ଦେଖନ୍ତୁ Shocking ଭିଡ଼ିଓ ବାଇ କରିଛି ପୁଷ୍ପା ସିନେମା ! ସରକାରୀ ଅଫିସରୁ କାଟି ନେଉଛନ୍ତି ଚନ୍ଦନ କାଠ…ଦେଖନ୍ତୁ ପୁରା ଭିଡିଓ

0 317

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଅଲୁ ଅର୍ଜୁନ ଙ୍କର ପୁଷ୍ପା ସିନେମା ଟି ସାରା ଦେଶ ରେ କିପରି ଚହଳ ପକାଇଛି | ଏହି ଫିଲ୍ମ ର ଡାଇଲଗ ‘ମେଁ ଝୁକେଙ୍ଗା ନେହିଁ’ କୁ ସମସ୍ତ ପସନ୍ଦ କରିଛନ୍ତି ଏବଂ ଏହାକୁ ନେଇ ଅନେକ ସେଲିବ୍ରେଟି ରିଲ୍ସ କରୁ ଥିବାର ମଧ୍ୟ ଦେଖିବାକୁ ମିଳିଛି | ତେବେ ଫିଲ୍ମ ର ଆକ୍ଟିଙ୍ଗ କେବଳ ଲୋକ ମାନଙ୍କର ମନ ରଞ୍ଜନ ପାଇଁ ହୋଇ ଥାଏ କିନ୍ତୁ ବାସ୍ତବ ଜୀବନ ରେ ତାହା କରିବା କେବଳ ଲୋକ ମାନଙ୍କର ଅସୁବିଧା ର କାରଣ ହୋଇ ଥାଏ | କିଛି ଦିନ ପୂର୍ବରୁ ଚନ୍ଦନ କାଠ ର ଚୋରି ସମ୍ପର୍କ ରେ ତ ଆପଣ ଜାଣି ଥିବେ ତେବେ ପୁଣି ସେଭଳି ଏକ ଘଟଣା ସମ୍ପର୍କ ରେ ଜଣା ପଡ଼ିଛି |

କଟା ହୋଇ ପଡ଼ିଛି ଚନ୍ଦନ ଗଛ ପୁରା ସାଇଜ କରି ଦୁର୍ବୁତ୍ତ ମାନେ କାଟି ନେଇଛନ୍ତି | ଖାଲି ଯାହା ଡାଳ ଆଉ ଅଗ ତକ ପଡ଼ିଛି ନହେଲେ କାଠ ସବୁ ଚୋର ମାନେ କାଟି ନେଇଛନ୍ତି | ଖାଲି ଏହା ଗୋଟିଏ ସ୍ଥାନର ନୁହେଁ ଏକାଧିକ ସ୍ଥାନ ରୁ ଚନ୍ଦନ ଗଛ ଦୁର୍ବୁତ୍ତ ମାନେ କାଟି ନେଇଛନ୍ତି |

ଏହି ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ର, ସୂଚନା ଅନୁସାରେ ଗତ ଦୁଇ ଦିନ ଭିତରେ ଚନ୍ଦନ ଚୋର ତିନୋଟି ସ୍ଥାନରୁ ରାତି ଅଧିଆ 5 ଟି ଗଛ ଲୁଟି ନେଇ ସାରିଲେଣି ହେଲେ ଏଯାଏଁ ପୋଲିସ ଚୋର ମାନଙ୍କୁ ଧରି ପାରି ନାହିଁ |

ପୋଲିସ କୁ ଚନ୍ଦନ କାଠ ଚୋର ପୁଷ୍ପା ସିନେମା ଷ୍ଟାଇଲ ରେ ଧୂଳି ଦେଇ ଖସି ଯାଉଛନ୍ତି | ରାତାରାତି ଏହି ଦୁର୍ବୁତ୍ତ ମାନେ କାମ ସାରି ଦେଉଛନ୍ତି କିନ୍ତୁ ସକାଳୁ କୁ ପୋଲିସ ଭୁଁ ବଜାଉଛି | ଗତ ରବିବାର ମଧ୍ୟ ରାତ୍ର ରେ କେନ୍ଦୁଝର ଜିଲ୍ଲା ପୁରୁଣା ବଜାର ସ୍ଥିତ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣ ରୁ ମେଘନାଦ ସୁରକ୍ଷା ପାଚେରୀ ଡେଇଁ ଚୋର ମାନେ ତିନୋଟି ଗଛ କାଟି ନେଇ ପଳାଇଛନ୍ତି | ଖାଲି ସେତିକି ନୁହେଁ ଖୋଦ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ଜିଲ୍ଲା ଯୋଜନା ବଳ ଅଫିସ କ୍ୟାମ୍ପସ ଓ ଏଡିଏମ ରାଜସ୍ବ ଙ୍କ ବାସ ଭଵନ ପରିସର ରୁ ଦୁଇଟି ଗଛ ଚନ୍ଦନ ଚୋର ଚୋରି କରି ସାରିଲେଣି |

ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋର ମାନେ ଗୋଟିଏ ପରେ ଗୋଟିଏ ଗଛ ଲୁଟି ନେଇ ପଳାଉ ଥିବା ବେଳେ ପୋଲିସ କେବଳ ତଦନ୍ତ କରିଯିବା କହି ହାତ ବାନ୍ଧି ବସି ରହିଛି | କୁହା ଯାଉଛି ପୁଷ୍ପା ସିନେମା ପ୍ରଭାବ ରେ ଆସି ଚନ୍ଦନ କାଠ ଚୋର ଙ୍କର ଜୋସ ବଢ଼ି ଯାଇଛି |

ସ୍ଥାନେ ସ୍ଥାନେ ଚୋର କାଳେ ପୋଲିସ କୁ ପୁଷ୍ପା ଡାଇଲଗ ମାରିଲା ଭଳି ମେଁ ଝୁକେଗା ନେହିଁ ବୋଲି କହୁଛନ୍ତି | ଏବେ ଦେଖିବାକୁ ବାକି ରହିଲା ପୋଲିସ ଏହି ଚନ୍ଦନ ଚୋର ଙ୍କୁ ଧରି ହାତକଡ଼ି ପିନ୍ଧଉଛି ନା ଚନ୍ଦନ ଚୋର ପୁଷ୍ପା ସିନେମା ରେ ବାଇ ହୋଇ ଆହୁରି ଚୋରି ରେ ମାତୁଛନ୍ତି |