ramdev tips- ସୁସ୍ଥ କିଡ୍‌ନି ପାଇଁ କେତେ ପାଣି ପିଇବା ଆବଶ୍ୟକ ? ଜାଣନ୍ତୁ ପାଣି ପିଇବାର ସଠିକ ନିୟମ ଏବଂ ସମୟ

0 969

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ଗୁତୁତ୍ୱପୂର୍ଣ୍ଣ ବିଷୟ ସଂପର୍କରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ଯେତେବେଳେ ଆମେ ଜନ୍ମ ଗ୍ରହଣ କରିଥିଉ ସେତେବେଳେ ଆମ ଶରୀରରେ 75 ଭାଗ ଜଳ ରହିଥାଏ , ମାତ୍ର ଯେତେବେଳେ ବୟସ ବଢିଥାଏ ସେତେବେଳେ ସରୀରରେ ଜଳ ପରିମାଣ ମଧ୍ୟ କମିଯାଇଥାଏ । ଯୁବାବସ୍ଥାରେ ପରୁଷ ଙ୍କ ଶରୀରରେ 60 ପ୍ରତିଶତ ପାଣି ରହିଥିବା ବେଳେ ମହିଳା ମାନଙ୍କ ଶରୀରରେ 55 ପ୍ରତିଶତଦ ପାଣି ରହିଥାଏ ବୋଲି ଜଣା ପଡିଛି ।

ପୁରା ଶରୀରରେ କୋଷିକାରେ ଅଧିକ ପାଣି ରହିଥାଏ । ସୁସ୍ଥ ଦେଖାଯାଉଥିବା ହାଡ ଗୁଡିକରେ ବି କିଛି ମାତ୍ରାରେ ପାଣି ରହିଥାଏ , ଠିକ ଭାବରେ ଦେଖିବାକୁ ଗଲେ ଆମ ଶରୀର ପ୍ରତ୍ୟେକ ଅଙ୍ଗ ଠିକ ଭାବରେ କାମ କରିବାକୁ ହେଲେ ପାଣି ନିତ୍ୟାନ୍ତ ଆବଶ୍ୟକ , ସେଥିପାଇଁ ଗୋଟିଏ ଦିନରେ ଜଣେ ବ୍ୟକ୍ତି ଖାଦ୍ୟ ନଥାଇ ରହିପାରିବ ମାତ୍ର ପାଣି ନପିଇ ରହିବା କଷ୍ଟସାଧ୍ୟ ଅଟେ ।

 

ଶରୀର ପାଇଁ ପାଣଇର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ , ସେଥିପାଇଁ ଆସନ୍ତୁ ଜାଣିବା ପାଣି ସେବନ କରିବାର ସଠିକ ଉପାୟ ବିଷୟରେ । ଜଣେ ବ୍ୟକ୍ତିଙ୍କ ଶରୀରର ଆକାର , ଓଜନ ,ଶାରୀରିକ କାର୍ଯ୍ୟ ଓ ପାଣିପାଗ ଉପରେ ନିର୍ଭର କରିଥାଏ । ପ୍ରତ୍ୟେକ ଦିନ ଜଣଙ୍କ ଶରୀରୁ ପରିସ୍ରା , ମଳତ୍ୟାଗ ଓ ଝାଳ ଦ୍ୱାରା ପାଣି ଲଗାତାର କମ ହୋଇଥାଏ ।

ଏହିପରି ଭାବରେ ଆମ ଶରୀରରୁ ଦୈନିକ 2 ରୁ 3 ଲିଟର ପାଣି କମିଥାଏ । ସାଧାରଣତଃ ଭାବରେ ଜଣେ ପୁରୁଷଙ୍କ କ୍ଷେତ୍ରରେ ଦୈନିକ ଅଢେଇ ଲିଟରରୁ ସାଢେ ତିନି ଲିଟର ପାଣି ପିଇବା ଉଚିତ । ମହିଳାଙ୍କ କ୍ଷେତ୍ରରେ 2ରୁ 3 ଲିଟର ପାଣି ପିଇବା ସରୀର ପାଇଁ ହିତକର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

 

ଏହାସହିତ ଆପଣ କେତେ ପାଣି ପିଇବେ ତାହା ନିର୍ଭର କରେ ଆପଣ କାମ କଣ କରୁଛନ୍ତି । ଜଣେ ଲୋକ ଅଫିସରେ ବସି କାମ କରୁଛି ଓ ଆଉ ଜଣେ ଲୋକ ଚାଷ ଜମିରେ କାମ କରୁଛି ତେବେ ଉଭୟଙ୍କ ପାଇଁ ଅଲଗା ରୁଟିନ । କାରଣ ଚାଷ ଜମିରେ ଯିଏ କାମ କରୁଛି ତାର ଅଧିକ ଝାଳ ବାହାରୁଛି ତେବେ ଯଦି ଆପଣଙ୍କ ଝାଳ ଅଧିକ ବାହାରୁଛି ତାହେଲେ ଆପଣ ପାଣି ଅଧିକ ପିଇପାରିବେ ତଥା 3-4 ଲିଟର । ହେଲେ ଯଦି ଆପଣ ଅଫିସ ବା ଘରେ ରହି କାମ କରୁଛନ୍ତି ଅଧିକ ବାହାରକୁ ବାହାରୁ ନାହାନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ଦୁଇରୁ ଅଢେଇ ଲିଟର ପାଣି ଯଥେଷ୍ଟ ।

ଏହା ସହିତ ଆପଣମାନେ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ । ଅନେକ ଲୋକ ଭାବନ୍ତି ଖାଦ୍ୟ ହଜମ ହେବା ପାଇଁ ପାଣି ପିଆଯାଏ ହେଲେ ଖାଦ୍ୟ ହଜମ ହେବା ପାଇଁ ଏସିଡର ଆବଶ୍ୟକତା ଥାଏ ଯାହା ଆଗରୁ ଆମ ପେଟ ଭିତରେ ରହିଥାଏ । ଆପଣ ମାନେ ଦିନରେ ଅଧିକ ଶୋସୋ ହେଲେ ପାଣି ପିଇପାରିବେ ହେଲେ ସନ୍ଧ୍ୟା ପରଠାରୁ ଆପଣ ମାନେ କମ ପାଣି ପିଇବା ଉଚିତ । ରାତିରେ ଅଧିକ ପାଣି ପିଇବା ଉଚିତ ନୁହେଁ ।