sadhubani – ଏହି ରାଶିର ଲୋକମାନେ ସାବଧାନ ହୋଇଯାଆନ୍ତୁ, ଦୀର୍ଘ ୫୦୦ ବର୍ଷ ପରେ ଶନିଦେବଙ୍କ ପ୍ରକୋପ ପଡ଼ିବାକୁ ଯାଉଛି,ଜଣାନ୍ତୁ କେଉଁ କେଉଁ ରାଶି ଗୁଡିକ ..

0 184

ହିନ୍ଦୁ ଧର୍ମ ଅନୁସାରେ ଗ୍ରହ ନକ୍ଷତ୍ର ମାନଙ୍କୁ ଖୁବ୍ ପ୍ରାଧାନ୍ୟ ଦିଆଯାଇଥାଏ।ଯେତେବେଳେ ଗ୍ରହ ନକ୍ଷତ୍ର ମାନଙ୍କ ଚଳନରେ ପରିବର୍ତ୍ତନ ଆସିଥାଏ ସେତେବେଳେ ମଣିଷମାନଙ୍କୁ ଏହାର ଦଶା ଭୋଗିବାକୁ ପଡ଼ିଥାଏ।ଯାହା ମଣିଷ ପାଇଁ ବୁଝିବା ବହୁତ କଷ୍ଟକର ହୋଇଥାଏ ଏହାର ଫଳ ସ୍ୱରୂପ ଆମକୁ ବହୁତ୍ ଘଟଣା ଦୁର୍ଘଟଣା ଆଦିର ସାମ୍ନା କରିବାକୁ ପଡ଼ିଥାଏ।

ତେବେ ଆଜି ଆମେ ନ୍ୟାୟର ଦେବତା ଭଗବାନ ଶନିଦେବତାଙ୍କ ବିଷୟରେ କହିବାକୁ ଯାଉଛୁ। ଭଗବାନ ଶନିଦେବ ଯେତେବେଳେ କୈାଣସି ବ୍ୟକ୍ତି ଉପରେ ଖୁସି ହୋଇଥାନ୍ତି ତା ଜୀବନରେ ସମସ୍ତ ପ୍ରକାର ସୁଖ ଶାନ୍ତି ବର୍ଷା କରିଦିଅନ୍ତି। ମାତ୍ର ଯଦି କୌଣସି ବ୍ୟକ୍ତି ଉପରେ ଶନିଦେବଙ୍କ ପ୍ରକୋପ ପଡ଼ିଯାଏ ତେବେ ସେହି ବ୍ୟକ୍ତିର ଜୀବନ ଅସ୍ତବ୍ୟସ୍ତ ହୋଇପଡେ ।


ଶନିଦେବ ସଦାସର୍ବଦା ନ୍ୟାୟର ପକ୍ଷ ନେଇଥାନ୍ତି। ନ୍ୟାୟ ପକ୍ଷରେ ଥିବା ବ୍ୟକ୍ତିମାନଙ୍କ ପ୍ରତି କୃପା ଦୃଷ୍ଟି ରଖିଥାନ୍ତି। ଏବଂ ଅନ୍ୟାୟ ଅତ୍ୟାଚାର କରୁଥିବା ଲୋକମାନଙ୍କୁ ଦଣ୍ଡ ଦେଇଥାନ୍ତି।ଯାହାକୁ ଆମେ ଶନିଦଶା ପଡ଼ିଛି ବୋଲି କହିଥାଉ।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ଦୁଇଟି ରାଶିର ବ୍ୟକ୍ତିଙ୍କର ଗ୍ରହ ନକ୍ଷତ୍ରରେ ବହୁତ୍ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିଠାରୁ ମେଷ ଏବଂ ମୀନ ରାଶି ସହ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ଗ୍ରହ ନକ୍ଷତ୍ରରେ ଯେଁଉ ପରିବର୍ତ୍ତନ ହେବାକୁ ଯାଉଛି ତାହା ମେଷ ଏବଂ ମୀନ ରାଶି ସହ ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ଉପରେ କୁ ପ୍ରଭାବ ପକାଇବ।ତେବେ ଶାସ୍ତ୍ର ଅନୁସାରେ, ଏହି ସବୁ ରାଶିର ବ୍ୟକ୍ତି ମାନଙ୍କୁ ଖୁବ୍ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

୧.ଏହି ରାଶିର ଲୋକମାନେ ଆଜିଠାରୁ ବହୁତ କାମ ଚାପରେ ରହିବେ,ଯାହାର ପରିଣାମ ସ୍ବରୂପ ଏମାନେ ବହୁ ମାନସିକ ଚାପରେ ରହିବେ। ମାନସିକ ଚିନ୍ତା କାରଣରୁ ଏମାନେ ଦୁର୍ବଳ ହୋଇପଡ଼ିବେ। ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ। ବିନା ପରିଶ୍ରମରେ ଭାଗ୍ୟ ଉପରେ ନିର୍ଭର କଲେ କିଛି ଫଳ ମିଳିବ ନାହିଁ।

୨. ଏହି ରାଶି ଥିବା ବ୍ୟକ୍ତିମାନେ ଯିବା ଆସିବା ସମୟରେ ବହୁତ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି। କାରଣ ଆପଣଙ୍କର ଗ୍ରହରେ ଶନିଦେବଙ୍କ କୋପ ଦୃଷ୍ଟି ରହିଛି ତେଣୁ ସତର୍କତା ଅବଲମ୍ବନ ନକଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

୩.ଏହି ରାଶିର ଲୋକ ମାନେ କାହା ଠାରୁ ଧାର କରଜ ନିଅନ୍ତୁ ନାହିଁ କିମ୍ବା କାହାକୁ ଧାର କରଜ ଦିଅନ୍ତୁ ନାହିଁ।ଏହା ଆପଣଙ୍କ ପାଇଁ ବହୁତ୍ କ୍ଷତି କାରକ ଅଟେ।ତେଣୁ ଟଙ୍କା ପଇସା କାରବାରରେ ସତର୍କ ରୁହନ୍ତୁ। କାରଣ ଆପଣଙ୍କର ଅପମାନର ଯୋଗ ରହିଛି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ସମସ୍ୟାର ସରଳ ସମାଧାନ ମଧ୍ୟ କୁହାଯାଇଛି। ଯାହା ଫଳରେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ- ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନି ଚାଳିଶା, ସୁନ୍ଦରା କାଣ୍ଡ ଓ ହନୁମାନ ଚାଳିଶା ପାଠ କରନ୍ତୁ। ଶନିବାର ଦିନ କଳା କୁକୁର କିମ୍ୱା ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ।ପର ପୁରୁଷ କିମ୍ୱା ପର ସ୍ତ୍ରୀ ସହ ସମ୍ପର୍କ ରଖନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।