ଦେଖନ୍ତୁ Shocking ଭିଡ଼ିଓ : ମାଙ୍କଡ଼ ର ମୃତ୍ୟୁ ରେ ମ୍ରିୟମାଣ ହୋଇଗଲେ ମାଙ୍କଡ଼ ଓ ଲୋକ।..ଏହି ଭିଡିଓ କୁ ଭଲଭାବରେ ଦେଖନ୍ତୁ ଆଉ ଜାଣନ୍ତୁ ପଶୁ ମନୁଷ୍ୟ ମଧ୍ୟରେ ଫରକ୍ କଣ ?

0 80

ସେ ମଣିଷ ହେଉ କି ପଶୁ ସମସ୍ତେ ଏ ଦୁନିଆରେ ସମ୍ପର୍କ ରେ ବନ୍ଧା ହୋଇ ରହିଥାଏ। ଆଉ ସେମାନଙ୍କ ମଧ୍ୟରେ ସମ୍ପର୍କ ଏତେ ନିବିଡ଼ ହୋଇ ଯାଇଥାଏ କି କେହି କାହାର ହାତ ଛାଡ଼ି ପାରନ୍ତି ନାହିଁ। ଆଉ ଯଦି ଆତ୍ମୀୟସ୍ବଜନ ର ମୃତ୍ୟୁ ହୋଇଥାଏ, ତେବେ ମ୍ରିୟମାଣ ହୋଇ ପଡ଼ିଥାଏ। ଯଦି କାହାର ନିଜରର କୌଣସି କ୍ଷତି ହୋଇଥାଏ ତେବେ ତାଙ୍କ ନିଜ ଲୋକ ବହୁତ ଦୁଃଖ ପ୍ରକାଶ କରିଥାନ୍ତି। ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଘଟଣା ଟି ହେଉଛି ବାଲେଶ୍ଵର ଜିଲ୍ଲା ର ରେମୁଣା ବ୍ଳକ ର କୋରାଲି ଗାଁ ରେ ଘଟିଛି। ସେଠାରେ ଗୋଟିଏ ମାଙ୍କଡ଼ ର ମୃତ୍ୟୁ ଯୋଗୁଁ ସେଠାରେ ଥିବା ଲୋକ ମାନଙ୍କର ଆଖି ଛଳଛଳ ହୋଇ ଯାଇଛି। ମୃତ ମାଙ୍କଡ଼ ର ଶବ କୁ ସତ୍କାର ପାଇଁ ଛାଡ଼ୁ ନଥାନ୍ତି ଗାଁ ର ମାଙ୍କଡ଼ ମାନେ।


ସେତିକିବେଳେ ସୃଷ୍ଟି ହୋଇଥିଲା ଶୋକ ର ଛାୟା। ପୁରା ଘଟଣା ଟି ହେଲା, ଗୁରୁବାର ଦିନ ସକାଳୁ ସକାଳୁ ଗୋଟିଏ କୁକୁର ସହିତ ଖେଳୁଥିଲା କିଛି ମାଙ୍କଡ଼ ଦଳ। ହଠାତ୍ ସେହି ସମୟରେ କିଛି ଘଟିଥିଲା ଅଘଟଣ।

 ଏହି ମାଙ୍କଡ଼ ଦଳ ମାନଙ୍କ ଗୋଟିଏ ମାଙ୍କଡ଼ ଖୁସି ରେ ଡେଇଁ ଡେଇଁ ଯାଇ ଚଢ଼ି ଯାଇଥିଲା ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଉପରକୁ। ସେ କଣ ଜାଣିଥିଲା ସେହି ଟ୍ରାନ୍ସଫର୍ମର ଉପରେ ଜଗି ବସିଥିଲା ଜମ। ମାଙ୍କଡ଼ ଟି ସେଠାରେ ବସି ଯିବା ପରେ ହିଁ କିଛି ସେକେଣ୍ଡ ମଧ୍ୟରେ ଝୁଲି ପଡ଼ିଲା ସେହି ଟ୍ରାନ୍ସଫର୍ମର ବାଡ଼ ଉପରେ।

ଏହା ଦେଖି ବୁଝି ପାରି ନଥିଲେ ଅନ୍ୟ ମାଙ୍କଡ଼ ମାନେ। ଖେଳ ବନ୍ଦ ହୋଇଗଲା। ଆତଙ୍କ ଓ କୌତୁହଳ ସହିତ ଚାହିଁ ରହିଥିଲେ ସେହି ଟ୍ରାନ୍ସଫର୍ମର ଉପରକୁ। କେହି କିନ୍ତୁ ସାହାସ କରି ଯାଇ ପାରୁ ନଥିଲେ ତା ପାଖକୁ। ସେତେବେଳ କୁ ଝୁଲି ପଡ଼ିଲାଣି ମୃତ ଦେହ। ଆଉ ଖସି ପଡ଼ିଲାଣି ମୃତ ଦେହ, ସେଠାରେ ଛଟପଟ ହୋଇ ତାର ମୃତ ହୋଇଗଲା। ଏହାପରେ ସେଠାରେ ଥିବା ଲୋକମାନେ ବିଦ୍ୟୁତ ବିଭାଗ କୁ ଖବର ଦେଇଥିଲେ। ସେମାନେ ଆସି ମୃତ ମାଙ୍କଡ଼ କୁ ଟ୍ରାନ୍ସଫର୍ମର ଉପରୁ ସେହି ମୃତ ମାଙ୍କଡ଼ କୁ ଉଦ୍ଧାର କରିଥିଲେ।

ତାପରେ ଲୋକ ମାନେ ସେହି ମାଙ୍କଡ଼ କୁ ଆଣି ତାର ଶବ ସତ୍କାର କରିବା ପୂର୍ବରୁ ବିଲ ମଝିରେ ରଖି ଦେଇଥିଲେ ସେହି ମୃତ ମାଙ୍କଡ଼ କୁ, କାରଣ ମାଙ୍କଡ଼ ମାନେ ଦେଖିବେ ବୋଲି। ତାପରେ ଲୋକେ ସେହି ମୃତ ମାଙ୍କଡ଼ କୁ କୀର୍ତ୍ତନ କରି ଶବ ଦାହ କରିଥିଲେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।