ଦେଖନ୍ତୁ Exclusive ଭିଡ଼ିଓ : ବାତ୍ୟାର ଭୟଙ୍କର ତାଣ୍ଡବ ବାଟସିରାଇ ଠାରେ ପ୍ରଳୟ ରଚିଲା…ପୁରା ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ

0 257

ତେବେ ବାତ୍ୟା ର ନାଁ ଶୁଣିଲେ ପ୍ରାୟ ଲୋକ ଥରି ଉଠି ଥାଆନ୍ତି କାରଣ ଏହି ବାତ୍ୟା ବେଳେ ବେଳେ ବହୁତ ଭୟଙ୍କର ଆକାର ରେ ଆସି ଥାଏ | ଓଡ଼ିଶା ଏମିତି କେତେ ବଡ଼ ବଡ଼ ବାତ୍ୟା ର ସାମ୍ନା କରିଛି | କିନ୍ତୁ ଆଜି ଆମେ ଯେଉଁ ବାତ୍ୟା ସମ୍ପର୍କ ରେ କହୁଛୁ ତାହା ଆମ ଓଡ଼ିଶା ରେ ଦେଖିବାକୁ ମିଳି ନାହିଁ ତାହା ମାଡ଼ାଗାସ୍କର ରେ ଦେଖିବା ପାଇଁ ମିଳିଛି ଯାହାକି ବହୁତ ବଡ଼ ଭୟଙ୍କର ବାତ୍ୟା ବୋଲି ମଧ୍ୟ କୁହା ଯାଇଛି | ଆଉ ଏହି ବାତ୍ୟା ର ନାମ ହେଉଛି ବାଟସିରାଇ ଯାହାକି ଖୁବ ପ୍ରଭାବ ପକାଇଛି | ତେବେ ଆସନ୍ତୁ ଜାଣିବା ଏହି ବାତ୍ୟା ଟି ମାଡ଼ାଗାସ୍କର ରେ କିପରି ପ୍ରଭାବ ପକାଇଛି |

ବାଟସିରାଇ ର ଏହି ବାତ୍ୟା ରେ ମାଡ଼ାଗାସ୍କର ଏବେ ବିଧ୍ୱସ୍ତ, ଆମେରିକା ର ଏହି ମାଡ଼ାଗାସ୍କର ପୂର୍ବତଟ ମଞ୍ଜରୀ ଠାରେ ବାତ୍ୟା ଉପକୂଳ ଛୁଇଁଛି | ଲ୍ୟାଣ୍ଡଫଲ ବେଳକୁ ବାତ୍ୟା ଅତ୍ୟନ୍ତ ଶକ୍ତିଶାଳୀ ହୋଇ ଥିଲା, ଘଣ୍ଟା ପ୍ରତି 235 କିଲୋମିଟର ବେଗ ରେ ପବନ ମଧ୍ୟ ବହି ଥିଲା ଏବଂ ସମୁଦ୍ର ରେ ଉଚ୍ଚ ଜୁଆର ଉଠି ଥିଲା ପୁଣି ଏହା ସହିତ ତୀବ୍ର ପବନ ଓ ବର୍ଷା ରେ ବହୁ ଘର ଧରାଶାୟୀ ହେବା ସହିତ ଗଛ ଉପୁଡି ପଡ଼ି ଥିଲା |

ଏହା ସହିତ ଆହୁରି ବିଜୁଳି ଖୁଣ୍ଟି ମଧ୍ୟ ଉପାଡି ହୋଇ ଯାଇଛି ଏବଂ ବିଜୁଳି ସେବା ମଧ୍ୟ ଆହତ ହୋଇଛି | ପୂର୍ବରୁ ଏପରି ଭୟଙ୍କର ସ୍ଥିତି କେବେ ମଧ୍ୟ ଉପୁଜି ନଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି | ଏହି ବାଟସିରାଇ ତାଣ୍ଡବ ରେ 27 ହଜାର ଲୋକ ଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ଥିବା ଦେଶ ର ବିପର୍ଯ୍ୟକ ପରିଚାଳନା କମିଟି ସୂଚନା ଦେଇଛି | ବାଟସିରାଇ ଏହି ବାତ୍ୟା ରେ ଅନେକ କ୍ଷୟକ୍ଷତି ହୋଇ ଥିବାର ଅନୁମାନ କରା ଯାଉଛି |

2 ସପ୍ତାହ ମଧ୍ୟ ରେ ଦୁଇଟି ଶକ୍ତିଶାଳୀ ବାତ୍ୟା ମାଡ଼ାଗାସ୍କର ରେ ପ୍ରଳୟ ଆଣିଛି | ଗତ ମାସ ର ଶେଷ ସପ୍ତାହ ରେ ସାମୁଦ୍ରିକ ଝଡ଼ ଆନାରେ 55 ଜଣଙ୍କର ଜୀବନ ଚାଲି ଯାଇ ଥିଲା | ଏହା ସହିତ 10 ହଜାର ଲୋକ ବାସଚ୍ୟୁତ ହୋଇ ଥିଲେ ଏବଂ ବ୍ୟାପକ କ୍ଷୟକ୍ଷତି ଘଟି ଥିଲା |

ମନଞ୍ଜରୀ ରେ ଏହି ବାତ୍ୟା ମାଡ଼ ହୋଇ ଏହା କ୍ରମଶଃ ଦୁର୍ବଳ ହେଉ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି | ବର୍ତ୍ତମାନ ଲୋକ ଙ୍କୁ ପିଇବା ପାଣି ଓ ଖାଦ୍ୟ ଯୋଗାଇବା ସରକାର ଙ୍କର ଏହା ପ୍ରଧାନ ଲକ୍ଷ୍ୟ ରହିଛି | ସାଇକ୍ଲୋନ ବାଟସିରାଇ ର ଏହି ମାଡ଼ାଗାସ୍କର ରେ 17 ବର୍ଷ ର ଇତିହାସ ରେ ସବୁଠୁ ପ୍ରଳୟଙ୍କରୀ ବାତ୍ୟା ଏହାକୁ କୁହା ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।