ସୋନାଲି ଙ୍କ ସହିତ Exclusive Interview ବେଳେ କହିଥିଲେ ଯେ ମୋର କେହି ବୟ ଫ୍ରେଣ୍ଡ ନାହିଁ… କାହିଁକି ଏମିତି କହିଲେ ଦେଖନ୍ତୁ ଭିଡ଼ିଓ

0 277

ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ମୋବାଇଲ ଓ ଟିଭି ଖୋଲୁ ଖୋଲୁ କେବଳ ସୋମ୍ୟ ଓ ସୋନାଲି ଙ୍କର ଘଟଣା ଭାଇରାଲ | ସୋମ୍ୟ ଙ୍କର ମୃତ୍ୟୁ କୁ ପ୍ରାୟ 15 ଦିନ ଉପରେ ହେଲଣି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ପାରି ନାହିଁ | ସୋମ୍ୟ ଙ୍କ ସୂଈସାଇଡ ପାଇଁ କେବଳ ସୋନାଲି ହିଁ ଦାୟୀ ଏହା ସୂଈସାଇଡ ନୋଟ ହେଉ କି ଅଡ଼ିଓ କଲ ହେଉ ସବୁଥିରେ ପ୍ରମାଣ ହୋଇ ସାରିଲା ପରେ ବି ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କିଛି ମଧ୍ୟ କାର୍ଯ୍ୟନୁଷ୍ଠାନ ନେଉ ନାହିଁ ଏବେ ବର୍ତ୍ତମାନ ତାହା ସମସ୍ତ ଙ୍କର ପ୍ରଶ୍ନ | ସୋସିଆଲ ମିଡ଼ିଆ ରେ ମଧ୍ୟ ସାଧାରଣ ଲୋକ ଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ କେବଳ ସୋନାଲି କୁ ହିଁ ନିନ୍ଦା କରୁ ଥିବାର ଦେଖିବାକୁ ମିଳିଛି |

ତେବେ ଏଭଳି ସମୟ ରେ ସୋନାଲି ଙ୍କର କିଛି ରିୟାଲିଟି ସୋ ରେ ଦେଖିବାକୁ ମିଳି ଥିବା ଭିଡ଼ିଓ ସାମ୍ନା କୁ ଆସୁଛି ଆଉ ଏକ ସୋ ରେ କିଛି ଏଭଳି କଥା ସେ କହିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ |

ତେବେ ସୋନାଲି ଓ ସୋମ୍ୟ ଙ୍କର ଏଭଳି ଏକ ଘଟଣା ଘଟିବା ପରେ ପ୍ରାୟ ସମସ୍ତେ କେବଳ ସୋନାଲି ଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଚାହୁଁଛନ୍ତି | କାରଣ ବର୍ତ୍ତମାନ ର ସମୟରେ ସମସ୍ତେ ସୋନାଲି ଙ୍କ ଚରିତ୍ର କୁ ନେଇ କହିବା ସହିତ ସୋନାଲି ପାଇଁ ଏକ ସୁନ୍ଦର ଜୀବନ ଚାଲି ଗଲା ବୋଲି ଟିପ୍ପଣୀ ଦେଉଛନ୍ତି | କିନ୍ତୁ ଏତେ ସବୁ ହେଲା ପରେ ମଧ୍ୟ ସୋନାଲି ଗଣ ମାଧ୍ୟମ ସାମ୍ନା କୁ ଆସି ନାହାଁନ୍ତି କି କୌଣସି ପ୍ରତିକ୍ରିୟା ରଖି ମୁହଁ ଖୋଲି ନାହାଁନ୍ତି |

ଏଭଳି ସମୟରେ ଏକ ରିୟାଲିଟି ସୋ ଲକଡାଉନ ଡାଏରୀ ରେ ଶଙ୍କର ସହ ସୋନାଲି କଥା ହେଉ ଥିବାର ନଜର ଆସି ଥିଲେ ଆଉ କିଛି ପ୍ରଶ୍ନ ର ଉତ୍ତର ମଧ୍ୟ ଦେଇ ଥିଲେ | ତେବେ ଏହି ସୋ ରେ ତାଙ୍କ ପ୍ରେମ କୁ ନେଇ କିଛି ପ୍ରଶ୍ନ ପଚରା ହୋଇ ଥିଲା କିନ୍ତୁ ସୋନାଲି ନନ୍ଦ ଏହି ପ୍ରେମ କଥା କୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ଦେଇ ଥିଲେ ଏବଂ ସେ କାହାକୁ ମଧ୍ୟ ଭଲ ପାଉ ନାହାଁନ୍ତି ବୋଲି କହି ଥିଲେ | ଏହା ସହିତ ସେ ତାଙ୍କ କ୍ୟାରିୟର ଉପରେ ବର୍ତ୍ତମାନ ଅଗ୍ରାହୀ ଅଛନ୍ତି ବୋଲି କହି ଥିଲେ |

ପୁଣି ସେଠାରେ ସେ ଗୀତ ଗାଇ, ଡ୍ୟାନ୍ସ କରି ଏମିତି କି ହୁଳହୁଳି ମଧ୍ୟ ପକାଇ ଥିଲେ ଆଉ ନିଜର କେମିତି ଏକ ସୁନ୍ଦର ହୃଦୟ ଓ ନିଜ ଚରିତ୍ର କୁ ନେଇ ଭଲ ପ୍ରମାଣ ଦେଇ ଥିଲେ ଯାହାକି ତାଙ୍କ ପାଇଁ ଆଦୌ ଶୋଭନୀୟ ନଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।