ଦେଖନ୍ତୁ OLLYWOOD ଭି଼ଡିଓ ! ମିହିର ଦାସ ଙ୍କ ଜନ୍ମ ଜୟନ୍ତୀ ରେ କହୁ କହୁ କାନ୍ଦି ପକାଇଲେ ସିନ୍ଧାନ୍ତ ଓ ଶ୍ରୀତମ……….

0 199

ଆଜିବି କୋତି କୋଟି ଓଡିଆଙ୍କ ପ୍ରାଣରେ ଜୀବନ୍ତ ହୋଇ ରହିଛି ଲୋକପ୍ରିୟ ଅଭିନେତା ମିହିର ଦାସ୍ ଙ୍କ ଅଭୁଲା ସ୍ମୃତି।ସ୍ୱର୍ଗତ ଅଭିନେତା ମିହିର ଦାସଙ୍କୁ ଝୁରୁଛି ସାରା ଓଡିଶା। କେହି ଭୁଲି ପାରୁନାହାନ୍ତି ତାଙ୍କୁ। ତାଙ୍କର ପ୍ରତିଟି ଡାଇଲୋଗ ଓ ନିଖୁଣ ଅଭିନୟକୁ ଝୁରୁଛନ୍ତି ଓଡିଶାବାସୀ। ତେବେ ସ୍ୱର୍ଗତଃ ମିହିର ଦାସ ଙ୍କ ଜନ୍ମ ଦିବସ ଅବସରରେ କଟକ ବାସିନ୍ଦା କରିଛନ୍ତି କିଛି ଏମିତି କାମ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ୍ ଏବଂ ଅନ୍ୟ କିଛି ଅଭିନେତା ଏବଂ ଅନ୍ୟ ମାନେ ମିଶି ମିହିର ଦାସ୍ ଙ୍କ ଏକ ମାଟିର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ଯେଉଁଟା କି ପୂରା ଜୀବନ୍ତ ଲାଗୁଛି।

ମାଟିର ମଣିଷ ହେଉଛନ୍ତି ଓଡିଆ ଚଳଚିତ୍ର ଜଗତର ଅଭିନେତା ମିହିର ଦାସ । କାଲି ଥିଲା ମିହିର ଦାସ ଙ୍କ ର 63 ତମ ଜନ୍ମ ବାର୍ଷିକ । ଏହି ଜନ୍ମ ବାର୍ଷିକରେ କଟକ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ଉଦଘାଟିତ ହୋଇଛି ମାଟିର ମୂର୍ତ୍ତି ।

ଆଉ କଟକର ଶିଳ୍ପୀଗଣଏହାକୁ ଉଦଘାଟନ କରିବା ସହିତ ଏକ ଜୀବନ୍ତ ରୂପ ଦେଇଛନ୍ତି ମାଟିର ମଣିଷ ମିହିର ଦାସ ଙ୍କୁ । ତାଙ୍କ ଶ୍ରଦ୍ଧାଞ୍ଜଳୀ ଉପଲକ୍ଷେ କାଲି 63ତମ ଜନ୍ମ ବାର୍ଷିକ ଉପଲକ୍ଷେ ଶିଳ୍ପୀଗଣ ଏବଂ କିଛି କଳାକାର ମାନେ ମଧ୍ୟ ନଜର ଆସିଥିଲେ ଏହି ମୂର୍ତ୍ତିକୁ ଉଦଘାଟନ କରିବା ପାଇଁ ଏବଂ ସେହିଠାରେ ଶୋକାକୂଳ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା ।

ତେବେ ଶ୍ରୀତମ ଦାସ ଏବଂ ମିହିର ଦାସ ଙ୍କ ସମେତ ଆହୁରି ଅନେକ କଳାକାରମାନେ ମଧ୍ୟ ଯୋଗ ଦେଇଥିଲେ । ତେବେ ମିହିର ଦାସ ଥିଲେ ଅବଶ୍ୟ କିନ୍ତୁ ମାଟିର ମଣିଷ ହୋଇ । ହଁ ସିଦ୍ଧାର୍ଥ ମହାପାତ୍ର, କୁନା ତ୍ରିପାଠୀ ଙ୍କ ସମେତ ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ , ଏଥିରେ ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନ୍ ସହ ମିଶି ଶିଳ୍ପୀ କୁମ୍ଭାର ସାହି, ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ମିହିର ଦାସ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।


ମିହିର ଦାସ ଙ୍କୁ ମନେ ପକାଇ ଶ୍ରୀତମ ଦାସ, କୁନା ତ୍ରିପାଠୀ ଏବଂ ସିଦ୍ଧାର୍ଥ ମହାପାତ୍ର ଙ୍କ ସମେତ ଅନେକ କିଛି କଳାକାର ସେଠାରେ କାନ୍ଦି ପରିବେଶକୁ ଶୋକାକୂଳ କଛି ସମୟ ପାଇଁ କରିଦେଇଥିଲେ । ମିହିର ଦାସ ଙ୍କୁ ମନେ ପକାଇ ଅଶୃଳ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦେଇଥିଲେ ।

ମିହିର ଦାସ ଓଡିଆ ଚଳଚିତ୍ର ଜଗତର ଜଣେ ଦିବ୍ୟଙ୍ଗତ ଅଭିନେତା , ତାଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ । ସେ ଜଣେ ଭଲ ଅଭିନେତା ସହିତ ଜଣେ ବହୁତ ଭଲ ମଣିଷ ଥିଲେ ବୋଲି ମିହିର ଦାସ ଙ୍କୁ ଏମିତି କିଛି କହିଛନ୍ତି ଶ୍ରୀତମ ମହାପାତ୍ର । ଆଉ ଏସବୁ କହୁ କହୁ ଶ୍ରୀତମ ଦାସ କାନ୍ଦି ପକେଇଥିବାର ନଜର ଆସିଛନ୍ତି ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।