ଦେଖନ୍ତୁ Viral ଭିଡ଼ିଓ : ନିୟମ ଉଂଲଘନ କରୁଛନ୍ତି ନିଜେ ପୋଲିସ୍ ଅଧିକାରୀ…ହେଲମେଟ୍ ପିନ୍ଧିନଥିଲେ ପୋଲିସ୍ ଚାଲାଣ କାଟିଲେ ସାଧାରଣ ଲୋକ…

0 63

ଆପଣ ତ ଜାଣିଛନ୍ତି ଆଜି କାଲି ର ସମାଜ ରେ ଯେ କେତେ ସଡ଼କ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି | ପ୍ରତେକ ଦିନ କେହି ନା କେହି ଏମିତି ସଡ଼କ ଦୁର୍ଘଟଣା ରେ ଜୀବନ ଚାଲି ଯାଉଛି | ଆଗ କାଳରେ ଏତେ ଟା କାହାର ଗାଡ଼ି ନଥିଲା କି ବ୍ୟବହାର ମଧ୍ୟ କରୁ ନଥିଲେ | କିନ୍ତୁ ଏବେ କା ଯୁଗ ରେ ଘରେ ଘରେ ଲୋକ ଯେତିକି ସେତିକି ଗାଡ଼ି ଆଉ ରୋଡ଼ ରେ ମଧ୍ୟ ଯାନବାହାନ ର ଭିଡ଼ ଲାଗି ରହୁଛି | ଏହା ସହିତ ପୁଣି ପକ୍କା ରାସ୍ତା ଦୁର୍ଘଟଣା ତ ଘଟିବ | କିନ୍ତୁ ଏହି ସବୁ ମଧ୍ୟରେ ଆମେ ଯଦି ସଚେତନ ରହିବା ହୁଏତ ଏହି ଦୁର୍ଘଟଣା ରେ ଆମ ଜୀବନ ବର୍ତି ଯାଇ ପାରେ |

ଗାଡ଼ି ଚଳାଇବା ସମୟ ରେ ଅନେକ ନିୟମ ରହି ଥାଏ ଯାହାକୁ ଲୋକ ମାନେ ମାନିଲେ ଦୁର୍ଘଟଣା ବହୁତ କମ ଦେଖା ଯାଇଥାଏ | କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ଏହି ସବୁ ନିୟମ କୁ ପାଳନ କରନ୍ତି ନାହିଁ ଆଉ ପରେ ବହୁତ ବଡ଼ ଭୟଙ୍କର ଦୁର୍ଘଟଣା ର ସାମ୍ନା କରି ଥାଆନ୍ତି |

 

ପୁଣି ଏପଟେ ଏହି ସମୟ ରେ କରୋନା ସଂକ୍ରମଣ ଚାଲିଛି ଯାହାକି ମାସ୍କ ପିନ୍ଧିବା ନିହାତି ଜରୁରୀ | କିନ୍ତୁ ଲୋକ ମାନେ କିଛି ଅଛନ୍ତି ଯେଉଁ ମାନେ ବିନା ମାସ୍କ ରେ ହିଁ ଯିବା ଆସିବା କରୁଛନ୍ତି | ତେବେ ସେଭଳି ଅନେକ ଘଟଣା ନୟାଗଡ଼ ସ୍ଥାନ ରେ ଦେଖିବା ପାଇଁ ମିଳିଛି ଯେଉଁଠି ରାସ୍ତା ତ ଜନଗହଳି ରେ ଭିଡ଼ ରହୁଛି କିନ୍ତୁ କେହି ମଧ୍ୟ କୌଣସି ନିୟମ ମାନିବାର ଦେଖିବାକୁ ମିଳୁ ନାହିଁ |

ନୟାଗଡ଼ ର ଛକ ରେ ଲେଖା ଯାଇଛି କି ଆମ ପାଇଁ ବଡ଼ ଆମ ନୟାଗଡ଼, କିନ୍ତୁ ନୟାଗଡ଼ ର ଲୋକେ ଏମିତି କିଛି କାର୍ଯ୍ୟ କରୁଛନ୍ତି ଯାହା ଆଦୌ ଶୋଭନୀୟ ନୁହେଁ | ସେହି ଛକ ରେ ଅନେକ ଲୋକ ଗାଡ଼ିରେ ଯାତାୟାତ କରୁଛନ୍ତି କିନ୍ତୁ କାହାରି ମୁଣ୍ଡରେ ହେଲମେଟ ନାହିଁ କି କାହାରି ମୁହଁରେ ମାସ୍କ ନାହିଁ |

ତେବେ ତାଙ୍କୁ ପଚାରିବାରୁ କିଏ କହୁଛି ତ ଘରେ ଅଛି ଆଉ କିଏ କହୁଛି ତ ଏଇ ପାଖକୁ ଆସି ଥିଲି | ଆହୁରି ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁ ମାନେ ମାସ୍କ କୁ ପାଖରେ ରଖୁଛନ୍ତି କିନ୍ତୁ ତାକୁ ବ୍ୟବହାର କରୁ ନାହାଁନ୍ତି | ତେବେ ଲୋକେ ଯଦି ଏଭଳି ହେବେ ତେବେ ଏହି ସଡ଼କ ଦୁର୍ଘଟଣା କେବେ କମିବ ନାହିଁ କି ଦେଶ ରେ କେବେ କରୋନା କୁ ଆମେ ହରାଇ ପାରିବା ନାହିଁ | ନିଜେ ଯଦି ସଚେତନ ଆଉ ସଜାଗ ନ ହେବା ତେବେ ଆମେ ନିଜେ ବିପଦ ରେ ପଡିବା ସହ ଅନ୍ୟ କୁ ମଧ୍ୟ ବିପଦ ଆଡ଼କୁ ଟାଣି ନେବା |