ଶାରୀରିକ ସମ୍ବନ୍ଧ ବନାଇବା ପରେ ମହିଳା ମାନେ ପରିସ୍ରା କରିବା ଜରୁରୀ କି……ଜାଣନ୍ତୁ ପରିସ୍ରା ନକଲେ କଣ ସବୁ ସମସ୍ୟା ହୋଇଥାଏ…..ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

0 1,174

ଗୋଟିଏ ପୁରୁଷ ଓ ନାରୀ ଙ୍କ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ତଥା ଶାରୀରିକ ବିକାଶ ପରେ ଶାରୀରିକ ସମ୍ବନ୍ଧ ତଥା ସେକ୍ସ ହେବା ସାଧାରଣ କଥା ଅଟେ। କିନ୍ତୁ ଏହି ଶାରିରୀକ ସମ୍ବନ୍ଧ ରେ ରହିବା ପରେ ଅନେକ କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ଖାସ୍ କରି ମହିଳା ମାନଙ୍କୁ। କାରଣ ସେକ୍ସ କରିବା ପରେ ଏମିତି ଅନେକ କାର୍ଯ୍ୟ ଆମକୁ କରିବାକୁ ପଡ଼ିଥାଏ। ଯାହା ଆମ ସ୍ୱାସ୍ଥ୍ୟ କୁ ଭଲ ରଖିବାରେ ସାହାଯ୍ୟ କରେ।

ତେବେ ଡାକ୍ତର ତଥା ବିଶେଷଜ୍ଞ ମତରେ ଉଭୟ ନାରୀ ଓ ପୁରୁଷ ଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ବା ସେକ୍ସ ସ୍ଥାପନ ହେବା ପରେ ମହିଳା ମାନଙ୍କୁ ପରିସ୍ରା କରିବା ଉଚିତ୍। ତେବେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ, ଶାରିରୀକ ସମ୍ବନ୍ଧ ରଖିବା ପରେ ମହିଳା ମାନଙ୍କୁ ପରିସ୍ରା କରିବା କାହିଁକି ଜରୁରୀ ହୋଇଥାଏ।


ଆଉ ଯଦି ଆପଣ ପରିସ୍ରା କରନ୍ତି ନାହିଁ ତେବେ କଣ ସମସ୍ୟା ହେବାର ସମ୍ଭାବନା ରହିଥାଏ। ଶାରିରୀକ ସମ୍ବନ୍ଧ ପରେ କାହିଁକି ପରିସ୍ରା କରିବା ଜରୁରୀ ଅଟେ – ବୈଜ୍ଞାନିକ ତଥା ଡାକ୍ତର ଙ୍କ ମତରେ ମହିଳା ମାନଙ୍କର ମୂତ୍ରାଶୟ ବହୁତ ଛୋଟ ହୋଇଥାଏ ଏବଂ ଏଥିରେ ଇନଫେକସନ୍ ହେବାର ଅଧିକ ସମ୍ଭାବନା ରହିଥାଏ।

ତେବେ ଯେତେବେଳେ ମହିଳା ଜଣକ ଜଣେ ପୁରୁଷ ଙ୍କ ସହିତ ରୋମାଣ୍ଟିକ କଥା ହୋଇଥାନ୍ତି ବା ତାଙ୍କ ସହିତ ସେକ୍ସ କରିଥାନ୍ତି ତାର ୩୦ ମିନିଟ୍ ମଧ୍ୟରେ ତାଙ୍କୁ ପରିସ୍ରା ପାସ କରି ନେବା ଉଚିତ୍ ହୋଇଥାଏ। ତେବେ ଏହାର କାରଣ ହେଉଛି ସେକ୍ସ କରିବା ମହିଳା ମାନଙ୍କର ମୂତ୍ରାଶୟ ରେ ଅନେକ ବ୍ୟାକ୍ଟେରିଆ ପ୍ରବେଶ କରିଥାଏ।

ଆଉ ଏହି ବ୍ୟାକ୍ଟେରିଆ ଗୁଡ଼ିକ ମହିଳା ମାନଙ୍କ ଶରୀର ମଧ୍ୟକୁ ପ୍ରବେଶ କଲେ ଏହା ମହିଳାଙ୍କର ଶରୀର ରେ ଅନେକ ପ୍ରକାର ର ରୋଗ ସୃଷ୍ଟି କରିଥାନ୍ତି। ତେଣୁ ସେକ୍ସ କରିବା ପରେ ପରେ ପରିସ୍ରା କରିବା ଦ୍ୱାରା ସେହି ବ୍ୟାକ୍ଟେରିଆ ଗୁଡ଼ିକ ବାହାରି ଯାଇଥାଏ ଏବଂ ମହିଳା ରୋଗ ମୁକ୍ତ ହୋଇଥାଏ। ଖାଲି ଏତିକୀ ନୁହେଁ ବରଂ ସେକ୍ସ କରିବା ପରେ ମହିଳାଙ୍କୁ ପରିସ୍ରା କରିବା ସମୟରେ ସେଠାରେ ଜଳନ ହୋଇଥାଏ। ତେବେ ଏହା ସାଧାରଣ କଥା ହୋଇଥାଏ।

ସେକ୍ସ କରିବା ର ୩ ରୁ ୪ ଦିନ ମଧ୍ୟରେ ଏହି ଜଳନ ଆପେ ଆପେ ଭଲ ହୋଇ ଯାଇଥାଏ। ମାତ୍ର ଯଦି ୩ ରୁ ୪ ଦିନ ମଧ୍ୟରେ ଆପଣ ପରିସ୍ରା କରିବା ସମୟରେ ଜଳନ ଅନୁଭବ କରନ୍ତି ତେବେ ସଙ୍ଗେ ସଙ୍ଗେ ଡାକ୍ତର ଙ୍କୁ ପରାମର୍ଶ କରି ମେଡ଼ିସିନ ଖାଇବା ଉଚିତ୍ ଅଟେ। ତେବେ ଆପଣ ସେକ୍ସ କରିବା ପରେ ପରିସ୍ରା ଅବଶ୍ୟ କରନ୍ତୁ ନଚେତ୍ ଅନେକ ରୋଗ ର ସମ୍ମୁଖୀନ ହେବେ। ଯାହା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ତେଣୁ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ।