ମହାଶିବରାତ୍ରି (01 March) ଏହି 5ଟି ରାଶିରେ ମହାଦେବ କରିବେ ଧନର ବର୍ଷା | Shivratri 2022

0 152

ମହା ଶିବରାତ୍ରି ଆସି ପହଞ୍ଚିଗଲା। ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖ ମଙ୍ଗଳବାର ଦିନ ବିରଳ ମହା ଶିବରାତ୍ରି ହେବାକୁ ଯାଉଛି। ଧର୍ମ ପଣ୍ଡିତ ଙ୍କ କହିବା ଅନୁସାରେ ଏହି ଦିନ ମହାସଂଯୋଗ ଘଟିବାକୁ ଯାଉଛି। ଏହି ଦିନ କିଛି ବିଶେଷ ମହତ୍ତ୍ୱ ମଧ୍ୟ ରହିଛି। ଏହି ସଂଯୋଗ ରେ କିଛି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି। ଯାହା ଦ୍ଵାରା ଏହି ରାଶି ମାନଙ୍କର ସବୁ ସମସ୍ୟା ର ନିବାରଣ ହେବା ସହ ଜୀବନ ଧନ ଧାନ୍ୟ ରେ ଭରି ଯିବାକୁ ଯାଉଛି। ତେବେ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ।

୧- କନ୍ୟା ରାଶି

ଏହି ରାଶି ର ଲୋକ ମାନଙ୍କ ପାଇଁ ଶିବରାତ୍ରି ରେ ସମୟ ଶୁଭ ରହିବ। ପରିବାର ଲୋକଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ତଥା ପ୍ରେମ ଜୀବନ ରେ ମଧୁରତା ଆସିବ। ବେପାର ବାଣିଜ୍ୟ କ୍ଷେତ୍ରରେ ଧନ ବୃଦ୍ଧି ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କୌଣସି କ୍ଷେତ୍ରରୁ ଅଛଣାକ ଧନ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ରେ ସୁଖମୟ ସ୍ଥିତି ରହିବ। ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରାପ୍ତ ହେବ। ଅଟକ ରହିଥିବା କାମ ଆରମ୍ଭ ହେବ।

୨- ସିଂହ ରାଶି

ଏହି ସିଂହ ରାଶି ର ଲୋକ ମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଘର ପରିବାର ରେ ସୁଖ ଶାନ୍ତି ର ପ୍ରତିଷ୍ଠା ହେବ। ଅଚାନକ ଧନ ଲାଭ ହେବ। ପାରିବାରିକ କଳହ ଦୂର ହେବ। ଆପଣଙ୍କ ଜୀବନରେ ଖାସ୍ ବ୍ୟକ୍ତିଙ୍କ ଆଗମନ ହୋଇପାରେ। ଚାକିରି କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ହେବ । ଯେଉଁ କାମ ରେ ହାତ ଦେବେ ସେହି କାମରେ ଆପଣ ସଫଳ ଅର୍ଜନ କରିବେ। ଏହି ଦିନ ପୁରୁଷ ମାନେ ଧଳା ବସ୍ତ୍ର ଦାନ କରନ୍ତୁ। ମହିଳା ମାନେ ମହାଦେବ ଙ୍କ ବ୍ରତ ଉପାସନା କରନ୍ତୁ।

୩- କୁମ୍ଭ ରାଶି

ଏହି ରାଶି ର ଲୋକ ମାନଙ୍କୁ କର୍ମ କ୍ଷେତ୍ରରେ ବହୁତ ବଡ଼ ଖୁସି ଖବର ମିଳିପାରେ। ପାରିବାରିକ ମହୋଲ ସୁଖଦ ରହିବ। ଦାମ୍ପତ୍ୟ ଜୀବନ ରେ ଖୁସି ଆସିବ। ସମାଜ ରେ ଖ୍ୟାତି ଓ କୀର୍ତ୍ତି ଅର୍ଜନ କରିବେ। ଯେଉଁ କାମ ରେ ହାତ ଦେବେ, ସେଥିରେ ସଫଳ ହେବେ। ଆପଣଙ୍କର ସବୁ ଇଛା ପୁରଣ ହେବ। ଏହି ଦିନ ମହାଦେବଙ୍କ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଶୁଭ ଫଳ ପ୍ରାପ୍ତ ହେବ।

୪- ମୀନ ରାଶି

ଏହି ରାଶି ର ଲୋକ ମାନଙ୍କ ପାଇଁ ଶିବରାତ୍ରି ରେ ଶୁଭ ସଂଯୋଗ ହେବାକୁ ଯାଉଛି। ଆପଣ ବ୍ୟବସାୟ ରେ ସଫଳତା ଲାଭ କରିବେ। କର୍ମ କ୍ଷେତ୍ରରେ ଉନ୍ନତି ପଥରେ ଅଗ୍ରସର ହେବାକୁ ଯାଉଛି। ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ। ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ। ଏହି ଦିନ କ୍ଷୀର ଅଭିଷେକ କରି ମହାଦେବ ଙ୍କୁ ବେଲ ପତ୍ର ଅର୍ପଣ କରିଲେ ସବୁ କ୍ଷେତ୍ରରେ ସଫଳତା ହେବା ସହ ସୁଖ ଶାନ୍ତି ପ୍ରତିଷ୍ଠା ହେବ।