ବିଚିତ୍ର ଆଦେଶ, ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଦିଆଯିବ କଣ୍ଡୋମ , କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

0 2,085

ଆଜିର ଦୁନିଆ ବହୁତ ଆଗକୁ ଗଲାଣି । ଅତୀତରେ ଲୋକମାନେ ଏତେ ଶିକ୍ଷିତ ନଥିଲେ ଏବଂ ଶିକ୍ଷା ପ୍ରତି ଧ୍ୟାନ ମଧ୍ୟ ଦେଉନଥିଲେ, କିନ୍ତୁ ବର୍ତ୍ତମାନ ସମସ୍ତେ ଶିକ୍ଷିତ ହେଲେଣି ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ସମସ୍ତେ ଶିକ୍ଷାପ୍ରତି ଧ୍ୟାନ ଦେବା ସହିତ ସେଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । କାହିଁକି ନାଁ ଆଜିର ସମାଜରେ ଶିକ୍ଷା ବିହୀନ ଜୀବନ ନିଃରର୍ଥକ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ବିଭିନ୍ନ ଉପାୟରେ ଜ୍ଞାନ ଅର୍ଜନ କରିବା ପାଇଁ ପ୍ରତିଯୋଗିତା ଚାଲିଛି । ବିଦ୍ୟାଳୟରେ ପାଠପଢା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଯାହାଦ୍ଵାରା ପିଲାମାନେ ସବୁଥିରେ ପାରଙ୍ଗମ ହୋଇ ପାରିବେ । ସରକାର ଅନେକ ପ୍ରକାର ନିୟମ ଗଢ଼ିଛନ୍ତି । ମାତ୍ର ଆଜି ଏକ ଏପରି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ସାଧାରଣତଃ ବିଦ୍ୟାଳୟରେ ଶିକ୍ଷା ଏବଂ ଶିକ୍ଷା ସହିତ ଜଡ଼ିତ ଅନେକ କାର୍ଯ୍ୟକ୍ରମ ବିଷୟରେ ଶିକ୍ଷା ଦିଆଯାଇଥାଏ । ମାତ୍ର ସୋସିଆଲ ମିଡ଼ିଆରେ ଭଇରାଲ ହେଉଛି ଏମିତି ଏକ ଭିଡ଼ିଓ ଯାହା ବିଷୟରେ ଆପଣ ଜାଣିଲେ ପୂରା ଅବାକ୍ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ସେହି ଭିଡିଓ ବିଷୟରେ ,

ଆମେରିକା ଓ ଚିକାଗୋ ର ବିଦ୍ୟାଳୟ ରେ ନୂଆ ନିୟମ କରିଛନ୍ତି ସରକାର । ପଞ୍ଚମ ଶ୍ରେଣୀ ରୁ ଉର୍ଦ୍ଧ୍ବ ଶ୍ରେଣୀ ପିଲାମାନଙ୍କ ପାଇଁ ମାଗଣାରେ କଣ୍ଡୋମ ଦେବା ବ୍ୟବସ୍ଥା କରିବାକୁ ପଡିବ । ଚିକାଗୋ ପବ୍ଲିକ ସ୍କୁଲ୍ ରେ ଏହି ପଲିସି ଲାଗିଚି । ତେବେ ନିୟମ ଅନୁଯାୟୀ ବିଦ୍ୟାଳୟଗୁଡ଼ିକ 10 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କଣ୍ଡୋମ ବ୍ୟବସ୍ଥା କରିବେ । ଏହା ଯୁକ୍ତି କରାଯାଉଛି ଯେ ଏହା ପିଲାମାନଙ୍କୁ ଯୌନ ସଂକ୍ରମଣ, ଏଚ୍.ଆଇ.ଭି ସଂକ୍ରମଣ ଓ ଅବାଞ୍ଛିତ ଗର୍ଭଧାରଣରୁ ଦୂରେଇ ରଖିବ ।

ବର୍ତ୍ତମାନ କରନା ମହାମାରୀ ଯୋଗୁ ବିଦ୍ୟାଳୟ ବନ୍ଦ ରହିଛି । ମାତ୍ର ବିଦ୍ୟାଳୟ ଖୋଲିବା ମାତ୍ରେ ଏହି ନିୟମ ଲାଗୁ ହେବ । ନୂତନ ନିୟମ ଘୋଷଣା ପରେ ଲୋକମାନେ ସୋସିଆଲ ମିଡିଆରେ ଏହାକୁ ନେଇ ନିଜ ତୀବ୍ର ପତିକ୍ରିୟା ଦେଉଛନ୍ତି । ଲୋକମାନେ ଏହି ପଲିସି ଉପରେ ପ୍ରଶ୍ନ କରୁଛନ୍ତି ।

 

ପିଲାମାନଙ୍କର ପିତାମାତା ଓ ଲୋକମାନେ ଏହାକୁ ଲଜ୍ଜାଜନକ ଓ ଅସୁସ୍ଥ ମାନସିକତା ବୋଲି କହୁଛନ୍ତି । ଏହି ନିୟମ ଡିସେମ୍ବର 2020 ରେ କାର୍ଯ୍ୟକାରୀ ହେବାରଥିଲା, କିନ୍ତୁ କୋରୋନା ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା ।

ଚିକାଗୋ ପବ୍ଲିକ୍ ସ୍କୁଲ୍ ସିପିଏସ୍ କହିଛି ଯେ ଛାତ୍ରମାନଙ୍କ ମଧ୍ୟରେ ଏଚ୍.ଆଇ.ଭି ସଂକ୍ରମଣ ଓ ଅବାଞ୍ଛିତ ଗର୍ଭଧାରଣ ସମେତ ଯୌନ ସଂକ୍ରମିତ ରୋଗର ବିସ୍ତାରକୁ ହ୍ରାସ କରିବା ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ଭାବରେ ଚିକାଗୋ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କଣ୍ଡୋମ ମାଗଣାରେ ଯୋଗାଇ ଦିଆଯିବ । ତେବେ ଏହି ନିୟମ ଛାତ୍ର ଛାତ୍ରୀ ଙ୍କ ସ୍ବାସ୍ଥ୍ୟ କୁ ନଜର ରଖି ଏହି ନିୟମ କରିଛନ୍ତି ବୋଲି କହିଛନ୍ତି ସରକାର ।