supreme court ର ବଡ ନିଷ୍ପତି ,ବହୁ ବାପା ଘରେ ସବୁ ଜିନିଷ ଯୌତୁକ !

0 162

ଆମ ସମାଜରେ ଆଜିବି ଯୌତୁକ ଭଳି ଘୃଣ୍ୟ ସାମାଜିକ ପ୍ରଥା ଚାଲି ଆସୁଛି। ବାହାଘର ବେଳେ ଅନେକ ସମୟରେ ଝିଅ ଘର ଉପରେ ଯୌତୁକ ଚାପ ପଡ଼ିଥାଏ।କେତେ କେତେ ସ୍ଥାନରେ ବାହାଘର ସମୟରେ ଯୌତୁକ ନ ଦେଇ ପାରିବାରୁ ବାହାଘର ଭଳି ପବିତ୍ର ବନ୍ଧନ ଭାଙ୍ଗି ଯିବାକୁ ଲାଗୁଛି। ବାହାଘର ପରେ ବି ଯୌତୁକ ନିର୍ଯାତନା ଭଳି ଅନେକ ଅଭିଯୋଗ ଶୁଣିବାକୁ ମିଳୁଛି। ଆଇନ ଅନୁଯାୟୀ ବହୁତ ପଦକ୍ଷେପ ନେବା ସତ୍ବେ ବି ଥମୁନି ଯୌତୁକ ଯନ୍ତ୍ରଣା । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଥମୁନି ଯୌତୁକର ଲାଳସା । ଯୌତୁକକୁ ନେଇ କେତେବେଳେ କାହାକୁ ଯୁଇରେ ଶୋଇବାକୁ ପଡୁଛି ତ କେତେବେଳେ କାହାକୁ ଘର ଛାଡିବାକୁ ପଡୁଛି ।

ଯୌତୁକ ହେଉଛି ଏକ କୁସ୍ଚିତ ସାମାଜିକ ପ୍ରଥା । ଯୌତୁକ ନେବା ଏବଂ ଯୌତୁକ ଦେବା ଉଭୟ ଆଇନ ଗତ ଅପରାଧ। ଏଣିକି ଯୌତୁକ ସମ୍ପର୍କ ବିଷୟରେ ସୁପ୍ରିମ କୋର୍ଟ ଏକ ଗୁରୁତ୍ୱ ପୂର୍ଣ୍ଣ ରାୟ ଶୁଣାଇଛନ୍ତି।ଘର ତିଆରି ପାଇଁ ବୋହୂକୁ ଟଙ୍କା ଦାବି କଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ। ଏକ ଯୌତୁକ ମାମଲାର ଶୁଣାଣି କରି ଏକଥା କହିଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ସମୟରେ ଯୌତୁକର ପରିଭାଷା ବ୍ୟାପକ ହେବ ଉଚିତ୍।

ଏଥିପାଇଁ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ଅର୍ଥାତ ଦାବି କରା ଯାଇଥିବା ସମସ୍ତ ପ୍ରକାର ଜିନିଷ କୁ ଯୌତୁକ ବୋଲି ପରି ଗଣିତ କରାଯିବ। ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ଏଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ୩ ଜଣିଆ ବେଞ୍ଚ ଶୁଣାଣି ଯୌତୁକ ଶବ୍ଦକୁ ବ୍ୟାପକ ଅର୍ଥରେ ନିଆଯିବା ଉଚିତ୍ ବୋଲି କହିଛନ୍ତି। ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି ମୁଲଚାଲ ଯୌତୁକ ଶ୍ରେଣୀରେ ଅର୍ଥାତ ଆଇପିସି ଧାରା ୩୦୪-Bରେ ଅନ୍ତର୍ଭୃକ୍ତ ହେବ ବୋଲି କୋର୍ଟ କହିଛନ୍ତି।


ଜଣେ ମହିଳଙ୍କ ଠାରୁ ତାଙ୍କ ସ୍ୱାମୀ ଏବଂ ଶଶୁର ବାରମ୍ବାର ଟଙ୍କା ଦାବି କରୁଥିଲେ।ହେଲେ ମହିଳାଙ୍କ ପରିବାର ଟଙ୍କା ଦେବା ପାଇଁ ସମର୍ଥ ନଥିଲେ । ଟଙ୍କା ପାଇଁ ମହିଳାଙ୍କୁ ବାରମ୍ବାର ହଇରାଣ କରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦିଆଯାଉଥିଲା। ନିର୍ଯାତନା ସହିନପାରି ମହିଳା ଆତ୍ମହତ୍ୟା କରିଥିଲେ।ଏହା ପରେ ମାମଲା ମଧ୍ୟପ୍ରଦେଶ ହାଇକୋର୍ଟକୁ ଯାଇଥିଲା।

ମଧ୍ୟପ୍ରଦେଶ ହାଇକୋର୍ଟ ସମ୍ପୃକ୍ତ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ। ହାଇକୋର୍ଟ ଘର ନିର୍ମାଣ ପାଇଁ ଟଙ୍କା ଦାବି କଲେ ଏହାକୁ ଯୌତୁକ ନିର୍ଯାତନା ବୋଲି କୁହାଯାଇ ପାରିବନି ବୋଲି କହିଥିଲେ। ଏହା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥଲା। ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।

ଏଥିସହ ସୁପ୍ରିମକୋର୍ଟ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗର ବିଚାର କରି ତଳ କୋର୍ଟ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁରଙ୍କୁ ଆଇପିସି ଧାରା ୩୦୪-B (ଯୌତୁକ ପାଇଁ ହତ୍ୟା), ଆତ୍ମହତ୍ୟା ପାଇଁ ପ୍ରେରିତ କରିବା ଏବଂ ଯୌତୁକ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।