Bastu Tips – ହଳଦୀ ଡବାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ମା ଲକ୍ଷ୍ମୀ ବର୍ଷାଇବେ ଧନ

0 115

ତେବେ କେଉଁ ମଣିଷ ବା ଚାହିଁ ନଥାଏ ଯେ ସେ ତା ଜୀବନରେ ସୁଖ ଶାନ୍ତି ରେ ରହିବ ଏବଂ ଅଧିକ ଟଙ୍କା ରୋଜଗାର ରହିବ ଏମିତି କି ପରିବାରିକ ସୁଖ ମଧ୍ୟ ଚାହିଁ ଥାଏ | ଆଉ ଏଥିପାଇଁ ପ୍ରତେକ ମଣିଷ କଠିନ ରୁ କଠିନ ପରିଶ୍ରମ ମଧ୍ୟ କରି ଥାଏ | କିନ୍ତୁ ବେଳେ ବେଳେ ଯେତେ କଷ୍ଟ କଲେ ମଧ୍ୟ ଏହି ସବୁ ଧନ ପ୍ରାପ୍ତି ସୁଖ ସମୃଦ୍ଧି ଆମେ ପାଇ ପାରି ନଥାଉ | ଏମିତି କି ସ୍ୱାମୀ ସୁଖ ମଧ୍ୟ ପାଇ ନଥାଉ ଯେତେ ଚେଷ୍ଟା କଲେ ବି ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହୋଇ ଯାଇ ଥାଏ | ତେବେ ଆଜି ଏଭଳି କିଛି ଉପାୟ ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ସବୁ ସୁଖ ସମୃଦ୍ଧି ର ଅଧିକାରୀ ହୋଇ ପାରିବେ |

ତେବେ ଆପଣଙ୍କ ଘରେ ହଳଦୀ ତ ନିହାତି ଭାବରେ ଥିବ କାରଣ ହଳଦୀ ବିନା କୌଣସି ରୋଷେଇ ହିଁ ଅସମ୍ଭବ | ଏହି ହଳଦୀ କୁ କୌଣସି ଶୁଭ ମାଙ୍ଗଳିକ ପୂଜା ରେ ମଧ୍ୟ ବ୍ୟବହାର କରାଯାଏ |

ତେବେ କୌଣସି ଗୁରୁବାର ଦିନ ଆପଣ ଗୋଟେ ହଳଦୀ ଖଣ୍ଡ ହାତରେ ନିଅନ୍ତୁ ଏବଂ ଓଁ ରତ ୟେ କାମଦେବାୟ ନମଃ ଏହି ମନ୍ତ୍ରର ଜପ ୧୦୮ ଥର କରନ୍ତୁ | ଆଉ ଏହି ହଳଦୀ ଖଣ୍ଡକୁ ସ୍ୱାମୀଙ୍କ ଶୋଇବା ବିଛଣାରେ ମୁଣ୍ଡ ପାଖରେ ରଖିଦିଅନ୍ତୁ, ଏହା ପରେ ଦେଖିବେ ଏହାର ପ୍ରଭାବ କେମିତି ପଡୁଛି |

ତେବେ ଏମିତି ବି ହୁଏ ଆପଣଙ୍କ ସ୍ୱାମୀ ଙ୍କ ଭିତରେ ବହୁତ ଭୁଲ ବୁଝାମଣା ହୋଇ ଥାଏ ଏବଂ ଆପଣଙ୍କ ସ୍ୱାମୀ ମଦ୍ୟପାନ କରି ଥାଆନ୍ତି | ତେବେ ଏଥିରୁ ଆପଣ ମୁକ୍ତି ପାଇବା ପାଇଁ 11 ଟି ହଳଦୀ ଖଣ୍ଡ କୁ ଏକ ନାଲି କପଡା ରେ ବାନ୍ଧି ଦିଅନ୍ତୁ ଆଉ ସ୍ୱାମୀ ଙ୍କ ଉପରେ 7 ଥର ବୁଲାଇ ବହିଯାଉ ଥିବା ପାଣିରେ ପକାଇ ଦିଅନ୍ତୁ |

ଏହା ସହିତ ଯଦି ଆପଣଙ୍କ ଘରେ ପୁଅ କିମ୍ୱା ଝିଅ ବିବାହ ହୋଇ ପାରୁ ନାହିଁ ତେବେ ତାଙ୍କ ବେକରେ ହଳଦୀ ଖଣ୍ଡ ଧାରଣ କରନ୍ତୁ କିମ୍ବା ପର୍ସ ରେ ହଳଦୀ ଖଣ୍ଡ ରଖି ଦିଅନ୍ତୁ | ଏହାଛଡା ଯଦି ପାରୁଛନ୍ତି ତେବେ କିଛି ହଳଦୀ ନେଇ ଭଗବାନ ସୂର୍ଯ୍ୟ ଙ୍କ ଉପରେ ପକାଇ ଜଳ ଅର୍ପଣ କରନ୍ତୁ ଏହାଦ୍ୱାରା ଆପଣଙ୍କ ଘରେ ବିବାହ ସମସ୍ୟା ଦୂର ହୋଇ ଯିବ |

ଯଦି ଆପଣ ହଲଦୀ କୁ ରୋଷେଇ ଘରେ କୌଣସି ଡବାରେ ରଖୁଛନ୍ତି ତେବେ ତାହା ନକରି ଏହାକୁ କାଚ ପାତ୍ରରେ ରଖନ୍ତୁ, କାରଣ ହଳଦୀ ଗୁରୁଙ୍କ କାରକ ଅଟେ ଏବଂ କାଚ ଚନ୍ଦ୍ରମାଙ୍କ କାରକ ଅଟେ | ତ ଯେବେ ଚନ୍ଦ୍ର ଏବଂ ଗୁରୁ ମିଶିବେ ତ ରାଜଯୋଗ ବନିଯିବ ଏବଂ ଆପଣଙ୍କ ଘରେ ଉନ୍ନତି ହେବା ଆରମ୍ଭ ହୋଇଯିବ |

ଏହା ସହିତ ପ୍ରତିଦିନ ଏକ ପାତ୍ର ରେ ପାଣି ନେଇ ସେହି ପାଣିରେ ହଳଦୀ ପକାଇ ଘର ର ଚାରିଆଡେ ଛିଞ୍ଚନ କରିବେ ଦେଖିବେ ଆପଣଙ୍କ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇ ଯିବ | ଏହା ସହିତ କୌଣସି ଏକ ଗୁରୁବାର ଦିନ ଏକ ଡବାରେ କିଛି ହଳଦୀ ନିଅନ୍ତୁ ଏବଂ ସେଥିରେ ଏକ ସୁନା ଜିନିଷ ନିଅନ୍ତୁ ଆଉ ଏହାକୁ ଠାକୁର ଙ୍କ ସ୍ଥାନ ରେ ରଖି ଦିଅନ୍ତୁ ଦେଖିବେ ଆପଣଙ୍କ ଘରେ ଧନ ର ବର୍ଷା ହେବ |

ତେବେ ଏହା ସହିତ ଏକ ଡବାରେ କିଛି ହଳଦୀ ନେଇ ସେଥିରେ ଶୁଖିଲା ଲଙ୍କା ପକାଇ ଦିଅନ୍ତୁ ଆଉ ନିଜର କିଛି ଇଚ୍ଛା କୁ ମନେ ମନେ କୁହନ୍ତୁ ଆଉ ତାହାକୁ ରଖି ଦିଅନ୍ତୁ | ଯେବେ ସେହି ଇଚ୍ଛା ପୂରଣ ହେବ ସେହି ଲଙ୍କା କୁ କାଢି ଆପଣ ତରକାରୀ ରେ ପକାଇ ପାରିବେ ନଚେତ ମାଟିରେ ପୋତି ଦିଅନ୍ତୁ ଦେଖିବେ ଆପଣ ନାକରାତ୍ମକ ଉର୍ଜା ରୁ ମଧ୍ୟ ବର୍ତି ପାରିବେ |