sadhubani-ମୁଁହକୁ ଚିକ୍କଣ କରିବାର ସରଳ ଉପାୟ,ଆସନ୍ତୁ ଜାଣିବା ସେ ସମ୍ପର୍କରେ !

0 598

ସଂସାରେ ସମସ୍ତ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ ସୁନ୍ଦର ଦେଖା ଯାଆନ୍ତୁ।କଥାରେ ଅଛି”ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆଁ ଦିଶୁ ଥାଇ” ସେଥିପାଇଁ ସମସ୍ତଙ୍କ ମନରେ ଏକ ଭାବନା ଜାଗ୍ରତ ହୁଏ କି ସେ କେମିତି ସୁନ୍ଦର ଦେଖାଯିବ। ଯାହା ପାଇଁ ସେ ନିଜକୁ ଅନ୍ୟ ମାନଙ୍କ ସାମ୍ନାରେ ଉପସ୍ଥାପନା କରି ପାରିବେ। ସୁନ୍ଦରତା ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥାଏ ଯାହା ଏକ ନୂଆ ପରିଚୟ ଦେଇଥାଏ।

ଆଜିକାଲି ଆଧୁନିକ ସମାଜରେ ବହୁ ମାତ୍ରାରେ ପ୍ରଦୂଷଣ ହେବାରେ ଲାଗିଛି ଯାହା ଶରୀର ଏବଂ ତ୍ବଚା ଉପରେ ବହୁତ କୁ ପ୍ରଭାବ ପକାଏ।ଏହି ପ୍ରଦୂଷଣ ପାଇଁ ବୟସ ବଢିବା ସଙ୍ଗେ ସଙ୍ଗେ ମୁହଁ ବା ତ୍ବଚାରେ ବହୁତ କଳା ଦାଗ, ବ୍ରଣ ଆଦି ସମସ୍ୟା ଦେଖିବାକୁ ମିଳିଥାଏ।ଯାହା ମୁଁହ କୁ ବହୁତ ବିକୃତ କରି ଦେଇଥାଏ।


ଚିକ୍କଣ ଦାଗହୀନ,ସୁନ୍ଦର,ଚମତ୍କାର ତ୍ବଚା କାହାକୁ ବା ପସନ୍ଦ ନୁହେଁ। ସୁନ୍ଦର ଦେଖା ଯିବ ପାଇଁ ଆମେ ବହୁତ କିଛି ପ୍ରୟାସ କରିଥାଉ। ଯାହା କେବେ କେବେ ଭଲ ପ୍ରଭାବ ପକାଇ ଥାଏ ତ କେତେବେଳେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଏଥିପାଇଁ ଆଜି ଆମେ ଜାଣିବା ଘରୋଇ ଉପାୟ ଦ୍ବାରା ତ୍ବଚାରେ ଚମକ ଆଣିବାର ଉପାୟ।

ବଢ଼ୁଥିବା ବୟସ,ପ୍ରଦୂଷିତ ବାତାବରଣ,ଭୁଲ୍ ଖାଦ୍ୟପେୟ ଏବଂ ଜୀବନଶୈଳୀ କିମ୍ବା କୈାଣସି ରୋଗର କାରଣ ପାଇଁ ମଧ୍ୟ ଏହି ସମସ୍ୟା ହୋଇପାରେ। ପ୍ରବଳ ଖରା କାରଣରୁ ତ୍ବଚାରେ କୈାଣସି ହାନିକାରକ ରାସାୟନିକରେ ହୋଇଥିବା ସୁଗନ୍ଧିତ କ୍ରିମ୍ ଲଗାଇବା ଦ୍ବାରା କେତେକ ବ୍ୟକ୍ତିଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ଏହି ସୁନ୍ଦର ତ୍ବଚା ପାଇଁ ପ୍ରାକୃତିକ ଏବଂ ଘରୋଇ ଉପାୟରେ ଏକ ସାମଗ୍ରୀ ପ୍ରସ୍ତୁତ କରି ଲଗେଇବା ଦ୍ୱାରା ମୁହଁରେ କଳା ଦାଗ, ବ୍ରଣ ଦୂର ହୋଇଯିବ।ଯାହା ଫଳରେ ଆପଣଙ୍କ ତ୍ବଚା ରେ ବହୁତ ଚମକ ଆସିଯିବ। ଆପଣଙ୍କ ତ୍ବଚା ଧୀରେ ଧୀରେ ଚମକି ଉଠିବ ଏବଂ ଆପଣ ବହୁତ ସୁନ୍ଦର ଦେଖା ଯିବେ।

ସେହି ପ୍ରାକୃତିକ ଏବଂ ଘରୋଇ ଉପାୟଟି ହେଉଛି :-

ପ୍ରତିଦିନ ସକାଳୁ ଉଠି ଅଳ୍ପ ଟିକିଏ କଞ୍ଚା କ୍ଷୀର ଆଣନ୍ତୁ ଏବେ ଏହି କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ର ରସକୁ ବାହାର କରି ପକାନ୍ତୁ।ଏବେ ଏହାକୁ ଭଲ ଭାବରେ ମିଶାଇ ଦେଇ ମୁଁହରେ ଲଗାନ୍ତୁ ।ଏହାକୁ କିଛି ସମୟ ମୁହଁରେ ରଖିଲା

ପରେ ଧିରେ ଧିରେ ହାତରେ ଘଷି ଘଷି ପାଣିରେ ଧୋଇ ଦିଅନ୍ତୁ।ଲେମ୍ବୁରେ ସାଇଟ୍ରିକ୍ ଏସିଡ ରହିଥାଏ ଯାହା ଆମ ତ୍ବଚାର ରହିଥିବା ମୃତ କୋଷକୁ ନଷ୍ଟ କରି ଦେଇଥାଏ। ଯାହା ଫଳରେ ମୁହଁରେ ମୃତ କୋଷ ନଷ୍ଟ ହେବା ସହ ନୂତନ କୋଷ ସୃଷ୍ଟି ହୁଏ। ଏହି ପ୍ରକ୍ରିୟା ୧ ମାସ ପର୍ଯ୍ୟନ୍ତ ଲଗାତାର କରିବା ପରେ ମୁହଁରେ ଚମକ ଆସିଯିବ।ଏହା ଲକ୍ଷ୍ମଣ ମିଶ୍ରଙ୍କ ଅନୁଭୂତି ଯୋଗମାଳାରେ ବର୍ଣ୍ଣିତ ହୋଇଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।