ଦେଖନ୍ତୁ Exclusive ଭିଡ଼ିଓ- ଏମିତି ବି ମୃତ୍ୟୁ ଆସେ , ପାଲିଙ୍କି ଉଠିବାର ଥିଲା କୋକେଇ ଉଠିଲା ..ପୁରା ଭିଡିଓ ଦେଖିଲେ ଆପଣ ଙ୍କ ଆଖିରୁ ଲୁହ ଆସିବ

0 280

ଛପା ସାରିଥିଲା ନିମନ୍ତ୍ରଣ କାର୍ଡ ଆଉ ଘର ରଙ୍ଗ ବି ସାରିଥିଲା ବାହାଘର ପାଇଁ ଗୁଆ ଦିଆ ବନ୍ଧୁ ନିମନ୍ତ୍ରଣ ସବୁ ସାରିଥିଲା | ବାହାଘର ପାଖେଇ ଆସୁ ଥିବାରୁ ବର ପାତ୍ର ଦାଦା ଙ୍କ ସହ ମାର୍କେଟିଙ୍ଗ କରିବାକୁ ବଲାଙ୍ଗୀର ସହର ଆସୁ ଥିଲେ | କିନ୍ତୁ କିଏ ଜାଣି ଥିଲା ବିବାହ ବନ୍ଧନ ରେ ବାନ୍ଧି ହୋଇ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ଶିବାନନ୍ଦ କୁ ରାସ୍ତା ରେ ଯମ ଜଗି ରହି ଥିଲା |

ହଠାତ ଅନ୍ୟ ଏକ ବାଇକ ସହ ଜୋରଦାର ଧୋକା ହୋଇ ଥିଲା ତାଙ୍କ ଗାଡ଼ି ଆଉ ଘଟଣା ସ୍ଥଳ ରେ ହିଁ ବର ଶିବାନନ୍ଦ ର ଜୀବନ ଚାଲି ଯାଇ ଥିଲା | ଯେଉଁ ଘରେ ବାହାଘର ପାଇଁ ଖୁସି ରେ ପୁରି ଉଠୁ ଥିଲା ସେଇଠି ନିବିଷେକ ରେ ହିଁ ଦୁଃଖ ର କଳା ବାଦଲ ଖେଳି ଗଲା |


ହସ ତ ଗଲା କାନ୍ଦ ବୋବାଳି ରେ ପୁରା ପରିବାର ଫାଟି ପଡ଼ିଲା, କାରଣ ଯେଉଁ ଘରେ ପାଲିଙ୍କି ଉଠିବା ପାଇଁ ସଜବାଜ ହେଉ ଥିଲା ସେହି ଘରୁ ପୁଣି ଛଅ କାଠ ବାଉଁଶ ରେ କୋକେଇ ତିଆରି ହେଲା | ଯେଉଁ ସଵାରୀ ରେ ଭେଣ୍ଡିଆ ପୁଅ ବର ହୋଇ ଯାଇ ଥାଆନ୍ତା ସେହି ଘରୁ ସମସ୍ତଙ୍କୁ ଶୋକ ର ସାଗର ରେ ଭସାଇ କୋକେଇ ରେ ଶବ ହୋଇ ମଶାଣି କୁ ଚାଲି ଗଲା | ଆଉ ଭେଣ୍ଡିଆ ପୁଅ କୁ ହରାଇ ବାହୁନି ବାହୁନି ମା କାନ୍ଦୁ ଥିଲା | ଏମିତି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ନଶ୍ତାଲା ଗାଁ ରେ ଘଟିଛି |


ଗାଁ ର ବହାଦୁର ବରାଳ ଙ୍କ ବଡ଼ ପୁଅଙ୍କ ବାହାଘର ନିଜ ଗାଁ ର କୃପାସିନ୍ଧୁ ଜେନା ଙ୍କ ଝିଅ ଉର୍ବଶୀ ସହ ଠିକ ହୋଇ ଥିଲା | 11 ତାରିଖ ରେ ବାହାଘର ଥିଲା ଆଉ ବାହାଘର ପାଇଁ ବର ନିଜ ଦାଦା ସହିତ ମାର୍କେଟିଙ୍ଗ ପାଇଁ ବଲାଙ୍ଗୀର ଯାଉ ଥିଲେ | କିନ୍ତୁ ସୌନ୍ତପୁର ଠାରେ ହଠାତ ଅନ୍ୟ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇ ଥିଲା | ତେବେ ଘଟଣା ସ୍ଥଳ ରେ ହିଁ ବର ଙ୍କର ମୃତ୍ୟୁ ହୋଇ ଯାଇ ଥିଲା ଆଉ ତାଙ୍କ ଦାଦା ଗୁରୁତର ଭାବେ ଆହତ ହୋଇ ଥିଲେ |

ତେବେ ନଶ୍ତଲା ଗାଁ ରେ ଯେଉଁ ଘରେ ପୁଅ ର ବାହାଘର ହୋଇ ଥାଆନ୍ତା ଆଉ ବରଯାତ୍ରୀ ବାହାରି ଥାଆନ୍ତା କିନ୍ତୁ ସେହି ଘରେ ପୁଅ ର କୋକେଇ ଶୋଭାଯାତ୍ରା ବାହାରିଲା | ଆଉ ଡିଜେ ଗୀତ ବଦଳ ରେ ଶୁଭିଲା ରାମନାମ ସତ୍ୟ ହେ ହାରି ନାମ ସତ୍ୟ ହେ |