖମୟ ହୋଇଥାଏ । ଏବଂ ପରିବାରରେ ସୁଖ, ଶାନ୍ତି,ସମୃଦ୍ଧିର ବୃଦ୍ଧି ହୋଇଥାଏ।

ଆମେ ପ୍ରତେକ ଦିନ ସକାଳୁ ଉଠି ପ୍ରାୟ ନିଜ ମୁଁହ ଅଇନାରେ ଦେଖିଥାଉ କିନ୍ତୁ ସକାଳୁ ଉଠିଲା ପରେ କେବେବି ଆଇନରେ ନିଜ ମୁଁହ ଦେଖିବା ଉଚିତ ହୋଇନଥାଏ। ନଚେତ୍ ଏହା ଦିନସାରା ନକରାତ୍ମକ ପ୍ରଭାବ ପକାଇଥାଏ। ଏବଂ ରାତିରେ ଶୋଇଲା ପୂର୍ବରୁ ଆଇନକୁ ଏକ କଳା କପଡ଼ାରେ ଗୁଡ଼ାଇ ରଖିବା ଦରକାର ନଚେତ୍ ଏହାର ଖରାପ ପ୍ରଭାବ ପଡ଼ିଥାଏ ଯାହା ଫଳରେ ସାରାଦିନ ସମସ୍ତ ପ୍ରକାର ସମସ୍ୟା ଓ ବାଧା ବିଘ୍ନ ଦ୍ୱାରା ପ୍ରଭାବିତ ହେବାକୁ ପଡିଥାଏ।


ସକାଳୁ ଉଠି ସର୍ବପ୍ରଥମେ ନିଜର ହାତ ପାପୁଲି ଦେଖିବା ବହୁତ୍ ଶୁଭ ହୋଇଥାଏ ଏବଂ ସକାଳୁ ଉଠିଲା ପରେ ଯଦି ଶଙ୍ଖ ଧ୍ୱନି, ଗାୟତ୍ରୀ ମନ୍ତ୍ର କିମ୍ୱା ମନ୍ଦିରର ଘଣ୍ଟି ଶବ୍ଦ ଶୁଣିଲେ ମନରେ ସକରାତ୍ମକ ଚିନ୍ତାଧାରା ଆସିଥାଏ ଯାହାକି ବହୁତ ଶୁଭ ହୋଇଥାଏ।

କିଛି ବ୍ୟକ୍ତି ପ୍ରାୟତ ଦୈନଦିନ ଜୀବନରେ ହାତ ଘଣ୍ଟା ବ୍ୟବହାର କରିଥାନ୍ତି ।ନିଜେ ପିନ୍ଧିଥିବା ଘଣ୍ଟା କୁ କେବେ ଅନ୍ୟକୁ ଦେବା ଉଚିତ୍ ନୁହେଁ କି ଅନ୍ୟ ଜଣଙ୍କ ପିନ୍ଧିଥିବା ଘଣ୍ଟା ନିଜେ ପିନ୍ଧିବା ଉଚିତ୍ ହୋଇନଥାଏ ଏହା ବହୁତ ଅଶୁଭ ହୋଇଥାଏ ଏବଂ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ।ନିଜେ ଲେଖୁଥିବା କଲମ ମଧ୍ୟ କାହାକୁ ଦେବା ଉଚିତ ହୋଇନଥାଏ।ଏହା ଦ୍ୱାରା ଆର୍ଥିକ ଅବସ୍ଥା ଭଲ ରୁହେ ନାହିଁ।


ପ୍ରାୟତ ଆଜିକାଲି ଲୋକ ମାନେ ବହୁତ ସମୟ ଧରି ଅନିଦ୍ରା ରହୁଛନ୍ତି, କିନ୍ତୁ ମନେରଖନ୍ତୁ ରାତି ୧ ରୁ ୩ଟା ମଧ୍ୟରେ କେବେ ଅନିଦ୍ରା ରହିବା ଠିକ ନୁହେଁ। ଏହି ସମୟରେ ଅନିଦ୍ରା ରହିବା ଦ୍ୱାରା ନକରାତ୍ମକ ସମସ୍ୟା ଦେଖିବାକୁ ମିଳିଥାଏ।

କାହାକୁ ନିଜ ସକ୍ଷମ ଠାରୁ ବଡ଼ ଉପହାର ଦେବା ଉଚିତ ହୋଇନଥାଏ ଏହା ଦ୍ୱାରା ଯେକୌଣସି ସମସ୍ୟାରେ ପଡ଼ିଯାଏ ପାରନ୍ତି।ଘରେ ରୋଷେଇ କରିବା ପୂର୍ବରୁ ସ୍ନାନ କରବା ଆବଶ୍ୟକ ଅଟେ ଏହା ଦ୍ୱାରା ସକରାତ୍ମକ ଶକ୍ତିର ବୃଦ୍ଧି ପାଇଥାଏ। ପ୍ରତେକ ଦିନ ସକାଳୁ ଓ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ବତୀଟିଏ ଏବଂ ଦୀପଟିଏ ଜାଳିବା ବହୁତ ଶୁଭ ହୋଇଥାଏ ଏହା ଘରର ସୁଖ ଶାନ୍ତି ସମୃଦ୍ଧିର ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।