LIVE ଭିଡିଓ–ସ୍ବାମୀ, ଶ୍ବଶୁର ଓ ଦେଡଶୁର ନିର୍ଯାତନା… ମୁଁ ଆଉ ସହି ପାରୁନି ମରିଯିବି… ଶୁଣନ୍ତୁ କଣ କହୁଛନ୍ତି ମହିଳା….

0 77

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସମାଜରେ ବହୁତ କଳି ଝଗଡା ଓ ମାଡ଼ପିଟ ଅଧିକ ଦେଖିବା ପାଇଁ ମିଳୁଛି। ବିଶେଷ କରି ପରିବାରମାନଙ୍କ ମଧ୍ୟରେ ଅତ୍ୟଧିକ ଭାବରେ କଳି ଓ ଝଗଡା ଲାଗି ରହୁଛି। ସେମାନଙ୍କ ଉପରେ ତିଳେମାତ୍ର ଲଜ୍ୟାସରମ କିଛି ରହିଛି ବୋଲି ସେମାନେ ଭୁଲି ଯାଉଛନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରିଥାଆନ୍ତି। ଯାହାକି ଏହା ସମାଜ ପ୍ରତି ଅତ୍ୟଧିକ ଭାବରେ ନିନ୍ଦନୀୟ କଥା ହୋଇଥାଏ। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ଉପରେ ବହୁତ ଭାବରେ ଖରାପ ପ୍ରଭାବ ପଡୁଛି । ତେବେ ସେହିପରି ଗୋଟିଏ ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି.

ଘଟଣାଟି ହେଉଛି ପାରିବାରିକ ନିର୍ଯାତନାକୁ ନେଇ ସାଙ୍ଗାତିକ ଅଭିଯୋଗ ଆଣିଲେ କଟକର ଜଣେ ମହିଳା । ସ୍ବାମୀ, ଶ୍ବଶୁର ଓ ଦେଡଶୁର ନିର୍ଯାତନା ଦେବା ସହ ଅପମାନିତ କରୁଥିବା ଅଭିଯୋଗ କରିଛନ୍ତି ମହିଳା । ନିର୍ଯାତନା ଅସହ୍ୟ ହେବାରୁ ଥାନାର ଆଶ୍ରୟ ନେଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ।

ତେବେ ବର୍ତ୍ତମାନ ଏକ ଏହିଭଳି ଖବର ଶୁଣିବାକୁ ମିଳିଛି । ଜଣେ ମହିଳା ସୋସିଆଲ ମିଡ଼ିଆରେ ଲାଇଭ ଆସି ନିଜର ଏକ ଭିଡିଓ ଜରିଆରେ ସାଧାରଣ ଜନତାଙ୍କୁ ନିଜର ଦୁଃଖ କଷ୍ଟକୁ ବର୍ଣ୍ଣନା କରିଛନ୍ତି । କଟକରେ ବାସ କରୁଥିବା ଏହି ମହିଳା ଜଣଙ୍କ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ତେବେ ଭିଡିଓରେ ସେ କହିଛନ୍ତି କି ପ୍ରଥମେ ତ ସେ ଯେଉଁ ସ୍ଵାମୀଙ୍କୁ ବିଶ୍ୱାସ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେହି ତାଙ୍କୁ ଅଧା ରାସ୍ତାରେ ଛାଡି ଦେଇଦେଲା । ତାପରେ ତାଙ୍କ ଶାଶୂ,ଶଶୁର, ଓ ଦେଢ଼ଶୁର ମିଶିକି ତାଙ୍କ ଉପରେ ଅତ୍ୟାଆଚାର କରିବା ଆରମ୍ଭ କରିଦେଲେ । ହେଲେ ସେ ସବୁ ଭଲ ହୋଇଯିବ ଆଶାରେ ଚୁପଚାପ ଥିଲେ କିନ୍ତୁ ତାହା ହୋଇ ନଥିଲା ଏବଂ ଶେଷରେ ତାଙ୍କୁ କୋର୍ଟର ସାହାର୍ଯ୍ୟ ନେବାକୁ ପଡିଥିଲା ।

ଯୁବତୀ ଏହା ମଧ୍ୟ କହୁଛନ୍ତି କି ଯେଉଁ ସବୁ କୁହାଯାଏ କି ନାରୀ ପାଇଁ ଏତେ ସବୁ ଆଇନ ନିୟମ ରହିଛି ସୁବିଧା ରହିଛି । ସେସବୁ କେବଳ କହିବା ପାଇଁ ଯେତେବେଳେ ମୁଁ ଏହାର ସାହାର୍ଯ୍ୟ ନେବାକୁ ଚାହିଁଲି ସେତେବେଳେ ଜଣା ପଡିଲା । ତେବେ ମୋ କେସକୁ ଆଉ ଜଣଙ୍କ କେସ ସହ ଯୋଡି ଦେଲେ ଏବଂ ପୁରା ଏକ ବର୍ଷ ପରେ ତାଙ୍କ ଏଫଆଇଆର ଗ୍ରହଣ କରାଗଲା ।

ଶେଷରେ ମହିଳା ଜଣଙ୍କ କହିଚନ୍ତି ଯଦି ତାଙ୍କର ଏହି ସମସ୍ୟାର ସମାଧାନ ନହୁଏ ତେବେ ସେ ଆତ୍ମହତ୍ୟା କରିବେ । କାରଣ ଏହି କୋଭିଡ ସମୟରେ ନିଜର ଛୋଟିଆ ଝିଅକୁ ନେଇ ସେ କେସ ଲଢ଼ି ପାରିବେ ନାହିଁ ତେଣୁ ତାଙ୍କୁ ସାହାର୍ଯ୍ୟ କରନ୍ତୁ ନଚେତ ସେ ଆତ୍ମହତ୍ୟା କରିନେବେ । କାରଣ ତାଙ୍କ ଶାଶୂ ଘର ଲୋକେ ତାଙ୍କ ଉପରେ ବହୁତ ଅତ୍ୟାଆଚାର କରୁଛନ୍ତି ଯାହା ସହ୍ୟ କରିବା ସମ୍ଭବ ହେଉନାହିଁ । ତାସହ ସେ ନିଜର 3ବର୍ଷର କୁନିଝିଅକୁ ନେଇ ଆଉ କୁଆଡେ କୁଆଡେ ଯିବେ । ତେଣୁ ତାଙ୍କୁ ନ୍ୟାୟ ଦରକାର ।