ଯୌତକ ରେ ଆସିବେ ସରପଞ୍ଚ |ହାତରୁ ମେହେନ୍ଦୀ ଲିଭିନି, ପାଦରୁ ଅଳତାର ଗାର ଛାଡିନି, ତଥାପି ଘର ଘର ବୁଲି ଲୋକଙ୍କୁ ବୁଝାଇବାରେ ଲାଗିଛନ୍ତି ନବ ବିବାହିତା ଦମ୍ପ

0 391

ନିର୍ବାଚନ ର ମଇଦାନ ରେ ଘର ଘର ବୁଲି ଭୋଟ ଦୀକ୍ଷା କରୁଛନ୍ତି ବର କନିଆଁ, ହାତରୁ ମେହେନ୍ଦି ର ଗାର ଲିଭିନି ଓ ପାଦ ରୁ ଅଳତା ଲିଭିନି କିନ୍ତୁ ହେଲେବି ଘର ଘର ବୁଲି ଲୋକ ଙ୍କୁ ବୁଝାଇବାରେ ଲାଗିଛନ୍ତି ନବ ବିବାହିତା ଦମ୍ପତି | ଗାଦି ହାତେଇବା ପାଇଁ କିଏ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ତ ପୁଣି କିଏ ଜନତା ଙ୍କ ସ୍ନେହ ଶ୍ରଦ୍ଧା କୁ ମାଧ୍ୟମ କରି ନିର୍ବାଚନ କୁ ଓହ୍ଲାଉଛନ୍ତି | କିନ୍ତୁ ଏହି ପାର୍ଥି ଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ କିଛି ଦେଖିବା ପାଇଁ ମିଳିଛି |

ଏହି ପାର୍ଥି ଜଣଙ୍କ ସରପଞ୍ଚ ଗାଦି ହାତେଇବା ପାଇଁ ତାଙ୍କୁ ବିବାହ କରିବାକୁ ପଡ଼ିଲା ଆଉ ସରପଞ୍ଚ ର ଗାଦି ପାଇଁ ସେ ସିନ୍ଥି ରେ ସିନ୍ଦୂର ପିନ୍ଧିଲେ | ଆପଣ ନିଶ୍ଚୟ ଭାବୁ ଥିବେ ଏମିତି କେମିତି ବା ସମ୍ଭବ ହୋଇ ପାରିବ, କିନ୍ତୁ ଏମିତି କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ମଧ୍ୟ ନଥିଲା |


ସୂଚନା ଅନୁଯାଇ ଗଞ୍ଜାମ ଜିଲ୍ଲା ଖଲିକୁଟ ବ୍ଲକ ର ଆଇତି ପୁର ପଞ୍ଚାୟତ ର ପ୍ରଶାନ୍ତ କୁମାର ପଲେଇ, ଚଳିତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପାର୍ଥି ହେବେ ବୋଲି ଇଛୁକ ଥିଲେ | ଅଚାନକ ସେହି ପଞ୍ଚାୟତ ର ସରପଞ୍ଚ ପଦବୀ ମହିଳା ଙ୍କ ପାଇଁ ସରଂକ୍ଷିତ ହୋଇ ଗଲା ଆଉ ପ୍ରଶାନ୍ତ ଉପାୟ ଶୂନ୍ୟ ହୋଇ ଗଲେ ଏବଂ କଣ କରିବେ କିଛି ବୁଦ୍ଧି ବାଟ ଦିଶିଲା ନାହିଁ ଶେଷରେ ତାଙ୍କୁ ବିବାହ କରିବା ପାଇଁ ପଡ଼ିଲା |

ଚଳିତ ପଞ୍ଚାୟତ ନିର୍ବାଚନ ରେ ନିଜ ପତ୍ନୀ ଙ୍କୁ ସରପଞ୍ଚ କରିବେ ବୋଲି ପ୍ରଶାନ୍ତ ମନସ୍ତ କଲେ, ତେବେ ଏହା ପରେ ସେ ବିବାହ ମଧ୍ୟ କରି ନେଲେ | ପତ୍ନୀ ପ୍ରଭାତୀ ମଧ୍ୟ ସ୍ୱାମୀ ଙ୍କ ଇଚ୍ଛା କୁ ସମ୍ମାନ ଦେଇ ନିର୍ବାଚନ ମଇଦାନ ରେ ଲଢେଇ ଆରମ୍ଭ କଲେ |


ପ୍ରଭାତୀ ଙ୍କ କହିବା ଅନୁଯାଇ ଅଗଷ୍ଟ ମାସ ରେ ତାଙ୍କର କୋର୍ଟ ମ୍ୟାରେଜ ହୋଇ ଥିଲା ଆଉ ଏବେ ଜାନୁଆରୀ 27 ରେ ତାଙ୍କର ରୀତିନୀତି ଅନୁସାରେ ବାହାଘର ହୋଇଛି | ଆଉ ପ୍ରଭାତୀ ବାହା ହେଉ ହେଉ ନିର୍ବାଚନ ରେ କିପରି ଜିତିବେ ଘରେ ଘରେ ବୁଲି କାର୍ଯ୍ୟ ଆରମ୍ଭ କରି ଦେଲେଣି |

ତେବେ ସେ ଏହା ମଧ୍ୟ କହି ଥିଲେ ଯେ କୋର୍ଟ ମ୍ୟାରେଜ କୁ ଲୋକ ସହମତି ଦେଲେ ନାହିଁ ଏଣୁ ରୀତିନୀତି ଅନୁସାରେ ବିବାହ କରିବାକୁ ବାଧ୍ୟ ହେଲୁ | ସରପଞ୍ଚ ଗାଦି ହାତେଇବା ପାଇଁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଜୋରଦାର କସରତ ଆରମ୍ଭ କରିଛନ୍ତି | ଲୋକ ଙ୍କ ସେବା ପାଇଁ ଯିଏ ବାହା ହେବାକୁ ପଛଘୁଞ୍ଚା ଦେଉନି ନିର୍ବାଚନ ଜିତିଲେ ହୁଏତ ସେ ଲୋକ ଙ୍କ ସେବା ବହୁତ ଉତ୍ସାହ ସହ କରିବେ |