breaking news- ପୁଣି ଫେବ୍ରୁଆରୀ 28 ତାରିଖ ପ୍ରର୍ଯ୍ୟନ୍ତ ବଢିଲା କଟକଣା..ଜାରିହେଲା ନୂଆ ଗାଇଡଲାଇନ୍..ଜାଣନ୍ତୁ କଣ ଖୋଲା କଣ ବନ୍ଦ !

0 538

ତେବେ ଆପଣ ମାନେ ତ ଜାଣନ୍ତି ଦୁଇ ବର୍ଷ ହେବ ସାରା ବିଶ୍ୱ ରେ କିପରି କରୋନା ଆତଙ୍କ ଖେଳାଇ ଥିଲା | ଆଉ ବର୍ତ୍ତମାନ ଏବେ କିଛି ମାସ ହେବ ଏହି କରୋନା ସଂକ୍ରମଣ କିଛି ମାତ୍ରା ରେ କମିବାର ଦେଖା ଯାଇଛି | ଏହି କରୋନା ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀ ପର୍ଯ୍ୟାୟ ରହି ଥିଲା, ଯେଉଁଥିରେ ଲକଡାଉନ ଦ୍ୱାରା ଲୋକ ମାନେ ଅନେକ ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇଛନ୍ତି |

ପ୍ରଥମ ଲହରୀ ରେ ମୃତ୍ୟୁ ସଂଖ୍ୟା ଏତେ ଟା ନଥିଲା କିନ୍ତୁ ଦ୍ୱିତୀୟ ଲହରୀ ରେ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ମଧ୍ୟ ପ୍ରବଳ ମାତ୍ରା ରେ ବଢ଼ି ଚାଲି ଥିଲା ଏବଂ ଆକ୍ସିଜେନ ଅଭାବ ରୁ ମଧ୍ୟ ଅନେକ ଲୋକ ଙ୍କର ପ୍ରାଣ ଚାଲି ଯାଇଛି |

ଜୀବନ ରୁ ଆରମ୍ଭ କରି ଶିକ୍ଷା ରେ ମଧ୍ୟ ଦେଶ ବାସୀ ଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଛି | କିନ୍ତୁ ଏହି କରୋନା ସମୟ ବର୍ତ୍ତମାନ କିଛି 2 କି 3 ମାସ ହେବ ଏହାର ପରିମାଣ କମି ଥିଲା, କିନ୍ତୁ ଏବେ ପୁଣି ‘ଓମିକ୍ରନ’ ଦେଶ ବାସୀ ଙ୍କ ମନ ରେ ଭୟ ସୃଷ୍ଟି କରିଛି | 2021 ମସିହା ନଭେମ୍ବର ମାସ ରେ ଦକ୍ଷିଣ ଆଫ୍ରିକା ରେ ଚିହ୍ନଟ ହୋଇ ଥିବା ଏହି ଓମିକ୍ରନ ବର୍ତ୍ତମାନ ସମୟରେ ଚିନ୍ତା ର ବିଷୟ ପାଲଟିଛି |

 

ତେବେ ସୂଚନା ଅନୁଯାଇ ପୁଣି ଫେବୃଆରୀ 28 ଯାଏଁ କଟକଣା ବଢିଛି, ଦେଶ ରେ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ ସ୍ଥିତି କୁ ଦେଖି କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏହି ନିଷ୍ପତି ନିଆ ଯାଇଛି | ଏହାକୁ ନେଇ ସବୁ ରାଜ୍ୟ ର ମୁଖ୍ୟ ସଚିବ ଙ୍କୁ ଚିଠି କରି କେନ୍ଦ୍ର ଉପ ସଚିବ ଜଣାଇଛନ୍ତି | ଦେଶ ରେ 34 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ରେ 407 ଜିଲ୍ଲା ରେ ପଯ୍ଏଟିଭ ଚି଼ହ୍ନ 10 ପ୍ରତିଶତ ଉପରେ ରହିଛି | ଏହାକୁ ଦୃଷ୍ଟି ଆଗରେ ରଖି କଟକଣା ବଢ଼ା ଯାଇ ଥିବା ବେଳେ ରାଜ୍ୟ ମାନେ କରୋନା କଟକଣା ପାଳନ କରିବା ପାଇଁ କଡାକଡି ଭାବେ ନିର୍ଦ୍ଧେଶ ଦିଆ ଯାଇଛି |

ସେହିଭଳି ପରିସ୍ଥିତି ଦେଖି କଣ୍ଟେନମେଣ୍ଟ ଘୋଷଣା ଏବଂ ପ୍ରତ୍ୟାହାର ନିର୍ଦ୍ଧେଶ ରହିଛି | ସେପଟେ ଟେଷ୍ଟ, ଟ୍ରାକ, ଟୀକା ଏବଂ କୋଭିଡ ନିୟମ ପାଳନ କରିବାକୁ ଗୁରୁତ୍ୱ ଦେବା ପାଇଁ ସବୁ ରାଜ୍ୟ ମାନଙ୍କୁ ପରାମର୍ଶ ଦିଆ ଯାଇଛି | ଆଉ ମାସେ ଅର୍ଥାତ ଫେବୃଆରୀ 28 ପର୍ଯ୍ୟନ୍ତ ଏହି କରୋନା କଟକଣା କୁ ବଢ଼ାଇ ଦିଆ ଯାଇଛି | ଆମେ ଯଦି କୋଭିଡ ର ସବୁ ନିୟମ ମାନିବା ଅର୍ଥାତ ସାମାଜିକ ଦୂରତା ଅଵଲମ୍ବନ କରିବା, ମାସ୍କ ପିନ୍ଧିବା ଏହି ସବୁ କଲେ ହିଁ ଆମେ ଏହି ସଂକ୍ରମଣ ରୁ ରକ୍ଷା ପାଇ ପାରିବା |