ଏମିତି ବି ମୃତ୍ୟୁ ଆସେ ! ରାତିରେ ଗାଉଥିଲେ ସକାଳୁ ଚାଲିଗଲେ ..ଦେଖନ୍ତୁ ମୃତ୍ୟୁ ପୂର୍ବରୁ କେମିତି ଗାଉଥିଲେ ଗାୟକ ସଞ୍ଜୟ କୁମାର…

0 132

ମନୁଷ୍ୟ ଜୀବନ ସାଧରଣତ ସାରୁ ପତ୍ରର ପାଣି ସଦୃଶ ଯେପରି କେହି ସାରୁ ପତ୍ର ରେ ପାଣି ଢ଼ଳ ଢ଼ଳ ହୋଇଥାଏ , କେତେବେଳେ କେଉଁ ପଟେ ଗଡି ଯିବ କେହି କହିପାରିବେ ନାହିଁ। ମନୁଷ୍ୟ ଜୀବନ ମଧ୍ୟ ଠିକ ସେହି ପରି କେତେ ବେଳେ କାହାର କଣ ହେବ ତାହା କେହି କହି ପାରିବେ। ଯଦି ମୃତ୍ୟୁ ହେବାର ଥିବ ତାକୁ ଯିଏ ଯେତେ ଯାହା କଲେ ମଧ୍ୟ ଅଟକାଇ ପାରିବେ ନାହିଁ କାରଣ ମୃତ୍ୟୁ କାହାକୁ ଅପେକ୍ଷା କରେ ନାହିଁ, ସେ ଯେତେ ବଡ ଲୋକ ହୋଇ ଥାଏ। କିନ୍ତୁ ଗୋଟିଏ ସାଧାରଣ ଲୋକ ର ମୃତ୍ୟୁ ହେଲେ କିଛି ଲୋକ ତାଙ୍କ ପାଇଁ ଲୁହ ଗଡ଼ାଇ ଥାନ୍ତି।

ଯଦି କୌଣସି ଗୋଟେ ସେଲିବ୍ରେଟି ଙ୍କ ମୃତ୍ୟୁ ହୋଇଯାଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡ଼ି ଥାନ୍ତି । କାରଣ ସେଲିବ୍ରେଟି ନିଜର ଅଭିନୟ , ତଥା ସଂଗୀତ ପାଇଁ ସମସ୍ତ ଙ୍କ ମନରେ ଜାଗା କିଣି ସାରିଥାନ୍ତି ।

ତେବେ ଆଜି ଆମେ ଏପରି ଏକ ଯାତ୍ରା ସଂଙ୍ଗୀତଙ୍ଗ ଙ୍କ ମୃତ୍ୟୁ ବିଷୟ ରେ କହିବାକୁ ଯାଉଛୁ, ଯିଏକି ବର୍ତ୍ତମାନ ମୃତ୍ୟୁ ବରଣ କରିଛନ୍ତି । ତେବେ ସେ ଏକ ପ୍ରସିଦ୍ଧ ଯାତ୍ରା ଗୀତିକାର ଭାବରେ ବେଶ ଜଣା ଶୁଣା , ତେବେ ଆସନ୍ତୁ ଜାଣିବା କିଏ ଏହି ଗୀତିକାର ଯାହାଙ୍କର ମୃତ୍ୟୁ ଘଟିଛି ।

ତେବେ ନାଟକ ର ଶେଷ ଗୀତ ପାଲଟିଲା ଜୀବନ ର ଶେଷ ଗୀତ । ଯାତ୍ରା ପାର୍ଟିରେ ଗୀତ ଗାଉଥିବା ବେଳେ ଟଳି ପଡିଲେ ଗାୟକ । ଏଭଳି ଏକ ଦୁଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଉଦଳା ରେ । ଗତ କାଲି ଉଦଳା ବସଷ୍ଟାଣ୍ଡ ନିକଟ ରେ ଚାଲି ଥିବା ତୁଳସୀ ଗଣନାଟ୍ୟ ର ନାଟକ ରେ ଗୀତ ଗାଉ ଥିଲେ ଯାତ୍ରା ପାର୍ଟି ର ଗାୟକ ସଞ୍ଜୟ କୁମାର ପାତ୍ର । ନାଟକ ର ଶେଷ ଗୀତ ଗାଉ ଥିବା ବେଳେ ହଠାତ୍ ସଞ୍ଜୟ ଙ୍କ ଛାତିରେ ଯନ୍ତ୍ରଣା ହୋଇ ଥିଲା ।

ଏହା ପରେ ତୁରନ୍ତ ତାଙ୍କୁ ସହକର୍ମୀ ଏବଂ ଯାତ୍ରା କମିଟି ର ସଦସ୍ୟ ମାନେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନା ରେ ଭର୍ତ୍ତି କରି ଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ । ତେବେ କେଉଁ କାରଣ ରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ନାହିଁ । ତାଙ୍କର କଣ୍ଠ ରେ ହୃଦୟ ରେ ଭରିଦିଏ ସ୍ନେହର ଭିଡ଼ ଗୀତ ଅନେକ ଦର୍ଶକ ଙ୍କୁ ବିମୋହିତ କରିଥିଲା । ତେବେ ତାଙ୍କର ଅକାଳ ବିୟୋଗରେ ସାରା ଯାତ୍ରା ଜଗତରେ ଶୋକର ଲହରୀ ଖେଳି ଯାଇଛି ଏବଂ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ।