ଆଶ୍ଚର୍ଯ୍ୟ ଘଟଣା ! ଭାଙ୍ଗିଗଲା ବାହାଘର ବର ମାଗିଲା ଦାମୀ କାର କନିଆ କହିଲା ଗେଟଆଉଟ୍ …ଦେଖନ୍ତୁ ଭିଡିଓ

0 440

ବର୍ତ୍ତମାନ ସମୟରେ ଦୁନିଆରେ କେତେ କଣ ପରିବର୍ତ୍ତନ ହେବାରେ ଲାଗିଛି ବା ଚେଷ୍ଟା ମଧ୍ୟ କରାଯାଉଛି। କିନ୍ତୁ ଯେତେବେଳେ ସେହି ନିନ୍ଦନୀୟ ଘଟଣା ଘଟିଥାଏ ସେତେବେଳେ ସେହି ଲୋକ ମାନଙ୍କୁ ବହୁତ ଖରାପ ଲାଗିଥାଏ। ତେବେ ଦୁନିଆ କେଉଁଠି ଯାଇ କେଉଁଠି ପହଞ୍ଚିଲାଣି। ଏକ ବିଂଶ ଶତାବ୍ଦୀରେ ମହିଳା ମାନେ ପୁରୁଷ ଙ୍କ କାନ୍ଧ ସହ କାନ୍ଧ ମିଳାଇ କାମ କରୁଛନ୍ତି। ଘର ପରିବାର କଥା ବୁଝିବା ସହ ଅଫିସ୍ ଦାୟିତ୍ୱ ମଧ୍ୟ ସୁଚାରୁରୂପେ ନିର୍ବାହ କରୁଛନ୍ତି।

କିନ୍ତୁ ଆଜିବି କିଛି ଯୌତୁକ ଲୋଭୀ ଝିଅ ମାନଙ୍କୁ ପଣ୍ୟ ଦ୍ରବ୍ୟ ପରି ବ୍ୟବହାର କରୁଛନ୍ତି। ହରିୟାଣା ର ସେହନ ରେ ଏମିତି ଘଟଣା ଦେଖିବା ପାଇଁ ମିଳିଛି। ଯୌତୁକ ରେ କ୍ରେଟା କାର୍ ନ ମିଳିବାରୁ ଗୋଟିଏ ଦିନ ପୂର୍ବରୁ ବିବାହ ଭାଙ୍ଗି ଦେଲେ ଯୌତୁକ ଲୋଭୀ ବର ପକ୍ଷ।


ଆଉ କନ୍ୟା ଘର ଲୋକେ ମଧ୍ୟ ମୁହେଁ ମୁହେଁ ଏହି ବିବାହ କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏମିତି କି ବି ଲୋଭୀ ଙ୍କ ଘରେ ବିବାହ କରିବା ମୋ ପକ୍ଷେ ସମ୍ଭବ ନୁହେଁ ବୋଲି କନ୍ୟା ଜବାବ ଦେଇ କହିଥିଲେ। ସୋହୋନ ର ଗେହଲକ ବିହାର ର ଗାରିମା ଙ୍କ ବିବାହ ଦିଲ୍ଲୀ ର ଉତ୍ତରମ ନଗରର ବାସିନ୍ଦା ରବିନ୍ ଙ୍କ ସହ ସ୍ଥିର ହୋଇଥିଲା। ଲୋକ ଦେଖାଣିଆ ଭାବେ ପ୍ରଥମେ ଏକ ଟଙ୍କା ରେ ବିବାହ ସ୍ଥିର କରିଥିଲେ ବର ଘର ଲୋକେ। ଜୁଲାଇ ରେ ପାରମ୍ପରିକ ଭାବେ ଉଭୟ ଙ୍କ ରିଙ୍ଗ୍ ସେରିମନି ମଧ୍ୟ ହେଲା।

 କିନ୍ତୁ ବିବାହ ଲଗ୍ନ ଯେତିକି ପାଖେଇ ଆସିଲା ତାଙ୍କର ଅସଲ ସେତିକି ସାମ୍ନାକୁ ଆସିବାରେ ଲାଗିଲା। କ୍ରମାଗତ ଭାବରେ ସେମାନେ ଗୋଟିଏ ପରେ ଗୋଟିଏ ଡିମାଣ୍ଡ କରିଥିଲେ। କନ୍ୟା ଘର ଲୋକେ ମଧ୍ୟ ତାଙ୍କ ଝିଅ ବିବାହ କରିବା ପାଇଁ ସମସ୍ତ କଥା ନେଇ ରାଜି ହୋଇଥିଲେ। ଅଳଙ୍କାର ଠାରୁ ଆରମ୍ଭ କରି ନଗଦ ଅର୍ଥ ପର୍ଯ୍ୟନ୍ତ ଡିମାଣ୍ଡ ପରେ ଡିମାଣ୍ଡ କରାଗଲା।

ଫେବୃୟାରୀ ୧୮ ରେ ବିବାହ ତାରିଖ ସ୍ଥିର ହୋଇଥିଲା। ଫେବୃୟାରୀ ୧୬ ରେ ଖୁବ୍ ଧୁମ୍ ଧାମ୍ ରେ ମେହେନ୍ଦି ଓ ହଳଦୀ କାର୍ଯ୍ୟକ୍ରମ କରା ଯାଇଥିଲା। ତେବେ ଏହାରି ଭିତରେ କ୍ରେଟା ଗାଡ଼ି ପାଇଁ ଜିଦ୍ କରି ବସିଥିଲେ ବର ଲୋକେ।

ଚାହିଦା ଅନୁଯାୟୀ ଜଣେ ଝିଅ ଘର ଲୋକେ ଏକ କ୍ରେଟା କାର୍ ବି ଆଣିଲେ। ହେଲେ ଭଲ ମଡେଲ ନ ମିଳିବାରୁ ବର ଘର ଲୋକେ ବିବାହ ପାଇଁ ମନା କରି ଦେଇଥିଲେ। ଏହି ମାମଲାରେ ପୀଡ଼ିତା ସହନା ଥାନା ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଅଭିଯୁକ୍ତ ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେପଟେ ଥାନା ରେ ଅଭିଯୋଗ କରିବା ପରେ ପୁଅ ଘରର ଲୋକ ମାନେ ସେମାନଙ୍କୁ ବାରମ୍ବାର ଧମକ ଦେଉଥିବା କନ୍ୟା ଘର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।