ଛୋଟ ଛୁଆ ଶୋଇଥିବା ଘରେ ଲୁଚି ବସିଥିଲା ବିଷଧର ( Cobra ) ସାପ, ଆଉ ତା’ପରେ ଯାହା ଘଟିଲା ଆଖିରେ ନ ଦେଖିଲେ ବିଶ୍ୱାସ କରି ପାରିବେନି…

0 640

ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ମନିଷ ଯେମିତି ସାପକୁ ଡରେ, ସେହିଭଳି ସାପ ମଧ୍ୟ ମଣିଷକୁ ଡରିଥାଏ।ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ।

କାରଣ ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ଆମ ଦେଶରେ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ବହୁତ୍ ଅଧିକ।ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି,

 

ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।ଅନେକ ସାପ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇଥାଆନ୍ତି।

ତେବେ ଆମେ ଅଜି ଆପଣ ଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ୟ ହୋଇ ଯିବେ । କାରଣ ଏଠାରେ ଏକ ଭିନ୍ନ ଘଟଣା ଘଟିଛି । ଏହି ଭିଡିଓ ରେ ଦେଖିବାକୁ ମିଳିଛି ନାଗ ସାପର ଭୟଙ୍କର ରୂପ । ଗୋଟିଏ ଗ୍ରାମରେ ଜଣେ ଗରିବ ଲୋକ ର କୁଡିଆ ଭିତରେ ଗୋଟେ ଛୋଟ ଶିଶୁ ଶୋଇ ଥିବା ସ୍ଥାନ ରେ କାନ୍ଥର ଏକ ବିଶାଳ ନାଗସାପ ଲୁଚି ରହିଥିଲା । ଆଉ ପିଲାଟିର ବାପା ଏହା ଜାଣିବା ପରେ ସାପଧରାଳୀ କୁ ଜଣାଇ ଥିଲେ । ଏହାପରେ ରାତିପ୍ରାୟ 10ଘଟିକା ସମୟରେ ସାପଧରାଳୀ ପହଞ୍ଚି ବ୍ୟକ୍ତି ଙ୍କ ଘରୁ ସାପଟିକୁ ବହୁତ କଷ୍ଟରେ ଉଦ୍ଧାର କରି ଥିଲେ ।

କାନ୍ଥକୁ ଖୋଳି ସାପ କୁ ଉଦ୍ଧାର କରି ଥିଲେ , ତେବେ କେବଳ ସାପଟି କୁ ଉଦ୍ଧାର କରି ନଥିଲେ ବରଂ ପିଲାଟି କୁ ମଧ୍ୟ ସୁରକ୍ଷିତ ଭାବରେ ଉଦ୍ଧାର କରି ଥିଲେ ଏବଂ ସେହି ଗରିବ ଲୋକ ଙ୍କୁ ମଧ୍ୟ କିଛି ଟଙ୍କା ସାହାଯ୍ୟ କରିଥିଲେ । ତେବେ ଏହି ଭିଡିଓ ଟି ଭାଇରାଲ୍ ହେବା ପରେ ସାପଧରାଳୀ ଙ୍କୁ ସମସ୍ତେ ବହୁତ ପ୍ରଶଂସା କରିବା ସହିତ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି ।