( ଅପରାଜିତା ଫୁଲ ) ଧନକୁ ଚୁମ୍ବକ ପରି ଟାଣିଥାଏ | କରନ୍ତୁ ଏହି ଉପାୟ | Odia Vastu tips

0 162

ଅପରାଜିତା ଯାହାର କେବେବି ପରାଜୟ ହୋଇ ନଥାଏ , ଏବଂ ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ । ଯାହା ଶିବଙ୍କର ଏକ ନାମ ଅଟେ , ଅପରାଜିତା ମାତା ଦୁର୍ଗାଙ୍କର ନାମ ଅଟେ , ଏଣୁ ଏହା ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରୀ ହୋଇଥାଏ । ଏହି ଅପରାଜିତା ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ , ଏହି ଅପରାଜିତାର କିଛି ପ୍ରୟୋଗ ଦ୍ୱାରା ମନୁଷ୍ୟର ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟ ର ଅଧିକାରୀ ମଧ୍ୟ ହୋଇଥାଏ ।

ଯଦି ଆପଣ ଧନର ସମସ୍ୟାରେ ସର୍ବଦା ବିଚଳିତ ହେଉଥାନ୍ତି ,ତେବେ ଏହି ଉପାୟ କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ସୁଖ ସମୃଦ୍ଧିର ଚମତ୍କାର ଦେଖିବାକୁ ପାଇବେ । ଏହି ସରଳ ଉପାୟଟି କରିବା ସମୟରେ ଧ୍ୟାନ ରଖିବେ ଯେପରି କି କେହି ଆପଣଙ୍କୁ ଦେଖିପାରିବେ ନାହିଁ କିମ୍ୱା କଥାହେବେ ନାହିଁ । ତେବେ ଯାଇ ଏହାର ପ୍ରକୃତ ଫଳ ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ଗୁଡିକ ବିଷୟରେ ।

1. ଅପରାଜିତାର ମାଳା ମୁଖ୍ୟଦ୍ୱାରରେ ଟାଙ୍ଗନ୍ତୁ :-

 

ଶନିବାର ଦିନ ରାତ୍ରୀ ସମୟରେ ଅପରାଜିତା ଫୁଲକୁ ମାଳାଟିଏ କରି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ । ଏହାଦ୍ୱାରା ଭୂତ ପ୍ରେତର ବାଧା ଦୂର ହୋଇଥାଏ ଏବଂ ଘରର ସମସ୍ତ ନକରାତ୍ମକତା ଦୂର ହୋଇଥାଏ । ସାକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ , ଏହି ମାଳାଟିକୁ ଯଦି ହନୁମାନଙ୍କୁ ସମର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତି ତେବେ ନଜର ଦୋଷ ଦୂର ହେବା ସହିତ ତନ୍ତ୍ର ଏବଂ ମନ୍ତ୍ରର ପ୍ରଭାବକୁ ମଧ୍ୟ ଦୂର କରିଥାଏ । ଧନର ସମସ୍ତ ପ୍ରକାର ସମସ୍ୟା କୁ ଦୂର କରିଥାଏ ।

2. କରଜମୁକ୍ତି ଏବଂ ଧନପ୍ରାପ୍ତି ର ଉପାୟ :-

ଶନିବାର ଦିିନ କିମ୍ୱା ସୋମବାର ଦିନ ରାତ୍ରୀ ସମୟରେ ଏହି ଅପରାଜିତା ଫୁଲ 5 ଟି ତୋଳି କୌଣସି ନଦୀ କିମ୍ୱା ଜଳସ୍ରତରେ ଭସାଇ ଦିଅନ୍ତୁ । ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାରିକୁ ଜଣାଇବେ ନାହିଁ । କେହି ଦେଖିବେ ନାହିଁ କିମ୍ୱା କିଛି କଥା ହେବେ ନାହିଁ । ଏହି ନିୟମ ହେଉଛି 5 ଟି ଅପରାଜିତା ଫୁଲ ଶନିବାର କିମ୍ୱା ସୋମବାର ଦିନ ପାଣିରେ ଭସାଇ ଦିଅନ୍ତି ଏବଂ ନିଜର ଇଷ୍ଟ ଦେବା ଦେବୀଙ୍କୁ ପ୍ରାର୍ଥନା କରନ୍ତି । ତେବେ ସମସ୍ତ ପ୍ରକାର ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜରୁ ମୁକ୍ତି ମଧ୍ୟ ମିଳିଥାଏ ।

3. ମନ ପସନ୍ଦର ଚାକିରୀ ପାଇବା ପାଇଁ :-

ମନ ପସନ୍ଦର ଚାକିରୀଟିଏ ଚାହୁଥାନ୍ତି , ତେବେ ପ୍ରତିଦିନ ମାତା ଦୁର୍ଗା କିମ୍ୱା ମାତା ପାର୍ବତୀଙ୍କୁ 11 ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ ତେବେ ଏହି ମନବାଞ୍ଛା ଆପଣଙ୍କର ନିଶ୍ଚୟ ପୂର୍ଣ୍ଣ ହେବ ।

4. ଧନର ସମସ୍ୟା ଦୂର କରିବା ପାଇଁ :-
ଶନିବାର ଦିନ କିଛି ଅପରାଜିତା ଫୁଲକୁ ନେଇ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ ଏବଂ ସେହି ଫୁଲରୁ ଗୋଟିଏ ଫୁଲ ଆଣି ନିଜ ପାଖରେ କିମ୍ୱା ପର୍ସରେ ରଖିବା ଦ୍ୱାରା ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ ।