ଏବେ ବି ନ୍ୟାୟ ଅପେକ୍ଷା ରେ ACF ସୋମ୍ୟ, ସୁଶାନ୍ତ ଆଉ ସୋମ୍ୟ, ପତ୍ନୀ, ପ୍ରେୟସୀ ଓ ପ୍ରେମିକା ସାଜିଲେ ନୀରବ ହତ୍ୟାକାରୀ |…

0 65

ହତ୍ୟା କରିବା ଆଉ ନିଜେ ଆତ୍ମହତ୍ୟା କରିବା ପାଇଁ କାହାକୁ ବାଧ୍ୟ କରି ଦେବା ଏହି ଦୁଇଟି ଅପରାଧ ଆଇନ ସାମ୍ନା ରେ ସମାନ ହୋଇ ଥାଏ | ଜଣଙ୍କୁ ମାନସିକ ଚାପ ଗ୍ରସ୍ତ କରି ଆତ୍ମହତ୍ୟା କରିବା ପାଇଁ ଉସକେଇବା ଉଭୟ ସମାନ ହିଁ ହୋଇ ଥାଏ | ତେବେ ବର୍ତ୍ତମାନ ସୁଦ୍ଧା ସୁଶାନ୍ତ ସିଂ ରାଜପୁତ, ଏସିଏଫ ସୋମ୍ୟରଞ୍ଜନ ଆଉ ଏବେ ଏବେ ସୋମ୍ୟ ପାଣିଗ୍ରାହୀ ଙ୍କ ମୃତ୍ୟୁ ମାମଲା ରେ ଲୋକ ମାନେ ପଚାରିବା ଆରମ୍ଭ କରିଛନ୍ତି କି କଣ ଏହି ଦୁଇଟି କେସ ଭଳି ସୋମ୍ୟ ପାଣିଗ୍ରାହୀ ଙ୍କ ମୃତ୍ୟୁ ବି ଚାପି ହୋଇ ଯିବ ନା ତାଙ୍କୁ ନ୍ୟାୟ ମିଳିବ | ଘଟଣା ଘଟିବାର ଏହା ଭିତରେ 24 ଘଣ୍ଟା ବିତି ସାରିଲାଣି, କିନ୍ତୁ ସେଭଳି କୌଣସି କାର୍ଯନୁଷ୍ଠାନ ନିଆ ଯାଇ ନାହିଁ |

ସୋମ୍ୟ ନିଜ ସୂଈସାଇଡ ଲେଟର ରେ ଲେଖି ଯାଇଛନ୍ତି କି ତାଙ୍କ ମୃତ୍ୟୁ ପାଇଁ କେବଳ ସୋନାଲି ହିଁ ଦାୟୀ ଆଉ ତାଙ୍କୁ ଇଂଭେସ୍ଟିଗେସନ କରାଯାଉ | ତେବେ ପୋଲିସ ଏଯାଏଁ କାହିଁକି ସୋନାଲି ଙ୍କୁ ଇଂଭେସ୍ଟିଗେସନ କରି ନାହିଁ |

ଅନ୍ୟ ପଟେ ସୁଶାନ୍ତ ସିଂ ରାଜପୁତ ଆଉ ଏସିଏଫ ସୋମ୍ୟରଞ୍ଜନ ଙ୍କ ମୃତ୍ୟୁ ମାମଲା କୁ ଦେଖିବା ତେବେ ସୁଶାନ୍ତ ସିଂ ରାଜପୁତ ଙ୍କ ଡେଡବଡ଼ି ମିଳି ଥିଲା 14 ଜୁନ 2020 ମସିହା ରେ | ଆଉ ଏହା ପରେ ସନ୍ଦେହ କୁ ଆସି ଥିଲେ ତାଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀ ଆଉ ଇଂଭେସ୍ଟିଗେଟ ବି କରା ଯାଇ ଥିଲା | ସେ ଏକ ମାସ ପର୍ଯ୍ୟନ୍ତ ଜେଲ ରେ ଥିଲେ କିନ୍ତୁ ପରେ ବେଲ ରେ ବାହାରି ଆସିଲେ | ଆଉ ଏବେ ପର୍ଯ୍ୟନ୍ତ ମଧ୍ୟ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ମିଳି ନଥିବା କଥା ତାଙ୍କ ଭଉଣୀ ଗଣ ମାଧ୍ୟମ ରେ ବାରମ୍ବାର କହିଛନ୍ତି |

ଆଉ ସିବିଆଇ ତଦନ୍ତ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି ସଠିକ ରେ ପହଞ୍ଚି ପାରି ନାହିଁ | କିନ୍ତୁ ରେହା ଚକ୍ରବର୍ତ୍ତୀ ଙ୍କର ଏଥିରେ ବଡ଼ ହାତ ଥିଲା ଏହାର ସବୁଠୁ ବଳିଷ୍ଠ ପ୍ରମାଣ ହେଉଛି ରେହା ଚକ୍ରବର୍ତ୍ତୀ ତାଙ୍କ ପରିବାର ଠାରୁ ସୁଶାନ୍ତ ସିଂ ରାଜପୁତ ଙ୍କୁ ଦୂରେଇ ରଖି ଥିଲେ | ଏମିତି କି ଜଣେ ଡାକ୍ତର ଙ୍କ ପରାମର୍ଶ କ୍ରମେ ତାଙ୍କୁ ଅଲଗା ଅଲଗା ମେଡ଼ିସିନ ଦେଉ ଥିଲେ ଏବଂ ତାଙ୍କୁ ତାଙ୍କ ପରିବାର ସହ କଥା ହେବାକୁ ଦେଉ ନଥିଲେ |

 ଅନ୍ୟ ପଟେ ଯଦି ଏସିଏଫ ସୋମ୍ୟ ଙ୍କ କଥା ଦେଖିବା ଯେତେବେଳେ ସୋମ୍ୟରଞ୍ଜନ ଙ୍କ ଦେହରେ ନିଆଁ ଲାଗି ଯାଇ ଥିଲା ସେତେବେଳେ ବିଦ୍ୟା ଭାରତୀ ପଣ୍ଡା ଏହାକୁ ଲିଭାଇବା ପରିବର୍ତ୍ତେ ଏହାକୁ ଦେଖୁ ଥିଲେ ଆଉ ଏହାର ମଜା ମଧ୍ୟ ନେଉ ଥିଲେ | ବିଦ୍ୟାଭାରତୀ ଙ୍କୁ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଜେରା କରାଯାଇ ଥିଲା ଯେଉଁଥିରେ ଅନେକ କଥା ସାମ୍ନା କୁ ଆସି ଥିଲା | କିନ୍ତୁ ଏବେ ପର୍ଯ୍ୟନ୍ତ ବିଦ୍ୟା ଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ | ବିଦ୍ୟାଭାରତୀ ଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ସମ୍ବଳିତ ପୃଷ୍ଠା ବାହାର କରିଥିଲା, କିନ୍ତୁ ଏହା ବାଦ ବି ବିଦ୍ୟା ଙ୍କ ଉପରେ କାହିଁକି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ ତାହାକୁ ନେଇ ଅନେକ ପ୍ରଶ୍ନ ଉଠି ଥିଲା |

ଆଉ ଏବେ ଏବେ ହୋଇ ଥିବା ସୋମ୍ୟ ପାଣିଗ୍ରାହୀ ଙ୍କ ମୃତ୍ୟୁ ମାମଲାରେ ସୋନାଲି ଙ୍କୁ ପଚରାଉଚରା ପୋଲିସ କରି ନାହିଁ | ଆଉ ତାଙ୍କ ଦେହ ଖରାପ ଅଛି ବୋଲି ତାଙ୍କ ବାପା ଗଣ ମାଧ୍ୟମ ରେ କହିଛନ୍ତି | ତେବେ ଏପର୍ଯ୍ୟନ୍ତ କାହାର ପରିବାର କୁ ନ୍ୟାୟ ମିଳି ପାରି ନାହିଁ, ସେମାନେ ଏବେ ନ୍ୟାୟ ର ଅପେକ୍ଷା ରେ ରହିଛନ୍ତି | କଣ ଭାରତର ଵିଧି ବ୍ୟବସ୍ଥା ଭାରତ ର ନ୍ୟାୟ ପ୍ରଣାଳୀ ଏମାନଙ୍କୁ ନ୍ୟାୟ ଦେଇ ପାରିବ |