ମୁଁ ଟେନସନରେ ମଦ ପିଇଥିଲି ,ମୋର ଭୁଲ ହେଇଯାଇଛି ..ମତେ କ୍ଷମା କରିଦିଅ : ରାଜବୀରଙ୍କ ବାପା

0 639

ଜୀବନ ମୃତ୍ୟୁ ଭିତରେ 2 ରୁ 3 ମାସର ଅନ୍ତର । ସ୍ପାଇନଲ ମସକୁଲାର ଆଟ୍ରୋଫି ରୋଗରେ ରାହା ଧରି କାନ୍ଦୁଛି କୁନି ରାଜବୀର। ବୟସ ମାତ୍ର 18 ମାସ ହେଲେ ତା ଦେହର ରୋଗକୁ ହରାଇବା ପାଇଁ ଦରକାର 16 କୋଟି ଟଙ୍କାର ଇଞ୍ଜେକସନ। ତେଣୁ ରାଜବୀରର ବାପା-ମା ଏହି ଟଙ୍କା ଯୋଗାଡକରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି।

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଆମ୍ବପଡାର କୁଳମଣି ରଣା ଓ ତମଲିକା ଦାସଙ୍କ ଏକ ମାତ୍ର ପୁଅ ରାଜବୀର। ଦେଢ଼ ବର୍ଷର ଶିଶୁ ଦେହରେ ଅତି ବିରଳ ରୋଗ ଦେଖାଦେଇଛି। ରାଜବୀର ଆଉ ମୃତ୍ୟୁ ମଧ୍ୟରେ ମାତ୍ର 2ରୁ 3 ମାସ ଅନ୍ତର ବୋଲି ଡାକ୍ତର କହିସାରିଲେଣି। କୁନି ରାଜବୀରକୁ ବଞ୍ଚାଇବାକୁ ହେଲେ ପୃଥିବୀର ସବୁଠାରୁ ଦାମୀ ‘ଜୋଲଗେନ୍ସମା ଇଂଜେକ୍ସନ’ ଦରକାର। ଯେଉଁଥିପାଇଁ ଉଭୟ ବାପା ମା ଓଡ଼ିଶାରୁ ଦିଲ୍ଲୀ ସବୁଠି ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି।

 

କେବେ ମୁଖ୍ୟମନ୍ତ୍ରୀ, କେବେ ଜିଲ୍ଲାପାଳ ଆଉ କେବେ ସୋସିଆଲ ମିଡ଼ିଆ ପୁଅଟିକୁ ବଞ୍ଚାଇବା ପାଇଁ ଜଣେ ମାଆ କେତେ ନେହୁରା ହୋଇପାରେ ତାହା ରାଜବୀରଙ୍କ ଜନ୍ମଦାତ୍ରୀଙ୍କ କାକୁତି ମିନତୀରୁ ହିଁ ଦେଖି ହେଉଛି… କନ୍ଧମାଳ ଜିଲ୍ଲାପାଳ ତାଙ୍କୁ 50 ହଜାର ଟଙ୍କା ସହାୟତା ଦେବା ସହ ରାଜବୀରର ଚିକିତ୍ସା ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି। ଏପଟେ ରାଜବୀର ଦେହ ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଥିବା ବେଳେ ପୁଣି ବାପା ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକୁଳ ନିବେଦନ କରିଥିଲେ କିନ୍ତୁ କିଛି ବି ସୁଫଳ ମିଳିନଥିଲା।

ଆଉ ସେପଟେ ରାଜବୀର ଜୀବନ ପାଇଁ ଅନେକ ସ୍ବେଚ୍ଛାସେବୀ ସଂଗଠନ ଦୁଆର ଦୁଆର ବୁଲି ବୁଲି ଟଙ୍କା ଆଦାୟ କରିବାରେ ମଧ୍ୟ ଲାଗିଛନ୍ତି । ବିଭିନ୍ନ କ୍ରାଉଡ ଫଣ୍ଡିଂ ସଂସ୍ଥା ତଥା ବ୍ୟକ୍ତିଗତ ସ୍ତରରେ ଲକ୍ଷାଧିକ ଟଙ୍କା ଯୋଗାଡ ହୋଇଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ଭଳି ।

ତେବେ ଓଡ଼ିଶାର ବଡ଼ ମେଡିକାଲରୁ, କ୍ୟାପିଟାଲ ହସ୍ପିଟାଲ ସବୁଠି ନିରାଶ ହୋଇ ଫେରିବା ପରେ ଏବେ ପୁଅକୁ କେବଳ ଦରକାର16କୋଟିର ଇଂଜେକସନ। ପୁଅର ଜୀବନ ବଞ୍ଚାଇବା ପାଇଁ ମା’ ଆଖିରୁ ଲୁହ ଶୁଖୁନି । ତେବେ ସମସ୍ତ ରାସ୍ତା ବନ୍ଦ ହୋଇସାରିବା ପରେ ବର୍ତ୍ତମାନ କେବଳ ସାରା ଦେଶବାସୀ ଚାହିଁଲେ ହିଁ ରାଜବୀରର ଜୀବନ ବଞ୍ଚିପାରିବ, ସେଥିପାଇଁ ଚାଲିଛି ସୋସିଆଲ ମିଡିଆ ମାଧ୍ଯମ ଏଥିରେ ଯିଏ ଯେତିକି ପାରିବେ ସେତିକି ସାହାଯ୍ୟ କରିପାରିବେ, ଆଉ ଯେଉଁଥିରେ ରାଜବୀର ପାଇଁ ଟଙ୍କା ଯୋଗାଡ ଚାଲିଛି।

କିନ୍ତୁ ଏହାରି ଭିତରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ରାଜବୀର ବାପା ମଦପିଉଛନ୍ତି। ଆଉ ଲୋକମାନେ କହୁଛନ୍ତି କି ରାଜବୀର ପାଇଁ ଯେଉଂଟଙ୍କା ସଂଞ୍ଚୟ ହେଉଛି ସେଥିରେ ତାଙ୍କ ବାପା ମଦ ପିଇ ଅଏସ କରୁଛନ୍ତି।

ତେବେ ଏହା ଉପରେ ରାଜବୀରର ବାପା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏ ଭିଡିଓଟି ହେଉଛି ସେତେବେଳେର ଯେତେବେଳେ ସେମାନେ ସବୁଠି ନିରାଶ ହୋଇଥିଲେ ଏବଂ ସେ ଟେନସନ ରେ ମଦ ପିଇଥିଲେ କିନ୍ତୁ ଏ ଭିଡିଓଟିକୁ କିଏ ଭାଇରାଲ କରିଛି ମୁଁ ଜାଣିନି।

ହେଲେ ସେ ଭିଡିଓ ପାଇଁ ଯେମିତି ମୋ ପୁଅର ଚିକିତ୍ସାରେ କୌଣସି ଅସୁବିଧା ନହୁଏ ଏଥିପାଇଁ ମୁଁ ସାରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିବା ସହିତ ଅନୁରୋଧ କରୁଛି। ମୁଁ ଟେନସନ୍ ରେ ମଦ ପିଇଥିଲି ମୋର ଭୁଲ ହୋଇଯାଇଛି, ମୋତେ କ୍ଷମା କରିଦିଅନ୍ତୁ କିନ୍ତୁ ମୁଁ ରାଜବୀର ପାଇଁ ଯୋଗାଡ ହୋଇଥିବା ଟଙ୍କାରେ ମଦ ପିଇ ନାହିଁ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।