ଦେଖନ୍ତୁ VIRAL ଭିଡିଓ- ବେସାହାରା ଝିଅକୁ କଲେ ଭଉଣୀ ; ନେଲେ ବାହାଘର ଦାୟିତ୍ୱ …..ଶୁଣନ୍ତୁ କଣ କହୁଛନ୍ତି ଏହି ଝିଅ

0 254

ଜୀବନ ରେ ସମସ୍ତେ ଖୁସି କୁ ହିଁ ଚାହିଁ ଥାଏ। ଲୋକ ମାନେ ସବୁବେଳେ ଖୁସି ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। କିନ୍ତୁ ତାହା ହୋଇ ନଥାଏ। କୁହାଯାଏ କି କର୍ମ ଅନୁସାରେ ଜୀବନ ରେ ଦୁଃଖ କିମ୍ବା ସୁଖ ମିଳିଥାଏ। କିନ୍ତୁ ହଠାତ୍ ଜୀବନ ରେ ଖୁସି ଆସିବା ଏକ ବହୁତ ବଡ଼ ଖୁସି ର କଥା। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଯାହାର ଭାଇ ନଥିବ ବହୁତ ଦୁଃଖ ପ୍ରକାଶ କରିଥାନ୍ତି, ଆଉ ଯାହାର ଭଉଣୀ ନଥାଏ ସେ ମଧ୍ୟ ଭାବୁଥାଏ ସମସ୍ତଙ୍କ ପରି ମୋର ଗୋଟିଏ ଭଉଣୀ ଥାନ୍ତା।

କିନ୍ତୁ ସେମିତି ସମସ୍ତଙ୍କ ଭାଗ୍ୟ ରେ ଭଗବାନ ଦେଇ ନଥାନ୍ତି। ତେବେ ଭାଇ ଓ ଭଉଣୀ କୁ ନେଇ ଏମିତି ଏକ ଖୁସି ର ଖବର ସାମ୍ନାକୁ ଆସିଛି ଯାହା ଆପଣ ମାନେ କେବେବି ଚିନ୍ତା କରି ନଥିବେ। ଦୁନିଆରେ ଏମିତି ବି ଲୋକ ଥାନ୍ତି।

ତେବେ ଜୀବନ ରେ ଏମିତି ହଠାତ୍ ଖୁସି ମିଳିଯିବ ବୋଲି ସ୍ୱପ୍ନ ରେ ସୁଦ୍ଧା ଭାବି ନଥିଲେ ସଙ୍ଗୀତା। କାଲି ପର୍ଯ୍ୟନ୍ତ ତାଙ୍କ ପାଖରେ ଜେଜେ ଙ୍କୁ ଛାଡ଼ି କେହି ବି ସାହାରା ନଥିଲେ। କିନ୍ତୁ ଆଜି ତାଙ୍କୁ ମିଳି ଯାଇଛି ବଡ଼ ଭାଇର ସ୍ନେହ ଓ ଭାଉଜ ଙ୍କର ଆଦର। ସ୍ଥାନୀୟ ଜଣେ ଯୁବକ ଭିକି ପାତ୍ର ସଙ୍ଗୀତା ଙ୍କ ଜୀବନ କାହାଣୀ ଶୁଣିବା ପରେ ସଙ୍ଗୀତା ଙ୍କୁ ଭଉଣୀ ଭାବେ ଗ୍ରହଣ କରି ସୁଖ ଦୁଃଖ ରେ ଠିଆ ହେବା ପାଇଁ ଦେଇଛନ୍ତି ପ୍ରତିଶ୍ରୁତି।

 କେବଳ ପ୍ରତିଶ୍ରୁତି ନୁହେଁ ନିଜର ବଡ଼ ଭାଉଜ ଙ୍କୁ ନେଇ ସଙ୍ଗୀତା ଙ୍କ ଘର ସହିତ ସମ୍ପର୍କ ଯୋଡ଼ିବାକୁ ଉଦ୍ୟମ କରିଛନ୍ତି। ସଙ୍ଗୀତା ଙ୍କ ବାହାଘର ଆସନ୍ତା ଫେବୃୟାରୀ ୩ ତାରିଖ ରେ ହେବାକୁ ଥିବାରୁ ଭିକି ତାଙ୍କ ସୁନା ଭଉଣୀ ସଙ୍ଗୀତା ଙ୍କ ପାଇଁ ଆଣି ଦେଇଛି ଅନେକ ଉପହାର।

ନନ୍ଦନ ଙ୍କ ପାଇଁ ଶାଢ଼ୀ ଚୁଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଆଣି ନେଇ ଆସିଥିବା ବଡ଼ ଭାଉଜ ଙ୍କୁ ସାହାଯ୍ୟ କରିବା ପାଇଁ ଭଗବାନ ସୁଯୋଗ ଦେଇଛନ୍ତି। ଭିକି କହିଛନ୍ତି ଭାଇ ହିସାବରେ ଭଉଣୀ ଙ୍କ ବାହାଘର ରେ ସମସ୍ତ ଦାୟିତ୍ବ ନେବେ ବୋଲି କହିଛନ୍ତି। ଭିକିଙ୍କର ତିନି ଭାଇ।

ତାଙ୍କର କୌଣସି ଜଣେ ବି ଭଉଣୀ ନାହାନ୍ତି ।ନିଜ ଟଙ୍କା ଖର୍ଚ୍ଚ କରି ତାଙ୍କ ବାହାଘର ପାଇଁ ସବୁ ଜିନିଷ କିଣି ଦେଇଛନ୍ତି ଭିକି। ତେବେ ସଙ୍ଗିତା ଙ୍କୁ ଜଣେ ଭାଇ ମିଳି ଯାଇଥିବାରୁ ସେ ମଧ୍ୟ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ସଙ୍ଗୀତା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।