ଦେଖନ୍ତୁ Exclusive ଭିଡିଓ ! ଚାଲିଗଲା କିନ୍ନର ଲିଭିଗଲା ଚୁଲି ,ମଥା ପିଟି କାନ୍ଦୁଛନ୍ତି ଘର ପରିବାର

0 342

ଆମ ସମାଜ ଦିନ କୁ ଦିନ ଅତି କଳୁଷିତ ହେବାକୁ ଲାଗିଲାଣି ଯାହାକୁ ଚିନ୍ତା ମଧ୍ୟ କରି ହେବ ନାହିଁ | କେତେ ବେଳେ କେଉଁଠି ଚୋରି ଡକାୟତ ଦେଖିବା ପାଇଁ ମିଳୁଛି ତ ଆଉ କେଉଁଠି ଦୁଷ୍କର୍ମ ତ ଆଉ କେଉଁଠି ହତ୍ୟା ଦେଖିବା ପାଇଁ ମିଳୁଛି | ଦିନ କୁ ଦିନ ଅପରାଧ ଏତେ ମାତ୍ରା ରେ ବଢ଼ି ଚାଲିଛି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ | ତେବେ ପୁଣି ଏକ ସେଭଳି ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ | ଘଟଣା ଟି ହେଉଛି କେହି ଜଣେ ଏକ କିନ୍ନର ଙ୍କୁ ହତ୍ୟା କରି ରାସ୍ତା କଡ଼କୁ ଫିଙ୍ଗି ଦେଇଛି, ତେବେ ଆସନ୍ତୁ ପୁରା ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |

କିଏ ଓ କାହିଁକି କଲା କିନ୍ନର ଙ୍କୁ ହତ୍ୟା, ରାସ୍ତା କଡ଼ରେ ବେକ କାଟି ଫୋପାଡ଼ିଲା କିଏ | କିନ୍ନର ହେଲେ ବି ସେ ନିଜ ପରିବାର କୁ ପୋଷୁ ଥିଲେ, କିନ୍ତୁ ଏବେ ପରିବାର ଲୋକେ ମଥା ପିଟି କାନ୍ଦୁଛନ୍ତି | ପ୍ରତିଦିନ ପରି ବୁଧୁବାର ବି ସନ୍ଧ୍ୟା 6. 30 ରୁ ଘରୁ ବାହାରି ଯାଇ ଥିଲେ |

ଶେଷ ଥର ପାଇଁ ସନ୍ଧ୍ୟା ସାଢେ 6 ଟା ରେ ଫିରୋଜ କିନ୍ନର ଙ୍କ ସହ ପରିବାର ଲୋକ କଥା ହୋଇ ଥିଲେ କିନ୍ତୁ ଜାଣି ନଥିଲେ ଯେ ଏହା ତାଙ୍କର ଶେଷ କଥା ଥିଲା | ଭାବି ଥିଲେ ସବୁଦିନ ପରି ରାତି 10 ଟା କିନ୍ତୁ 11 ଟାରେ ସେ ଘରକୁ ଫେରି ଆସିବେ ବୋଲି ସମୟ ଗଡ଼ି ଚାଲିଲା କିନ୍ତୁ ଫିରୋଜ ଆଉ ଘରକୁ ଫେରି ନଥିଲେ |

ସକାଳୁ ପରିବାର ଲୋକ ଯାହା ଦେଖିଲେ ପାଦ ତଳୁ ମାଟି ଖସି ଯାଇ ଥିଲା | କେହି ଜଣେ ଅତି ନିର୍ମମ ଭାବରେ ଗଳା କାଟି ହତ୍ୟା କରି ଥିଲା ଆଉ ରାସ୍ତା କଡ଼କୁ ଫିଙ୍ଗି ଦେଇ ଥିଲା | ସମ୍ବଲପୁର ଗୋଡ଼ଭଙ୍ଗା ଅଞ୍ଚଳ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି |

 ସମ୍ବଲପୁର ବରଗଡ 53 ନମ୍ବର ଜାତୀୟ ରାଜପଥ ର ଗୋଡ଼ଭଙ୍ଗା ରାସ୍ତା କଡ଼ରେ ମୃତ ଦେହ ପଡ଼ି ରହି ଥିବାର ଖବର ପାଇ ବୁଲ୍ଲା ଥାନା ଘଟଣା ସ୍ଥଳ ରେ ପହଞ୍ଚି ଥିଲା | ତେବେ ଜଣେ କିନ୍ନର ଙ୍କ ହତ୍ୟା କୁ ନେଇ ମଧ୍ୟ ସେହି ଅଞ୍ଚଳ ରେ ଅନେକ ଚର୍ଚ୍ଚା ଚାଲିଛି, ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ପ୍ରକାର ର କଥା କହୁଛନ୍ତି |

କିନ୍ତୁ ପ୍ରକୃତ ସତ କଣ ତାହା ତଦନ୍ତ ପରେ ହିଁ ସାମ୍ନା କୁ ଆସିବ | ବର୍ତ୍ତମାନ ସମୟ ରେ ଫିରୋଜ ଙ୍କ ପରିବାର ରେ କେବଳ ଶୋକ ର ଛାୟା ଖେଳି ଯାଇଛି କିନ୍ତୁ ଏବେ ପର୍ଯ୍ୟନ୍ତ ଏହି କାର୍ଯ୍ୟ କିଏ କଲା ତାହା ଜଣା ପଡ଼ି ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।