ବର୍ଷା ଙ୍କୁ କମେଣ୍ଟ ମାରିଲେ ଜାଗୃତି-ବର୍ଷାଙ୍କ ପାଇଁ, ଜାଗୃତିଙ୍କ ହେଲା ଅପମାନ! ମୁହଁ ଖୋଲିବେ କି ଅନୁଭବ।

0 99

ପୁଣି ଚର୍ଚ୍ଚା ରେ ଜାଗୃତି ଶୁକ୍ଳା । ନିଜ ଫେସବୁକ୍ ଆକାଉଣ୍ଡରେ ଏକ ପୋଷ୍ଟ କରି ଆଲୋଚନା କୁ ଆସିଛନ୍ତି ଜାଗୃତି । ତେବେ କିଏ ଏହି ଜାଗୃତି । ଇଏ ହେଉଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି ଙ୍କ ର ଅତିପ୍ରିୟ ବାନ୍ଧବୀ । ଯାହାଙ୍କ ସହ ଅନୁଭବ ଅନେକ ଫୋଟ ସୋସିଆଲ ମିଡିଆ ରେ ସେୟାର କରନ୍ତି । ତେବେ ତାଙ୍କ ବାନ୍ଧବୀ ଫେସବୁକ୍ ପୋଷ୍ଟ ରେ ଲେଖିଛନ୍ତି ମୁଁ ଜାଣିବାକୁ ପାଇଲି ଯେ ଜଣେ ସାଂସଦ ଙ୍କ ପତ୍ନୀ ତାଙ୍କର ବିଭିନ୍ନ ପ୍ରକାର ସାର୍ଟିଫିକେଟ୍ ରେ ଭିନ୍ନ ଭିନ୍ନ ନାଁ ରଖିଛନ୍ତି ।

ମ୍ୟାରେଜ୍ ସାର୍ଟିଫିକେଟ, ଦଶମ ସାର୍ଟିଫିକେଟ୍, ପାର୍ସପୋର୍ଟ , ପାନ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଡ ଆଦି ରେ ଅଲଗା ଅଲଗା ନାଁ ରଖିଛନ୍ତି । ଏହାଛଡା ତାଙ୍କ ବାପା ମାଁ ଙ୍କ ସାଙ୍ଗ୍ୟା ମଧ୍ୟ ବଦଳାଇ ଦେଇଛନ୍ତି । ଏହା କଣ ଠକେଇ ନୁହଁ କି ? ଏହା ପୁଙ୍ଖାନୁପୁଙ୍ଖା ତଦନ୍ତ ହେବା ଉଚିତ୍ ନୁହଁ କି ? ପତ୍ନୀ ହିସାବ ରେ ସେ କଣ ସବୁ ସୁବିଧା ପାଇବାକୁ ହକ୍ ଦାର କି ବୋଲି ଜାଗୃତି ପ୍ରଶ୍ନ କରିଛନ୍ତି ?

ଏହି ଲେଖା ରେ ଜାଗୃତି ସିଧାସଳଖ କାହା ନାଁ ଲେଖି ନାହାଁନ୍ତି କିନ୍ତୁ ଏହା ଅନୁଭବ ମହାନ୍ତି ଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ଉଦ୍ଦେଶ୍ୟରେ ଲେଖା ଯାଉଥିବା ସ୍ପଷ୍ଟ ଜଣା ପଡିଛି । ହଠାତ୍ କାହିଁକି ଜଣେ ସାଂସଦ ଙ୍କ ପତ୍ନୀ ସଂପର୍କ ରେ ଏମିତି ତଥ୍ୟ ଜାଣିବାକୁ ଚାହିଁଲେ ଜାଗୃତି । ତାହାକୁ ନେଇ ବର୍ତ୍ତମାନ ସମୟରେ ଅନେକ ପ୍ରକାର ଆଲୋଚନା ହେଉଚି ।

ଏକଥା ଆମେ ସମସ୍ତେ ଜାଣନ୍ତି ଯେ ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ ବିବାଦ ଦିନ କୁ ଦିନ ବଢିବାରେ ଲାଗିଛି । ବର୍ଷା ଙ୍କୁ ଲୋକସଭା ପକ୍ଷ ରୁ ଦିଆ ଯାଇଥିବା ସ୍ପାଉସ୍ କାର୍ଡ ବା ସାଂସଦ ଙ୍କ ପତ୍ନୀ ହିସାବ ରେ ମିଳିଥିବା ପରିଚୟ ପତ୍ର ପ୍ରତ୍ୟାହାର ଓ ସୁବିଧା ସୁଯୋଗ ବନ୍ଦ କରିବାକୁ ଅନୁଭବ ଆବେଦନ କରିଥିଲେ ।

ଲୋକସଭା ସେକ୍ରଟେରିଏଟ୍ ପକ୍ଷରୁ ବର୍ଷା ଙ୍କୁ ଏହି କାର୍ଡ ଫେରାଇ ଦେବାକୁ କୁହା ଯାଇଥିଲା । ଏହା ବିରୋଧ ରେ ବର୍ଷା ହାଇକୋର୍ଟ ରେ ମଧ୍ୟ ଆବେଦନ କରିଥିଲେ । ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ଏବଂ ଅନୁଭବ ଙ୍କୁ ଝଟକା ମଧ୍ୟ ଲାଗିଛି । ଏହାପରେ ଜାଗୃତି ଏହି ପୋଷ୍ଟ କରିଥିବାରୁ, ଏହା ଯେ ବର୍ଷା ଙ୍କ ଉଦ୍ଦେଶ୍ୟ ରେ ଲେଖା ଯାଇଛି ତାହା ସ୍ପଷ୍ଟ ଜଣା ପଡୁଛି । ଅନୁଭବ ଓ ବର୍ଷା ଙ୍କ ମଧ୍ୟରେ ଛାଡପତ୍ର ସମେତ ବହୁ ମାମଲା ଏବେ ଅଦାଲତ ଙ୍କ ବିଚାରଧୀନ ଅଛି ।

ବାନ୍ଧବୀଙ୍କ ସହ ଅନେକ ଥର ହୋଟେଲ୍ ରେ ଭୋଜନା କରୁଥିବା ଫୋଟ ସୋସିଆଲ ମିଡିଆରେ ଅପଲୋଡ ବି କରିଛନ୍ତି ଅନୁଭବ । ଯାହାକି ତାଙ୍କର ହଜାର ହଜାର ଫୋଲୋରସ୍ ଦେଖିଛନ୍ତି ଓ ମତାମତ ବି ଦେଇଛନ୍ତି । ଆଉ ଏବେ ଜାଗୃତି ପରୋକ୍ଷ ରେ ବର୍ଷାଙ୍କୁ ଏମିତି ଟାର୍ଗେଟ କରିଥିବାରୁ ବିବାଦ ଘନେଇବାରେ ଲାଗିଛି କିନ୍ତୁ ଏହି ପୋଷ୍ଟ ଉପରେ ଅନୁଭୂବ କିମ୍ବା ବର୍ଷା ଙ୍କ ର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ