ସାବଧାନ ! ଚାହା ପିଇସାରି ଖାଆନ୍ତୁ ନାହିଁ ଏହି ସହୁ ଜିନିଷ , ନଚେତ୍ ମାଡିଯିବ ଏହି ଚର୍ମରୋଗ – Health Tips

0 124

ତେବେ ପ୍ରାୟ 100 ପ୍ରତିଶତ ଲୋକ ଙ୍କରୁ 90 ପ୍ରତିଶତ ଲୋକ ଚାହା ପିଇବାକୁ ଭଲ ପାଇ ଥାଆନ୍ତି, ଏହା କେବଳ ଆମ ଭାରତ ଦେଶ ରେ ପିଅନ୍ତି ତାହା ନୁହେଁ ବରଂ ଭାରତ ବାହାରେ ଅର୍ଥାତ ସମଗ୍ର ପୃଥିବୀ ସାରା ଚାହା ପିଅନ୍ତି କହିଲେ କିଛି ଭୁଲ ହେବ ନାହିଁ | ସକାଳେ ସୂର୍ଯ୍ୟ ର କିରଣ ପଡିଲେ ହିଁ ଜଣେ ପ୍ରଥମେ ଚାହା ହିଁ ଖୋଜି ଥାଏ ଆଉ ସୂର୍ଯ୍ୟ ବୁଡ଼ିଲେ ଅର୍ଥାତ ସନ୍ଧ୍ୟା ସମୟ ରେ ମଧ୍ୟ ଲୋକେ ସେହି ଚାହା ହିଁ ଖୋଜି ଥାଆନ୍ତି |

ତେବେ ସେ ପିଇବା ଜିନିଷ ହେଉ କି ଖାଇବା ଜିନିଷ ହେଉ ସବୁ କଥା ରେ ନିୟମ ମଧ୍ୟ ରହି ଥାଏ, ଆମେ ଯଦି କୌଣସି ଖାଦ୍ୟ ଅବେଳା ରେ ଖାଇବା ତେବେ ନିଶ୍ଚିତ ଭାବରେ ଆମ ସ୍ୱାସ୍ଥ୍ୟ ଖରାପ ରହିବ |


ଏମିତି ବି ଲୋକ ମାନେ ଅଛନ୍ତି ଯେଉଁ ମାନେ ଯେତେବେଳେ ନାଇଁ ସେତେବେଳେ ଚାହା ପିଇ ଦିଅନ୍ତି ଅର୍ଥାତ କୌଣସି ଖାଦ୍ୟ ଖାଇ ସାରିଲା ପରେ ଚାହା ପିଇ ଦିଅନ୍ତି | କିନ୍ତୁ ଏପରି କରିବା ଉଚିତ ନୁହେଁ କାରଣ କିଛି ଖାଦ୍ୟ ଅଛି ଯାହାକୁ ଖାଇବା ପରେ ଆଦୌ ଚାହା ପିଇବା କଥା ନୁହେଁ | ତେବେ ଆଜି ଆମେ ଜାଣିବା ଚାହା ପିଇବା ପରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ, ନହେଲେ ଭୟଙ୍କର ଚର୍ମ ରୋଗ ରେ ଆକ୍ରାନ୍ତ ହେବାର ଆଶଙ୍କା ରହି ଥାଏ |

1. ହଳଦୀ ଏବଂ ବେସନ ତିଆରି ଖାଦ୍ୟ :-

ତେବେ ଏହା ଜାଣି ରଖନ୍ତୁ ଯେ ଚା ପିଇ ସାରିବା ପରେ କେବେ ହେଲେ ହଳଦୀ କିମ୍ବା ବେସନ ତିଆରି ଖାଦ୍ୟ ଖାଆନ୍ତୁ ନାହିଁ, ନଚେତ ଏହା ଦ୍ୱାରା ଆପଣଙ୍କ ବାଳ ଖୁବ ଶୀଘ୍ର ଧଳା ହୋଇ ଯିବାର ଆଶଙ୍କା ରହିଛି ଏବଂ କେଶ ମଧ୍ୟ ଝଡ଼ି ଯିବ |

\

2. ପାଣି :-

କେବେ ହେଲେ ଗରମ ଚା ପିଇ ସାରିବା ପରେ ଖାଲି ପାଣି ପାଇବେ ନାହିଁ କାରଣ ଏପରି କରିବା ଦ୍ୱାରା ଦାନ୍ତ ଥଣ୍ଡା ଥଣ୍ଡା ଲାଗିବା ସହ ଝିମ ଝିମ ମଧ୍ୟ ଅନୁଭବ ହୋଇ ଥାଏ |

3. ବତୁରା ବୁଟ ଓ ମୁଗ :-

ଯଦି ଆପଣ ଚା ପିଇବା ପରେ ବତୁରା ମୁଗ ଓ ବୁଟ ଖାଉଛନ୍ତି ତେବେ ଆପଣଙ୍କ ମୁହଁ ରେ ଏକ ଧଳା ଧଳା ଚି଼ହ୍ନ ହୋଇ ଥାଏ, ଆଉ ଯାହାକୁ ଯେତେ ଚେଷ୍ଟା କଲେ ମଧ୍ୟ ଲିଭେଇ ହୁଏ ନାହିଁ ତେଣୁ ଏଭଳି କରନ୍ତୁ ନାହିଁ |

4. ଲେମ୍ବୁ :-
ଚା ପିଇବା ପରେ ଭୁଲ ରେ ମଧ୍ୟ କୌଣସି ଲେମ୍ବୁ ତିଆରି ଖାଦ୍ୟ କି ଲେମ୍ବୁ ଖାଆନ୍ତୁ ନାହିଁ କାରଣ ଏପରି ଖାଇବା ଦ୍ୱାରା ଆମ ପେଟ ରେ ଏହା ବିଷ ରେ ପରିଣତ ହୋଇ ଯାଇ ଥାଏ | ଯାହା ଫଳରେ ଆମ ଶରୀର ଅନେକ ଚର୍ମ ରୋଗ ହେବାର ଅନେକ ଆଶଙ୍କା ରହି ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।