breaking news- ପୁଣି ଚାଇନା ରୁ ଆସିଲା କରୋନା ଠାରୁ ଭୟଙ୍କର ଭାଇରାସ..ଜାଣନ୍ତୁ virus କେତେ ମାରାତ୍ମକ ଏବଂ ଏହାର ଲକ୍ଷଣ କଣ ?

0 116

କୋରନା, ଡେଲଟା, ଓମିକ୍ରନ । ଦୁଇ ବର୍ଷ ହେଲା କରୋନା ଭୂତାଣୁ ବାରମ୍ବାର ଲହର ଆଣୁଥିବା ବେଳେ ଏମିତି ନୂଆ ନୂଆ ନାଁକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ଏବଂ ଏସବୁ ଆତଙ୍କ ବି ଖେଳାଇଛି । ବର୍ତ୍ତମାନ ଏମିତି ଆଉ ଏକ ଭାଇରସ୍ ର ନା କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାର ନା ନିଓକୋଭ । ଏ ଭାଇରସ୍ ବି କରୋନା ଶ୍ରେଣୀର କିନ୍ତୁ ଏବେ ମହାମାରୀ ଆଣିଥିବା ସାର୍ଚ୍ଚ କୋଭଟୁ ନୁହେଁ । ଏହା ଏକ ନୂଆ ଭୂତାଣୁ, ଯାହାକି ଏ ଯାଏଁ ମଣିଷ ଶରୀରକୁ ଆସି ନାହିଁ । ତେବେ ଯଦି ଏହା ମଣିଷ କୁ ସଂକ୍ରମିତ କରେ ଭୟାବହ ସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରୁଛନ୍ତି ଚୀନ ବୈଜ୍ଞାନିକ ।

ଆଉ ଏକ ନୂଆ କରୋନା ଭୂତାଣୁ କୁ ନେଇ ବଶ୍ବବ୍ୟାପି ଚର୍ଚ୍ଚା । ବାଦୁଡି ଦେହରେ ବୁଲୁଛି ଅତି ଘାତକ ନିଓକୋଭ ଭୂତାଣୁ । ମଣିଷ ଦେହକୁ ଆସି ପାରେ ବୋଲି ସତର୍କ କରିଲେ ଉହାନ୍ ବୈଜ୍ଞାନିକ । ସଂକ୍ରମଣ ବ୍ୟାପିଲେ ପ୍ରତି 3 ଜଣଙ୍କ ମଧ୍ୟରୁ ଜଣଙ୍କର ହେବ ମୃତ୍ୟୁ । ବିଶ୍ବବ୍ୟାପି ମହାମାରୀ ର ତାଣ୍ଡବ ରଚିଥିବା କରୋନା ଭୂତାଣୁ ପୂର୍ବରୁ ମଣିଷ ଦେହରେ ନଥିଲା , ବାଦୁଡି ,ବଜ୍ରକାନ୍ତା କିମ୍ବା ଅନ୍ୟ କୌଣସୀ ଜୀବ ଠାରୁ ଏହା ମ୍ୟୁଟେସନ ହୋଇ ମଣିଷ ହେବାକୁ ଆସିଥିବାର ଆଶଙ୍କା କରା ଯାଉଛି ।

ତେବେ ସେହିଭଳି ଆଉ ଏକ କରୋନା ଭାଇରାସ୍ ଜାତୀୟ ମାରାତ୍ମକ ଭାଇରସ ନିଓକୌଭକୁ ଚେତାଇ ଦେଇଛନ୍ତି ଚୀନ ଉହାନ୍ ବିଶ୍ବବିଦ୍ୟାଳୟ ଏବଂ ଚାଇନିଜ୍ ଏକାଡେମି ଅଫ୍ ସାଇଣ୍ଟିସ୍ ଅଧୀନସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଫିଜିକ୍ସର ସହାୟକ । କହିଛନ୍ତି , ଦକ୍ଷିଣ ଆଫ୍ରିକାରେ ବାଦୁଡି ଦେହରେ ଏହି ନିଓକୋଭ ଭୂତାଣୁ ଦେଖାଯାଏ ଏବଂ ଏହା କେବଳ ଜନ୍ତୁଙ୍କ ଦେହରେ ବ୍ୟାପିବାର ନଜିର ରହିଛି । ତେବେ କରୋନା ଭଳି ଏହି ଭାଇରାସ୍ ମଧ୍ୟ ମଣିଷ ଶରୀରରେ ପ୍ରବେଶ କରିବା ପାଇଁ କେବଳ ଗୋଟିଏ ମାତ୍ର ମ୍ୟୁଟେସନ୍ ହିଁ ଯଥେଷ୍ଟ । ଆଉ ସେହିଭଳି ହେଲେ ସ୍ଥିତି ସାଂଘାତିକ ହେବାର ଆଶଙ୍କା ରହିଛି । କାରଣ ଏହି ଭୂତାଣୁ ଯେତେ ସଂକ୍ରାମକ ସେତେ ଘାତକ । ଏଥିରେ ମିଡିଲ୍ ଇଷ୍ଟ ରେସପିରେଟୋରି ସିଣ୍ଡ୍ରୋମ ବା ମର୍ସ-କୋଭ ଭୂତାଣୁର ଲକ୍ଷଣ ଥିବାରୁ ପ୍ରତି 4ଜଣ ସଂକ୍ରମିତଙ୍କ ମଧ୍ୟରୁ ଏହା ଜଣଙ୍କର ଜୀବନ ନେବାର ଆଶଙ୍କା ରହିଛି ।

2012ରେ ଏବଂ 2015ରେ ମଧ୍ୟପ୍ରଦେଶରେ ବ୍ୟାପିଥିଲା ମଷ୍କ୍ୟୁ ଭାଇରାସ ଏହା ବାଦୁଡିରୁ ଓଟକୁ ଏବଂ ଓଟ ଠାରୁ ମଣିଷକୁ ବ୍ୟାପିଥିବାର ଆଶଙ୍କା କରାଯାଏ । ସାଧାରଣ ଥଣ୍ଡା, ସର୍ଦ୍ଧି ଠାରୁ ଆରମ୍ଭ କରି କୋଭିଡ ପର୍ଯ୍ୟନ୍ତ ରୋଗ ସୃ୍ଷ୍ଟିକାରୀ ଭୂତାଣୁ କରୋନା ଭାଇରସ ଶ୍ରେଣୀର । ତେବେ ମଷ୍କ୍ୟୁଲିଙ୍କ ଥିବା ନିଓକୋଭ ସଂକ୍ରମଣ ହେଲେ ଆଣ୍ଟିବଟି କିମ୍ବା ପ୍ରୋଟିନ ମଟିକୁଲ୍ କିମ୍ବା କୌଣସି ଟୀକା ଏହା ବିରୋଧରେ ସୁରକ୍ଷା ଦେବାରେ ସଫଳ ହୋଇନଥାଏ, ତେବେ ବିଶ୍ବସ୍ବାସ୍ଥ୍ୟ ସଂଗଠନ କହିଛି ନିଓକୋଭ ରୋଗ ମଣିଷ ପ୍ରତି ବିପଦଜନକ ନାହିଁ ଜାଣିବାକୁ ଏକ୍ଷେତ୍ରରେ ଏଧିକ ଗବେଷଣା ଆବଶ୍ୟକ ।