ସଉତୁଣୀ ହେବାକୁ ସଜବାଜ ହେଉଛନ୍ତି ଜାଗ୍ରତି, ଫେସବୁକ୍ ରେ ବର୍ଷାଙ୍କୁ ଦେଖେଇ ଦେଖେଇ ଲେଖୁଛନ୍ତି ଅନେକ କଥା Iକଣ ସତରେ ଅନୁଭଭ ତାଙ୍କୁ….

0 177

ବର୍ଷା ଓ ଅନୁଭବ ଙ୍କ କଳି ରେ ଉଭା ହେଲେ ଆଉ ଜଣେ ଯୁବତୀ, କିଛି ଦିନ ଆଗରୁ ତାଙ୍କୁ ନେଇ ଚାପି ଚାପି ଚର୍ଚ୍ଚା ହେଉ ଥିଲା ଆଉ ଏବେ ଦୃଶ୍ୟ ପଟ କୁ ଆସି ଗଲେ | ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ତାଙ୍କ ସାଂସଦ ପତି ବା ଅଭିନେତା ଅନୁଭବ ମହାନ୍ତି ଏମାନଙ୍କ ପାରିବାରିକ କଳି କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି | କୌଣସି ବି କାରଣରୁ ବର୍ଷା ଙ୍କ ଠାରୁ ଅଲଗା ହେବାକୁ ଚେଷ୍ଟା ଜାରି ରଖିଛନ୍ତି ବିଜେଡ଼ି ର କେନ୍ଦ୍ର ସାଂସଦ ଅନୁଭବ ମହାନ୍ତି ଏବଂ ଏହି ଷ୍ଟାର କୋର୍ଟ କଚେରୀ ଦୌଡୁଛନ୍ତି | କୋର୍ଟ ରେ ମାମଲା ବିଚାରଧୀନ ଥିବା ବେଳେ ମଝିରେ ମଝିରେ ଚର୍ଚ୍ଚା କୁ ଆସୁ ଥିଲେ ଜଣେ ଥାର୍ଡ଼ ପର୍ସନ ଅର୍ଥାତ ତୃତୀୟ ବ୍ୟକ୍ତି |

ତେବେ ଇଏ ହେଉଛନ୍ତି ଅନୁଭବ ଙ୍କର ବାନ୍ଧବୀ ଦିଲ୍ଲୀ ରେ ଥିବା ଜାଗୃତି ଶୁକ୍ଲା | କେବଳ ଚାପା ଗୁଞ୍ଜନ ରେ ଥିବା ଜାଗୃତି କୁ ବିବାଦ ଭିତରକୁ ଅନୁଭବ ଙ୍କର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଟାଣି ଆଣିଛନ୍ତି | ସେ ଜାଗୃତି ଙ୍କ ନାଁ ନେଇ କଟକ ପୁରୀଘାଟ ଥାନା ରେ ଏକ ଏତଲା ଦେଇଛନ୍ତି |

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କେମିତି ଜାଗୃତି ଆସିଲେ ଆଉ ସ୍ୱାମୀ ସ୍ତ୍ରୀ ଙ୍କ କଳି ଭିତରେ ତାଙ୍କୁ କାହିଁକି ଟଣା ଗଲା | ତେବେ ସୂଚନା ଅନୁଯାଇ ଫେବୃଆରୀ 8 ତାରିଖ ସନ୍ଧ୍ୟା 7.52 ରେ ଏମିତି ଢଙ୍ଗ ରେ ନିଜ ଫେସବୁକ ଆକାଉଣ୍ଟ ରେ ଲେଖିଲେ ସାଂସଦ ଅନୁଭବ ମହାନ୍ତି ଙ୍କ ବାନ୍ଧବୀ ଜାଗୃତି |


ସେ ଲେଖି ଥିଲେ କି, ମୁଁ ଜାଣିବାକୁ ପାଇଛି ଜଣେ ସାଂସଦ ଙ୍କ ପତ୍ନୀ ତାଙ୍କ ମ୍ୟାରେଜ ସାର୍ଟିଫିକେଟ, ଦଶମ ଶ୍ରେଣୀ ସାର୍ଟିଫିକେଟ, ପାର୍ଶପାର୍ଟ, ପାନ କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ITR ଓ ପ୍ରାୟ ସବୁ ଡକୁମେଣ୍ଟ ରେ ଅଲଗା ଅଲଗା ନାଁ ଦେଇଛନ୍ତି |

ଏହା ସହିତ ଏହା ମଧ୍ୟ ଜାଣିବାକୁ ପାଇଲି ଯେ ସେ ତାଙ୍କ ବାପା ମା ଙ୍କ ସାଙ୍ଗିଆ ଙ୍କୁ ଅଲଗା ଅଲଗା ଭାବେ ବ୍ୟବହାର କରିଛନ୍ତି | ଏହାକୁ ଠକାମି ଭାବରେ ବିବେଚନା କରାଯିବ ନାହିଁ କି, ଏହି ସମ୍ପର୍କ ରେ ପୁଙ୍ଖନୂପୁଖନିକ ଭାବେ ତଦନ୍ତ କରାଯିବା ଉଚିତ ନୁହେଁ କି କିମ୍ବା ପତ୍ନୀ ହିସାବ ରେ ସେ ସେଥିରୁ ଛାଡ଼ ପାଇବେ କି ଏବଂ ପତ୍ନୀ ଙ୍କ ସୁବିଧା ସୁଯୋଗ ପାଇବା ସେ ହକଦାର କି |

ଯଦିଓ ସେ ଏହି ପୋଷ୍ଟ ରେ ସିଧାସଳଖ ଭାବେ ନାଁ ନେଇ ନାହାଁନ୍ତି କିନ୍ତୁ ବର୍ଷା ଓ ଅନୁଭବ ଙ୍କ ଏକ ମାମଲା ରେ ହାଇକୋର୍ଟ ଏହି ମାମଲା କୁ ଜାରି କରିଛନ୍ତି | ମାମଲା ଟି ହେଉଛି ଯେ ସାଂସଦ ଙ୍କ ପତ୍ନୀ ଭାବେ ସୁବିଧା ସୁଯୋଗ ପାଉ ଥିବା ପ୍ରତ୍ୟାହାର କରି ନେବାକୁ ଅନୁଭବ ମହାନ୍ତି ଆବେଦନ କରି ଥିଲେ | ଏହାକୁ ଭିତ୍ତିକରି ଲୋକସଭା ସେକ୍ରେଟାରୀ ଏଥିରେ ବର୍ଷା ଙ୍କୁ ନୋଟିସ କରି ଥିଲେ ଆଉ ଏହା ବିରୋଧ ରେ ବର୍ଷା ଓଡ଼ିଶା ହାଇକୋର୍ଟ କୁ ଯାଇ ଥିଲେ | ଏହା ପରେ ହାଇକୋର୍ଟ କୁ ବର୍ଷା ଗଲା ପରେ ଅନୁଭବ ଙ୍କୁ ଝଟକା ଲାଗି ଥିଲା |

ତେବେ ପରେ ପରେ ଜାଗୃତି ଙ୍କର ସେହି ପୋଷ୍ଟ କୁ ନେଇ ଲାଇକ କମେଣ୍ଟ ମଧ୍ୟ ବଢ଼ିବାରେ ଲାଗିଛି, କିଏ ଲେଖା କୁ ବୁଝି ପାରୁ ନାହାଁନ୍ତି ବୋଲି କହିଛନ୍ତି ତ ଆଉ କିଏ କହିଛନ୍ତି ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଚି ଆଉ ଜଣେ କିଏ ଲେଖିଛନ୍ତି କି କେବଳ ଅନୁଭବ ହିଁ ଏହାର ଉତ୍ତର ଦେଇ ପାରିବେ |

ଏହାପରେ ଫେବୃଆରୀ 9 ତାରିଖ ଖରା ବେଳିଆ ଏକ ଧାଡିକିଆ ଟୁଇଟ କରି ଥିଲେ ବର୍ଷା | ଯେଉଁଥିରେ ସେ ନିଜର ଏକ ହସ ହସ ଫୋଟ ଉପଲୋଡ କରି ଲେଖି ଥିଲେ କି god bless you all | କିନ୍ତୁ ବିଶ୍ୱ ରେ ସମସ୍ତ ଙ୍କୁ ଆଶୀର୍ବାଦ କରିଛନ୍ତି କି ନାହିଁ ଆମକୁ ଜଣା ନାହିଁ ହେଲେ ଏହି ପୋଷ୍ଟ ର 24 ଘଣ୍ଟା ପରେ ଜାଗୃତି ତାଙ୍କ ମାନହାନି କରିଥିବା ଅଭିଯୋଗ ଆଣି ବର୍ଷା ଥାନା ରେ ପହଞ୍ଚିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।