Dr Monalisa Das – କ୍ଷୀର ପିଇ ସାରି ଖଆନ୍ତୁ ନାହିଁ ଏହି ୨ଟି ଜିନିଷ, ନଚେତ୍ ହୋଇପାରେ

0 440

କ୍ଷୀର ଆମ ଦେହ ପାଇଁ ବହୁତ ଉପକାରୀ। ତେଣୁ ଯେଉଁମାନେ ପ୍ରତିଦିନ କ୍ଷୀର ସେବନ କରନ୍ତି ତାଙ୍କର ଅନେକ ରୋଗ ଏବଂ ବ୍ୟାଧି ଦୂର ହୋଇଯାଏ। ଏହା ସହିତ ଏଥିରେ ଅନେକ ପ୍ରକାର ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଭରପୁର ଥାଏ। ଆପଣ ଜାଣିଥିବେ କି ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେବନ କରିପାରିବେ ଏଥିରେ କୌଣସି ବାଛ ବିଚାର ନଥାଏ। ଏଥିରେ ଭରପୁର ପରିମାଣ ରେ ପ୍ରଟିନ , କ୍ୟାଲସିୟମ, ଧାତୁ ସାର ଆଦି ରହିଥାଏ ଯାହା ଆମ ଶରୀର ପ୍ରତି ବହୁତ ଉପକାରୀ ଏବଂ ଲାଭବାନ ହୋଇଥାଏ ।

କିନ୍ତୁ ଆମେ ପ୍ରତିଦିନ କ୍ଷୀର ଖାଇବା ପରେ ଆମର ଅଜାଣତ ରେ କିଛି ଏପରି ଖାଦ୍ୟ ଗ୍ରହଣ କରିଥାଉ ବା କହିଥାଉ ଯାହା କି ଆମ ପାଇଁ ଏକ ବଡ଼ ସମସ୍ୟା ପଲଟିଥାଏ। ଏମିତି ମଧ୍ୟ କିଛି ଖାଦ୍ୟ ପଦାର୍ଥ ରହିଛି , ଯାହାକି ଆପଣ କ୍ଷୀର ପିଇ ସାରିବା ପରେ ସଙ୍ଗେ ସଙ୍ଗେ ସେବନ କରିବା ଦ୍ବାରା ଏହା ଆପଣ ଶରୀରରେ ଅନେକ ମାରାତ୍ମକ ରୋଗ ସୃଷ୍ଟି କରିବାର କାରଣ ହୋଇଥାଏ।

ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ ଏହା କି ଯେ କ୍ଷୀର ସେବନ କରିବା ପରେ ସଙ୍ଗେ ସଙ୍ଗେ କେଉଁ ଦୁଇ ଟି ଜିନିଷ ଭୁଲ ରେ ସେବନ କରନ୍ତୁ ନାହିଁ ।ନଚେତ ଆପଣ ମଧ୍ୟ ଏହି ବଡ଼ ଚର୍ମରୋଗ ର ଶିକାର ହୋଇପାରନ୍ତି ।ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଜିନିଷ କଣ ବୋଲି ।

1.ମାଛ:-

ଆପଣ କେବେ ବି କ୍ଷୀର ପିଇବା ପରେ ସଙ୍ଗେ ସଙ୍ଗେ ମାଛ ଗ୍ରହଣ କରନ୍ତୁ ନାହିଁ ଏହା ଆପଣ ଙ୍କର ଶରୀର ପ୍ରତି ବହୁତ ହାନିକାରକ ହୋଇଥାଏ। ଏକ ରିସର୍ଚ୍ଚ ଅନୁସାରେ ଜଣାପଡିଛି ଯେ କ୍ଷୀର ର ଧର୍ମ ହେଉଛି ଗରମ ଏବଂ ମାଛ ର ଧର୍ମ ହେଉଛି ଥଣ୍ଡା ।ତେଣୁ ଯେତେବେଳେ ଆପଣ କ୍ଷୀର ସହ ବା କ୍ଷୀର ପିଇବା ପରେ ପରେ ମାଛ ସେବନ କରୁଛନ୍ତି ସେତେବେଳେ ଆମ ଶରୀରରେ ଉଭୟଙ୍କ ର ମିଶ୍ରଣ ରେ ଏକ ପ୍ରକାରର ବିଷ ସୃଷ୍ଟି ହୋଇଥାଏ ।

ଆଉ ଏହାର ପ୍ରଭାବରେ ଆମ ଶରୀର ରେ ଏକ ନୂତନ ଧରଣର ଚର୍ମରୋଗ ଦେଖାଯାଇଥାଏ। ଏହି ଚର୍ମରୋଗ ର ପ୍ରଭାବ ରେ ଆମ ଶରୀରରେ ଧଳା ରଙ୍ଗର ଫଟା ଫଟା ଦାଗ ଆସିଥାଏ ।ତେଣୁ କ୍ଷୀର ସହ ବା ପରେ ପରେ ମାଛ ସେବନ କରନ୍ତୁ ନାହିଁ। ଯଦି ମାଛ ଖାଇବା କୁ ପସନ୍ଦ କରିଥାନ୍ତି ତେବେ କ୍ଷୀର ପିଇବା ର କିଛି ସମୟ ପୂର୍ବରୁ ବା ପରେ ସେବନ କରନ୍ତୁ ।

2.ଦହି:-

ମାଛ ପରି କ୍ଷୀର ପିଇବା ପରେ ପରେ ଦହି ଖାଇବା ମଧ୍ୟ ଆମ ଶରୀର ପ୍ରତି ହାନିକାରକ ହୋଇଥାଏ। ଏହାକୁ ସେବନ କରିବା ଦ୍ବାରା ଶରୀରରେ ଅନେକ ପ୍ରକାରର ପେଟ ରୋଗ ଦେଖାଯାଇଥାଏ। ତେଣୁ କ୍ଷୀର ସେବନ କରିବା ସଙ୍ଗେ ସଙ୍ଗେ ଦହି ଖାଇବା ଅନୁଚିତ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।