Full Interview : ଭାଇରାଲ ବୟ Santanu କହୁ କହୁ କହିଦେଲେ ସବୁ ଭିତିରି କଥା….ମୁଁ ନନଭେଜ୍ ନୁହଁ ସାଧା ପିଲା …ଏହାର ଅର୍ଥ ବୁଝନ୍ତୁ

0 383

ତେବେ ଆପଣ ମାନେ ଟିଭି ରେ ଅନେକ ରିୟାଲିଟି ସୋ ଦେଖୁ ଥିବେ ଏବଂ ଏହା ସହିତ ସୋସିଆଲ ମିଡ଼ିଆ ସହ ମଧ୍ୟ ବହୁତ ଜଡ଼ିତ ମଧ୍ୟ ଥିବେ | ଆଜି କାଲି ଟିଭି ରେ ମଧ୍ୟ କିଛି ଏଭଳି ରିୟାଲିଟି ସୋ ବାହାରୁଛି ଯାହା ଦ୍ୱାରା ଛୋଟ ଛୋଟ ଛୁଆ ମାନେ ମଧ୍ୟ ନିଜର ପ୍ରତିଭା ଦେଖାଇ ଆଗକୁ ଯାଇ ପାରୁଛନ୍ତି | ତେବେ କୁନି କୁନି ପିଲା ଯେକୌଣସି ଢଙ୍ଗୀ ରେ ମଧ୍ୟ କଥା ହୁଅନ୍ତୁ ତାଙ୍କ କଥା ଶୁଣିବାକୁ ଆମକୁ ବହୁତ ଭଲ ଲାଗି ଥାଏ | ତେବେ ବର୍ତ୍ତମାନ ସମୟ ରେ ଏକ ଛୋଟ କୁନି ବାଳକ ଟି ସୋସିଆଲ ମିଡ଼ିଆ ରେ କେମିତି ଭାବରେ ଭାଇରାଲ ହେଉଛନ୍ତି ଆପଣ ମାନେ ତ ଦେଖି ଥିବେ |

ତେବେ ଆମେ ଯାହାଙ୍କ କଥା କହୁଛୁ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଭାଇରାଲ ବୟ ସାନ୍ତୁନୁ କୁମାର ମହାନ୍ତି | ତେବେ ସାନ୍ତୁନୁ ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା କାର୍ଯ୍ୟକ୍ରମ ଓଡ଼ିଶା ର ନୂଆ ସ୍ୱର ରେ ପ୍ରଥମ କରି ପାଦ ଦେଇ ନିଜ ସୁନ୍ଦର ଗୀତ ଦ୍ୱାରା ସେ ସମସ୍ତ ଙ୍କ ଭଲ ପାଇବାକୁ ହାସଲ କରି ପାରି ଥିଲେ | ତେବେ ତାଙ୍କ ଗୀତ ଗାଇବା ଶୈଳୀ କୁ ଲୋକ ମାନେ ଯେତିକି ଭଲ ପାଇବା ଦେଇଛନ୍ତି ତାଙ୍କ ସ୍ୱତନ୍ତ୍ର ଅନ୍ଦାଜ କୁ ମଧ୍ୟ ଲୋକେ ସେତିକି ଭଲ ପାଇବା ଦେଇଛନ୍ତି |


ତେବେ ସାନ୍ତୁନୁ ଯେଉଁଭଳି ଭାବରେ ନାଚି ନାଚି ଝୁମି ଗୀତ ଗାଇ ଥାଆନ୍ତି ତାହାକୁ ଦେଖି ସମସ୍ତେ ପସନ୍ଦ କରିବା ସହିତ ଝୁମି ମଧ୍ୟ ଥାଆନ୍ତି | ତେବେ ସାନ୍ତୁନୁ କହି ଥିଲେ କି ସେ ପ୍ରଥମେ ଗୀତ କୁ ଆସିବା ପୂର୍ବରୁ ଅନେକ ରିୟାଲିଟି ସୋ ରେ ଡ୍ୟାନ୍ସ ପାଇଁ ଯାଇ ଥିଲେ ଏବଂ ସେ ଏହି 4 ମାସ ହେବ ଗୀତ ଗାଇଛନ୍ତି ବୋଲି କହିଛନ୍ତି | ତେବେ ସାନ୍ତୁନୁ ଏହା ମଧ୍ୟ କହି ଥିଲେ ସେ ଯେତେବେଳେ ଗୀତ ଶୁଣନ୍ତି ସେତେବେଳେ ଲିରିକ୍ସ ଶୁଣିଲା ପରେ ତାହା ତାଙ୍କ କାନରେ ରେକର୍ଡ ହୋଇ ଯାଏ ଆଉ ତାପରେ ସେ ନାଚି ନାଚି ଗୀତ ଗାଇଥାନ୍ତି |

ତେବେ ସାନ୍ତୁନୁ ମଜା କରି କହି ଥିଲେ ଯେ ମୁଁ ସାଦା ପିଲା ମୁଁ ନନଭେଜ ପିଲା ନୁହେଁ | ଏମିତି କି ଆପଣ ମାନେ ମଧ୍ୟ ଦେଖି ଥିବେ ସାନ୍ତୁନୁ ଙ୍କର ଆକ୍ଟିଙ୍ଗ, ଡ୍ୟାନସିଂ ଓ ଗୀତ ଗାଇବାର ଷ୍ଟାଇଲ କୁ ଦେଖି ସମସ୍ତ ଜଜ ମଧ୍ୟ ତାଙ୍କ ସହ ଝୁମି ଯାଇଥାନ୍ତି | ତେବେ ବର୍ତ୍ତମାନ ସମୟ ରେ ସାନ୍ତୁନୁ ଙ୍କ ଗୀତ ଗାଇବାର ଶୈଳୀ ଏବଂ ତାଙ୍କ ସ୍ୱର ଦର୍ଶକ ମାନେ ଖୁବ ଭଲ ପାଇବା ଦେଉଛନ୍ତି ଏବଂ ଆମେ ମଧ୍ୟ କାମନା କରିବା ଯେ ସାନ୍ତୁନୁ ଏଭଳି ଭାବେ ଆହୁରି ଆଗକୁ ଯାଆନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।