Breaking News – ମହିର ଦାସ୍ ଙ୍କ ପରେ ପୁଣି ଆଉ ଜଣେ Femous ଅଭିନେତା ଙ୍କର ହଟାତ୍ ମୃତ୍ୟୁ ହେଲା…ସିନେମା ଜଗତକୁ ଏହା ବଡ ଝଟକା….RIP…

0 2,276

କିଛି ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ଉପରେ ଦୁଃଖର ଭାର ଯେପରି ଛିଡ଼ି ପଡ଼ିଛି, ଅନେକ କଳାକାର ଆମକୁ ଛାଡି ଚାଲି ଗଲେଣି | ଏହି କିଛି ଦିନ ପୂର୍ବରୁ ମିହିର ଦାସ ଙ୍କ ବିୟୋଗ ରେ ପୁଣି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଦୁଃଖର ଖବର ଆସି ଥିଲା ଯାହା ଦ୍ୱାରା ସାରା ଓଡ଼ିଶା ଶୋକ ର ଛାୟା ରେ ଖେଳି ଯାଇ ଥିଲା | ତେବେ ପୁଣି ସେପରି ଏକ ଓଡ଼ିଆ ଚଳଚ୍ଚିତ୍ର ରେ ଦୁଃଖ ର ଖବର ପହଞ୍ଚିଛି | ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ର ପ୍ରସିଦ୍ଧ ନିର୍ଦେଶକ ସରୋଜ ପଟ୍ଟନାୟକ ଙ୍କର ଅଚାନକ ଭାବେ ମୃତ୍ୟୁ ହୋଇଛି |

ଦର୍ଶକ ମାନେ ପୁଣି ଏକ ମୂଲ୍ୟବାନ କଳାକାର କୁ ହରାଇଛନ୍ତି, କେବଳ ମୂଲ୍ୟବାନ କଳାକାର ନୁହେଁ ବରଂ ଅମୂଲ୍ୟ ରତ୍ନ ଅଟନ୍ତି | ଏଇ ଝୁମା ଝୁମା ଗୋଲାପୀ ବେଳ ଏବଂ ଅନେକ କିଛି ସୁପରହିଟ ଗୀତ ରେ ସରୋଜ ପଟ୍ଟନାୟକ ନିର୍ଦେଶନା ଦେଇଛନ୍ତି |

 

1977 ମସିହା ରେ ଅଭିମାନ କଥା ଚିତ୍ର ଜରିଆରେ ଓଡ଼ିଆ ଜଗତ ର ସଙ୍ଗୀତ ନିର୍ଦେଶନା ଦେବା ଆରମ୍ଭ କରି ଥିଲେ | ପ୍ରାରମ୍ଭିକ ଜୀବନ ରେ ସରୋଜ ପଟ୍ଟନାୟକ 1940 ମସିହା ଜୁନ 2 ତାରିଖ ରେ ମୟୁରଭଞ୍ଜ ଜିଲ୍ଲା ରେ ଜନ୍ମ ଗ୍ରହଣ କରି ଥିଲେ |

ତାଙ୍କ ରଚିତ ଅଭିମାନ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ଅଭିଳାଷ, ହାକିମ ବାବୁ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାକ୍ଷୀ ମୋର ଏହି ସଂଘର୍ଷ ଭଳି ଅନେକ ଚଳଚ୍ଚିତ୍ର ରେ ନିଜର ସଙ୍ଗୀତ ନିର୍ଦେଶନା ଭାର ସରୋଜ ପଟ୍ଟନାୟକ ସମ୍ଭାଳିଛନ୍ତି | ତାଙ୍କର ସଙ୍ଗୀତ ନିର୍ଦେଶନା ଲୋକ ଙ୍କୁ ବେସ ପସନ୍ଦ ଆସେ |

ତାଙ୍କ ନିର୍ଦେଶକ ଭିତର ସ୍ୱର ରେ ଏହି ପ୍ରଭାବ ଦେଖିବାକୁ ମିଳେ ଯେ ଲୋକ ମାନେ ତାହାକୁ ମତୁଆଲା ହୋଇ ଶୁଣି ଥାଆନ୍ତି | 1985 ମସିହା ରେ ପ୍ରାୟ ତାଙ୍କ ଗୀତ ସ୍ୱର ଆକାଶବାଣୀ ରେ ବାଜୁ ଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନ ରେ ଜଣେ ସ୍ୱୀକୃତି ପ୍ରାପ୍ତି ଗୀତିକାର ଓ ସଙ୍ଗୀତ ନିର୍ଦେଶକ ଭାବେ ପରିଚିତ ହୋଇ ପାରି ଥିଲେ |

ଅଭିମାନ ଚଳଚ୍ଚିତ୍ର ର ପ୍ରଯୋଜକ ଗଣେଶ ଚନ୍ଦ୍ର ଜୀଉ ତାଙ୍କୁ ପ୍ରଥମ ଥର ସୁଯୋଗ ଦେଇ ଥିଲେ | ଆଉ ଏହି ଚଳଚ୍ଚିତ୍ର ରେ ରାଧାକୃଷ୍ଣ ଭଞ୍ଜ ଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦେଶକ ଭାବେ କାର୍ଯ୍ୟ କରି ଥିଲେ | ପରବର୍ତ୍ତୀ ସମୟରେ ବହୁ ଓଡ଼ିଆ ଚଳଚ୍ଚିତ୍ର ରେ ସେ ସଙ୍ଗୀତ ନିର୍ଦେଶକ ଭାବେ ଭାର ସମ୍ଭାଳି ପାରି ଥିଲେ | ଲୋକ ମାନେ ଏବେ ବି ମଧ୍ୟ ତାଙ୍କର ସଙ୍ଗୀତ କୁ ମନେ ପକାଉଛନ୍ତି | ତେବେ ସରୋଜ ପଟ୍ଟନାୟକ ଙ୍କ ବିୟୋଗ ରେ ଜଗନ୍ନାଥ ଙ୍କ ନିକଟରେ ଏତିକି ପାର୍ଥନା କରିବା ଯେ ତାଙ୍କ ଆତ୍ମା ର ସଦଗତି ହେଉ |