ମୁଁ ମଦ ପିଇନି, ଗୁଟକା ଖାଇଛି..ଆଉ କେତେ ଫୁଙ୍କିବି ତମ ମେସିନକୁ?

0 233

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ। ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି।

ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି। କିନ୍ତୁ ବେଳେବେଳେ ମଧ୍ୟ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଯେ କୌଣସି କାମ କରିବେ ତା ପୂର୍ବରୁ ଶହେ ଥର ଭାବି କାମ କରିବେ।

ବର୍ତ୍ତମାନ ସମୟରେ ସମାଜରେ ସମସ୍ତ ଲୋକ ପ୍ରାୟତଃ ମଦ ସେବନ କରୁଛନ୍ତି। ଜଣେ ଜଣେ ଲୋକ ଏମିତି ଅଛନ୍ତି ସାଙ୍ଗ ସାଥୀ ମାନଙ୍କ ସହ ମିଶି ମଦ ସେବନ କରିଥାନ୍ତି। ଆଉ କିଛି ଲୋକ ଅଛନ୍ତି ତାଙ୍କର ମଦ ପିଇବା ହେଉଛି ଅଭ୍ୟାସ ଗତ କାର୍ଯ୍ୟ। ତେବେ ମଦ ସେବନ କରିବା ଦ୍ୱାରା ଶରୀର ର ବହୁତ କ୍ଷତି ହୋଇଥାଏ ଆପଣ ମାନେ ତାହା ସମସ୍ତଙ୍କୁ ଜଣା। ଯାହା ଦ୍ଵାରା ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ। ଅଧିକାଂଶ ସମୟରେ ଲୋକ ମଦ ପାନ କରି ବାଇକ ଚଲାଇଥିବା ସମୟରେ ଦୁର୍ଘଟଣା ର ଶିକାର ହୋଇଥାନ୍ତି। ଜଣେ ଜଣେ ଏମିତି ଲୋକ ଥାନ୍ତି କାମ କରି ସାରିବା ପରେ ଟିକିଏ ଶାନ୍ତି ପାଇଁ ମଧ୍ୟ ମଦ ସେବନ କରିଥାନ୍ତି। ଯାହା ସେମାନେ ଅଳ୍ପ ରୁ ବହୁତ ସେବନ କରିଥାନ୍ତି, ଫଳରେ ଅଭ୍ୟାସ ରେ ପଡ଼ି ଯାଇଥାନ୍ତି।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସମୟରେ ପୋଲିସ ଚାରିଆଡ଼େ ରାତି ରେ ପାଟ୍ରୋଲିଂ କରୁଛନ୍ତି। ଯାହା ଦ୍ଵାରା କେହି ଅସାଧାରଣ କାମ କରି ପାରିବେ ନାହିଁ। ଆଉ ସବୁଠାରୁ ବଡ଼ କଥା ହେଉଛି, ଯେଉଁମାନେ ମଦ ସେବନ କରିଥାନ୍ତି ସେମାନେ ମଦ ସେବନ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଏକ ପ୍ରକାର ମେସିନ୍ ବାହାରିଛି। ଯାହା ଦ୍ଵାରା ମଦ ସେବନ କରିଥିବା ଲୋକ ଧରା ପଡ଼ି ଯାଇଥାନ୍ତି। ତେବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି।

ଜଣେ ଲୋକ କାମ ସାରି ଘରୁ ଫେରିବି ବେଳେ ମଦ ସେବନ କରି ଫେରୁଥିଲା। ରାସ୍ତା ରେ ଫେରୁଥିବା ସମୟରେ ପୋଲିସ ତାଙ୍କୁ ଅଟକାଇଥିଲେ। କାରଣ ସେ ମଦ ପିଇଥିଲେ। ତାହା ଟେଷ୍ଟ କରିବା ପାଇଁ ତାଙ୍କୁ କୁହାଗଲା କିନ୍ତୁ ସେ ବ୍ୟକ୍ତି ଜଣଙ୍କ କହୁଛନ୍ତି କି, ସେ ମଦ ପିଇ ନାହିଁ ଗୁଟଖା ଖାଇଛନ୍ତି ବୋଲି। କିନ୍ତୁ ପୋଲିସ୍ ତାଙ୍କ ପାଖରୁ ଗାଡ଼ି ଚାବି ଛଡ଼ାଇ ନେଇଥିଲେ ।ସେଠାରେ ସାମ୍ବାଦିକ ସହିତ ଅନେକ ଲୋକ ଭିଡ଼ ଜମାଇଥିଲେ। ବର୍ତ୍ତମାନ ତାହା ବହୁତ ମାତ୍ରାରେ ଭାଇରାଲ ହେଉଛି।