ପୁଣି Hot Dance ରେ ସମସ୍ତଙ୍କୁ ପାଗଳ କରୁଛନ୍ତି ପ୍ରକୃତି ମିଶ୍ର… ଦେଖନ୍ତୁ ଭାଇରାଲ Video

0 688

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ସେମାନେ ତାଙ୍କର ପ୍ରିୟ କଳାକାର ମାନଙ୍କ ବିଷୟରେ ଜାଣିବା ପାଇଁ। ଆଉ ସେହି କଳାକାର ମାନଙ୍କ ମଧ୍ୟରେ ପ୍ରକୃତି ମିଶ୍ର ହେଉଛନ୍ତି ଜଣେ। ତାକୁ ତ ସମସ୍ତେ ଜାଣିଥିବେ। ତେବେ ବର୍ତ୍ତମାନ ସମୟରେ ପ୍ରକୃତି ମିଶ୍ର ଙ୍କ ହଟ୍ ଡ୍ୟାନ୍ସ ଭିଡିଓ ସାରା ଓଡିଶାର ବର୍ତ୍ତମାନ ସମୟରେ ଭାଇରାଲ୍ ହେବାରେ ଲାଗିଛି।

ଓଲିଉଡ଼ ର ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ପ୍ରକୃତି ମିଶ୍ର ବର୍ତ୍ତମାନ ସମୟରେ ବଲିଉଡ଼ ର ହିରୋଇନ୍ ହୋଇ ସାରିଛନ୍ତି। ପ୍ରକୃତି ମିଶ୍ର ବହୁତ ସାରା ଓଡ଼ିଆ ଫିଲ୍ମ ରେ କାମ କରି ସାରିଛନ୍ତି। କିନ୍ତୁ ବର୍ତ୍ତମାନ ଆପଣ ମାନେ ପ୍ରକୃତି ମିଶ୍ର ଙ୍କୁ ବଲିଉଡ୍ ସିରିଏଲ ଓ ସିନେମାରେ ଅଭିନୟ କରୁଥିବାର ନଜର ଆସୁଛନ୍ତି।

ତେବେ ପ୍ରକୃତି ମିଶ୍ର ପ୍ରାୟ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ପ୍ରକୃତି ମିଶ୍ର ନିଜର ଷ୍ଟାଇଲ ଓ ଲୁକ୍ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରକୃତି ମିଶ୍ର ଏବେ ଓଲିଉଡ଼ ରୁ ବଲିଉଡ୍ କୁ ଯାତ୍ରା ମଧ୍ୟ କରିଛନ୍ତି। ସେ ନିଜର ଫଟୋ ଓ ସଟ୍ ଭିଡିଓ ପ୍ରାୟ ସବୁବେଳେ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଲୋକମାନେ ମଧ୍ୟ ତାଙ୍କର ଫୋଟ ଓ ଭିଡିଓ କୁ ବହୁତ ପସନ୍ଦ କରିଥାନ୍ତି। ତେବେ ନିକଟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋର ସୋର ରେ ଭାଇରାଲ ହେବାରେ ଲାଗିଛି ଓ ଏହା ଇଣ୍ଟରନେଟ ରେ ନିଆଁ ଲଗାଇଛି।

ତେବେ ସେ ଏକ ହଲିଉଡ଼ ଗୀତ ରେ ଏକ କଳା ରଙ୍ଗର ଡ୍ରେସ୍ ରେ ବହୁତ ସୁନ୍ଦର ଲାଗୁଛନ୍ତି ଏବଂ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ ମଧ୍ୟ କରୁଛନ୍ତି। ତେବେ ତାଙ୍କର ଏହି ଡ୍ୟାନ୍ସ ରେ ଲୋକମାନେ ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଡ୍ୟାନ୍ସ ଏବଂ ଲୁକ୍ ରେ ମଧ୍ୟ ପାଗଳ ହୋଇଛନ୍ତି। ତେବେ ପ୍ରକୃତି ମିଶ୍ର ଇଟିଭି ଓଡ଼ିଆ ର ତୁଳସୀ ଧାରାବାହିକ ରେ ଅଭିନୟ ପରେ ଲୋକପ୍ରିୟତା ହାସଲ କରିଥିଲେ।

୨୦୦୬ ରେ ସେ ଶାଶୁ ଘର ଚାଲି ଯିବି ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ପରେ ସେ ପଶ୍ଚିମ ମୁମ୍ବାଇ ର ଭବନ କଲେଜ ରୁ ଗ୍ରାଜୁଏଟ ହୋଇଥିଲେ। ତେବେ ସେ ମଧ୍ୟ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ଠାରୁ ଓଡ଼ିଶୀ ନୃତ୍ୟ ଶିଖିଛନ୍ତି।

ଚଳଚିତ୍ର ସାବତ ମା ରେ ପାଞ୍ଚ ବର୍ଷ ବୟସରେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ। ଆଲବମ୍ ଜଗତରେ ନୈନା ଦାସଙ୍କ ସହ ଡେଉଁଚି ମୋ ବାଆଁ ଆଖି ରେ କୁନି ଝିଅ ଭୂମିକାରେ ଅଭିନୟ କରି ସେ ରାତାରାତି ଲୋକପ୍ରିୟ ହୋଇ ଯାଇଥିଲେ। ତେବେ ସେ ବାବୁସାନ ଙ୍କ ସହ ଥୁକୁଲ୍ ଫିଲ୍ମ ସହିତ ମୁଖ୍ୟ ଅଭିନେତ୍ରୀ ଭାବରେ ଓଲିଉଡ଼ ରେ ଡେବ୍ୟୁ କରିଥିଲେ। ପରେ ସେ ୧୦୦ ରୁ ଅଧିକ ଓଡ଼ିଆ ବିଶିଷ୍ଟ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି। ତାଙ୍କ ପିତା ଭଜନ ଗାୟକ ମନ୍ମଥ ମିଶ୍ର ଏବଂ ମା କୃଷ୍ଣପ୍ରିୟା ମିଶ୍ର ଡିଡି ଓଡ଼ିଆରେ ସାମ୍ବାଦିକ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।