ସ୍ୱାର୍ଥପର ଦୁନିଆଁ ରେ ମାନବିକତା ର ଉଦାହରଣ.ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଗର୍ବିତ ହୋଇଯିବେ.ଆଉ ଏହି ବ୍ୟକ୍ତି ମାନଙ୍କ ପାଖରୁ ଅନେକ କି ଶିକ୍ଷା କରିବେ ମଧ୍ୟ…

0 338

ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଆମ ଆଗକୁ କିଛି ଏହିପରି ଫୋଟ ଓ ଭିଡିଓ ଆସିଯାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗେ। ଆମ ମନ କୁ ବହୁତ ଶାନ୍ତି ଲାଗେ କି ଏବେ ବି ଆମ ସମାଜ ରେ ମାନବିକତା ବଞ୍ଚି ରହିଛି ବୋଲି।ତେବେ ମଣିଷ ଜାତି ଆମର ଏହି ପରିବେଶ କୁ ସୁରକ୍ଷା କରିବାର ନିଷ୍ପତ୍ତି ନେଇଛନ୍ତି ମାତ୍ର ସୁରକ୍ଷିତ କରିବା ବଦଳରେ ଏମାନେ ତାହାକୁ ଆହୁରି ଆବର୍ଜନା କରିଛନ୍ତି। ଆଉ ଏହାର ଦଣ୍ଡ ପାଉଛନ୍ତି ପଶୁପକ୍ଷୀ ମାନେ।ତେବେ ଏହି ପୋଷ୍ଟ ରେ ଆମେ ଆପଣ ଙ୍କୁ କେତେକ ଏହିଭଳି ଭିଡିଓ ବିଷୟ ରେ ଜଣେଇବୁ ଯାହା ଆପଣଙ୍କୁ ଆନନ୍ଦିତ କରିଦେବ।

୧.ଏମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥିଲା, ଯେଉଁ ଥିରେ ଗୋଟିଏ କୁକୁର ମୁଁହ ରେ ପାସ୍ୱଷ୍ଟିକ ଡ଼ବା ପୁରାଇ ଦେଇଥିଲା। ଆଉ ତାହା ବାହାର ନକରି ପରିବାରୁ ସେ ଅସ୍ତବ୍ୟସ୍ତ ହୋଇ ଯାଉଥିଲା। ମାତ୍ର ଜଣେ ବ୍ୟକ୍ତି ଏହା ଦେଖିବା ପରେ ତାଙ୍କୁ ସୁରକ୍ଷିତ ଭାବରେ ପାସଷ୍ଟିକ ଡବା କୁ କାଟି ବାହାର କରି ଦେଇଥିଲେ।

୨.ଅନ୍ୟ ଏକ ଭିଡ଼ିଓ ରେ ଦେଖାଯାଇ ଥିଲା କି, ଗୋଟିଏ ଗାଈ ଖାଇବା ଆଶାରେ ଗଛ ରେ ହୋଇଥିବା ବଡ଼ ଗାତ ରେ ମୁଁହ ପୁରାଇ ଥିଲା ଘାସ ଖାଇବା ପାଇଁ। କିନ୍ତୁ ତା ମଧ୍ୟରୁ ସେ ମୁଁହ ବାହାର କରିପାରି ନଥିଲା। କିନ୍ତୁ ଜଣେ ସହୃଦୟ ବ୍ୟକ୍ତି ଏହାକୁ ଦେଖି କୁଢାଡି ରେ ତା ପାଖ କାଟି ଦେଇ ଗାଈ ର ମୁଁହ କୁ ବାହାର କରିଥିଲେ।

୩.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ଗୋଟିଏ କୁକୁର ଛୁଆ ରାସ୍ତା କଡରେ ଥିବା ନାଳ ରେ ପଡିଯାଇଥିଲା , ଆଉ ସେଠାରୁ ବାହାରି ପାରିନଥିଲା। ତେବେ ଏହାକୁ ଦେଖି ଜଣେ ଯୁବତୀ ନିଜ ନାଳ କୁ ଓହ୍ଲାଇ କୁକୁର ଛୁଆ କୁ ବାହାର କରିଥିଲେ।

୪.ଅନ୍ୟ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ଗୋଟିଏ ଭାଲୁ ଜଙ୍ଗଲ ରେ ପଡିଥିବା ପ୍ଲାଷ୍ଟିକ ଜାର ମଧ୍ୟରେ ମୁଣ୍ଡ ପୁରାଇ ଦେଇଥିଲା। ଆଉ ସେହିପରି କଷ୍ଟ ପାଉଥିଲା, ତେବେ ଜଣେ ବ୍ୟକ୍ତି ଏହାକୁ ଦେଖି ତାକୁ ନିଜ ସହ ପଶୁ ଡାକ୍ତର ଙ୍କ ପାଖକୁ ଆଣି ତାର ଚିକିତ୍ସା କରିଥିଲେ।

୫.ସେହିଭଳି ଅନ୍ୟ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ଗୋଟିଏ ନାଗ ସାପ ବେକ ରେ ପ୍ଲାଷ୍ଟିକ ଜୁସ ବୋଟଲ ପଶି ଯାଇଥିଲା ଆଉ ସେ କଷ୍ଟ ପାଉଥିଲା। କିନ୍ତୁ ଲୋକମାନେ ଏହା ଦେଖି ଜଙ୍ଗଲ ବିଭାଗ ଦ୍ଵାରା ୟାର ଚିକିତ୍ସା କରିଥିଲେ।

୬.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖିବା କୁ ମିଳିଥିଲା କି, ଗୋଟିଏ କୁକୁର ପାଣି ମଧ୍ୟରେ ପଶିଯାଇ କାଦୁଅ ରେ ଫସି ଯାଇଥିଲା ।କିନ୍ତୁ କେତେକ ଲୋକ ଏହାକୁ ଦେଖି ତାକୁ ବହୁତ କଷ୍ଟ ରେ ସେହି ପଙ୍କ ମଧ୍ୟରୁ ବାହାର କରିଥିଲେ।

ତେବେ ଏହିପରି ଅନେକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହା ଦେଖିଲେ ଆପଣ ମଧ୍ୟ କହିବେ କି ବର୍ତ୍ତମାନ ର ଏହି ସ୍ୱାର୍ଥପର ଦୁନିଆଁ ରେ ମାନବିକତା ରହିଛି।ଏବଂ ଏହି ବ୍ୟକ୍ତି ମାନଙ୍କର ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।