ଆଉନାହାନ୍ତି Soumya ଏକାଦଶରେ ଫଟୋକୁ ଆଉଁସି ମାମୁଁକୁ ମନେ ପକାଉଛି କୁନି ଭଣଜା… ଉଠ୍ ମାମୁଁ ଉଠ୍ ଦେଖନ୍ତୁ Video

0 376

ଆପଣ ଜାଣିଥିବେ ସୌମ୍ୟରଞ୍ଜନ ଙ୍କ ବିଷୟରେ। ସେ ଆଉ ଏହି ଦୁନିଆରେ ନାହିଁ। ଆଉ ଆଜି ତାଙ୍କର ଏକଦଶାହ କ୍ରିୟା କର୍ମ। ପ୍ରେମିକାର ଧକା ପାଇ ଜୀବନ ଦେଇ ଦେଲେ ୩୧ ବର୍ଷୀୟ ଯୁବକ ସୌମ୍ୟରଞ୍ଜନ ପାଣିଗ୍ରାହୀ। କିନ୍ତୁ ସେ ସିନା ଚାଲିଗଲେ ତାଙ୍କୁ ଝୁରି ଝୁରି ତାଙ୍କ ବାପା ମା ଙ୍କ ଅବସ୍ଥା ଯାହା ହେଉଛି ତାହା ଆପଣ ଅନେକ ଭିଡିଓ ରୁ ଦେଖି ପାରୁଥିବେ। ପରିବାରର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିଛନ୍ତି ସୌମ୍ୟଙ୍କ ମୃତ୍ୟକୁ ନେଇ। ଏହା ଏକ ଏମିତି ଦୁଃଖଦ ଏବଂ ଅଭାବନୀୟ ଘଟଣା ଯାହା ବର୍ଣ୍ଣନା କରିବା ସହଜ ନୁହେଁ। ଏକ ପରିବାର ତାର ରୋଜଗାରିଆ ପୁଅକୁ ହରାଇଛି। ଭଉଣୀ ଭାଇକୁ ହରାଇଛି। ମା କୋଳରୁ ଚାଲି ଯାଇଛି ତାର ପୁଅ।

ଏହି ଦୁଃଖକୁ କିଏ ବା ବାପା ମା ଭୁଲି ପାରିବେ ବା ସହି ପାରିବେ। ଯେଉଁ ଦୁଃଖକୁ ଭୁଲିବା ଏତେ ସହଜ ନୁହେଁ। ଏହି ଘଟଣା ଯେତିକି ସମ୍ବେଦନଶୀଳ ,କଷ୍ଟଦାୟକ ସେତିକି ହୃଦୟବିଦାରକ ମଧ୍ୟ। ତେବେ ପ୍ରେମ ପ୍ରତାରଣା ,ଧୋକା ଆଉ ବିଶ୍ୱାସଘାତକତା କୁ ନେଇ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି।

ତେବେ ସେ ଯାହାକୁ ଭଲ ପାଉଥିଲେ ଶେଷରେ ତାଙ୍କ ପାଇଁ ଜୀବନ ଚାଲିଗଲା। ପ୍ରେମିକାର ଧୋକା, ପ୍ରତାରଣା ପାଇଁ ଚାଲି ଯାଇଛି ପ୍ରେମିକର ଜୀବନ। ଯାହା ପ୍ରେମିକ ପାଖରୁ ମୃତ୍ୟୁ ପରେ ମିଳିଥିବା ସୁଇସାଇଡ ନୋଟ ରେ ସ୍ପଷ୍ଟ ଭାବରେ ଲେଖା ଯାଇଛି।

ତେବେ ଏହି ମୃତ ଯୁବକ ଜଣଙ୍କ ଜଣେ ମଡେଲ୍ ମଧ୍ୟ ଥିଲେ। ଦୁଇ ବର୍ଷ ଭିତରେ ତାଙ୍କର ଜଣେ ଗାୟିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଉଭୟଙ୍କ ପରିବାର ଲୋକେ ଏହା ଜାଣିବା ପରେ ସେମାନଙ୍କ ବିବାହ ପାଇଁ ଯୋଜନା ଚାଲିଥିଲା।

ଯୁବତୀ ଜଣକ ସୌମ୍ୟଙ୍କ ଘର କୁ ମଧ୍ୟ ଆସୁଥାଏ ଏବଂ ତାଙ୍କ ଘରେ ମଧ୍ୟ ରହୁଥାଏ। ସୌମ୍ୟଙ୍କ ବାପା ମା ଙ୍କ ମମି ଡାଡି ବୋଲି ଡାକୁଥିଲେ। ହେଲେ ଯୁବତୀ ଜଣକ କିଛି ଦିନ ହେବ ସୌମ୍ୟଙ୍କୁ ପ୍ରତାରଣା କରିବାରୁ ସୌମ୍ୟ ଭାଙ୍ଗି ପଡ଼ିଥିଲେ। ଆଉ ଶେଷରେ ସେ ସହି ନପାରି ଏପରି ପଦକ୍ଷେପ ନେଇଥିବା କୁହାଯାଇଛି।


ପ୍ରେମିକାଙ୍କ ପ୍ରତାରଣା ଶେଷରେ ତାଙ୍କ ଜୀବନ ନେଇ ଯାଇଛି। ସୌମ୍ୟଙ୍କ ମୃତ୍ୟକୁ ବି ବିତି ଯାଇଛି ୧୧ ଦିନ। ରୀତି ନୀତି ଅନୁସାରେ ଘରେ ସୌମ୍ୟଙ୍କ ଏକଦଶାହ କ୍ରିୟା କର୍ମ ହେଉଛି। ଆଉ ଏହି ସମୟରେ ଦେଖିବା ପାଇଁ ମିଳିଛି ଏକ ଏମିତି ଦୃଶ୍ୟ ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ।

ଯାହା ଦେଖିବା ପାଇଁ ମିଳିଛି ସୌମ୍ୟଙ୍କ ଫଟୋ କୁ କୁନି କୁନି ହାତରେ ଆଉଁସୁଛି ସୌମ୍ୟଙ୍କ କୁନି ଭଣଜା ଆୟନ୍। ଯେମିତି ସେ ମାମୁଁ କୁ ଫଟୋ ରେ ଫଟୋ ରେ ଖୋଜୁଛି ଏବଂ ମନେ ପକାଉଛି। ଆପଣ ବି ଏହି ଦୃଶ୍ୟ ଦେଖିଲେ ଭାବବିହ୍ୱଳ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।