ଫୁଲ ତୋଳିବା ଲାଗି ରହିଥିବା କିଛି ନିୟମ ଆସନ୍ତୁ ଜାଣିବା ସେ ଗୁଡିକ କଣ କଣ !

0 651

ଭଗବାନଙ୍କ ସୃଷ୍ଟିରେ ସମସ୍ତ କାର୍ଯ୍ୟ କରିବା ପାଇଁ କିଛି ନା କିଛି ନିୟମ ରଖିଛିନ୍ତି।ଯାହା ପାଳନ କରିବା ଦ୍ୱାରା ବ୍ୟକ୍ତି ମଙ୍ଗଳ ହୋଇଥାଏ।ଯଦି ପାଳନ କରିବାରେ କିଛି ବାଧା ସୃଷ୍ଟି ହୁଏ ତେବେ ଏହାର କୁ ପ୍ରଭାବ ଦେଖିବାକୁ ମିଳିଥାଏ।

ପ୍ରକୃତି ର ସବୁଠାରୁ ସୁନ୍ଦର ଵସ୍ତୁ ହେଉଛି ଫୁଲ । ଏହି ଫୁଲ କୁ ସମସ୍ତ ପସନ୍ଦ କରନ୍ତି ଏହା ଦେଖିବାକୁ ସୁନ୍ଦର ଏବଂ ମନୋହର । ତା ସହିତ ଏହି ଫୁଲ କୁ ପୂଜା କର୍ମ ରେ କିମ୍ବା ବିବାହ କାର୍ଯ୍ୟ ରେ ତା ସହିତ କେତେବେଳେ କାହାକୁ ଉପହାର ଦେବା ପାଇଁ ମଧ୍ୟ ଏହି ଫୁଲ ବ୍ୟବହାର କରାଯାଇଥାଏ । ତେବେ ସବୁଠାରୁ ଅଧିକ ଠାକୁରଙ୍କ ପୂଜା କର୍ମ ରେ ଫୁଲ ର ବ୍ୟବହାର ହୋଇଥାଏ ।


ଫୁଲ, ତୁଳସୀ ପତ୍ର, ବେଲ ପତ୍ର ଆଦି ତୋଳିବାର ମଧ୍ୟ ଅନେକ ନିୟମ ରହିଛି । ସେହି ନିୟମ ଅନୁସାରେ ଏହି ସବୁ କୁ ତୋଳିବା ଏବଂ ଭଗବାନ ଙ୍କୁ ଚଢାଇବା ଉଚିତ ଏହା ଦ୍ୱାରା ଆମକୁ ଉଚିତ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଆଜି ଜାଣିନେବା ଏସବୁ ତୋଳିବାର କିଛି ନିୟମ ।

ତେବେ ଆମେ ଯେତେବେଳେ ପୂଜା ଅର୍ଚ୍ଚନା ର ସବୁ କାର୍ଯ୍ୟ ସ୍ନାନ କରିବା ପରେ କରିଥାଉ ତେବେ ଫୁଲ ମଧ୍ୟ ସ୍ନାନ କରିବା ପରେ ତୋଳିବା ଉଚିତ ବୋଲି ଭାବିଥାଉ କିନ୍ତୁ ଏହା ଭୁଲ ସବୁବେଳେ ସ୍ନାନ କରିବା ପୂର୍ବରୁ ହିଁ ଫୁଲ କୁ ତୋଳି ରଖିବା ଉଚିତ ଏହା ଶାସ୍ତ୍ର ଏବଂ ପୁରାଣ ରେ ମଧ୍ୟ ବର୍ଣ୍ଣିତ ଅଛି ।


ତେବେ ଫୁଲ କୁ ତୋଳିବା ସମୟରେ ନିଜର କନିଷ୍ଠ ଆଙ୍ଗୁଳି ଏବଂ ବିଶି ଆଙ୍ଗୁଳି ଲାଗିବା ଉଚିତ ନୁହେଁ । ଏଭଳି କରିବା ଅନୁଚିତ ଏବଂ ଏହା ଦ୍ୱାରା ଆମକୁ ପାପ ମଧ୍ୟ ଲାଗି ପାରେ । ସର୍ଵଦା ପ୍ରାକୃତିକ ଭାବରେ ଫୁଟିଥିବା ଫୁଲ ହିଁ ଠାକୁର ଙ୍କ ପାଖରେ ଚଢାଇବା ଉଚିତ ।

ଏହା ଛଡା କାହାର ବାରି ପଟୁ ଚୋରଙ୍କ ଭଳି ଫୁଲ ଆଣି ପୂଜା କରିବା ଅନୁଚିତ ଏହା ଫୁଲ ଚୋରି ହୋଇଥାଏ ଏବଂ ଏହାକୁ ଭଗବାନ କେବେବି ଗ୍ରହଣ କରନ୍ତି ନାହିଁ ତେବେ କିଛି ଯେତେବେଳେ ବି ଫୁଲ ଆଣିବା ସେହି ବାରି ର ମାଲିଙ୍କ ଠାରୁ ଅନୁମତି ନେଇ ଆଣିବା ଉଚିତ ।


ତୁଳସୀ ପତ୍ର ତୋଲିବାର ମଧ୍ୟ କେତକ ନିୟମ ରହିଛି ଏହାକୁ ଅଗାଧୁଆ ,ରବିବାର, ସଂକ୍ରାନ୍ତି ରେ ତୋଳିବା ଉଚିତ ନୁହେଁ।
ଏହା ଛଡା ଯେତେବେଳେ ଆମେ ଫୁଲ, ତୁଳସୀ ପତ୍ର, ବେଲ ପତ୍ର ଆଦି ତୋଳିବା ପାଇଁ ଯାଇଥାଉ ସେତେବେଳେ ପାଦରେ ଜୋତା କିମ୍ବା ଚପଲ ପିନ୍ଧି ଯିବା ଉଚିତ ନୁହେଁ ସର୍ଵଦା ଖାଲି ପାଦରେ ଯିବା ଉଚିତ ଏବଂ ଯେଉଁ ବସ୍ତ୍ର କୁ ଶୋଇବା ସମୟରେ ପରିଧାନ କରିଥିବେ ସେହି ବସ୍ତ୍ର କୁ ପିନ୍ଧି ଫୁଲ ତୋଳିବା ଅନୁଚିତ ସର୍ଵଦା ଅନ୍ୟ ଏକ ବସ୍ତ୍ର ପିନ୍ଧି ଫୁଲ ତୋଳିବା ଉଚିତ ଅଟେ । ଏହା ଛଡା ଫୁଲ ମିଳୁଥିବା ଗଛ କୁ କେବେବି କଷ୍ଟ ଦେବା ଉଚିତ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।