Fitness Funda – ନିୟମିତ କରନ୍ତୁ ଏହି 4 ଟି ବ୍ୟାୟାମ , ବେଲି ଫ୍ୟାଟ ସମ୍ପୂର୍ଣ୍ଣ ଭାବରେ କମିଯିବ ଗ୍ୟାରେଣ୍ଟି

0 129

ଲୋକ ମାନଙ୍କ ପାଖରେ ଯେତେବେଳେ ମୋଟା ପଣ ଦେଖା ଯାଇଥାଏ, ସେତେବେଳେ ସେମାନେ ବହୁତ ଚିନ୍ତିତ ରହିଥାନ୍ତି। ଆଉ ଆଜିକାଲି ମେଦବହୁଳତା ଏବଂ ମୋଟାପଣ ବହୁତ ମାତା ରେ ବଢ଼ିବାରେ ଲାଗିଛି। ଏଥିପାଇଁ ଅନେକ ବ୍ୟକ୍ତି ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଖାଦ୍ୟ ପେୟର ଅନିୟମିତତା ଓ ଏକ୍ସାସାଇଜ୍ ର ଅଭାବ। ଏମିତି ୪ ଟି ୟୋଗ ରହିଛି ଯାହାକୁ ଆପଣ ମାନେ ଘରେ ରହି କରି ପାରିବେ ଏବଂ ଆପଣଙ୍କ ପେଟର ଚର୍ବି କୁ କମାଇ ପାରିବେ। ତେବେ ଜାଣିବା ସେହି ୪ ଟି ସୁପର ଏକ୍ସାସାଇଜ୍ ବିଷୟରେ।

୧- କ୍ରଞ୍ଚେସ୍

 


ପ୍ରଥମେ ଆପଣ ମାନେ ଫ୍ଲାଟ୍ ହୋଇ ଶୋଇ ପଡ଼ନ୍ତୁ, ପରେ ଧୀରେ ଧୀରେ ଗୋଡ଼ ଦୁଇ ଟିକୁ ଭାଙ୍ଗି ନିଅନ୍ତୁ। ଏହା ପରେ ହାତକୁ ପଛ କୁ ଦେବା ,ତା ପରେ ଫୁଲ ବଡି ଓ ହାତ ସହିତ ବଡି କୁ ଧୀରେ ଧୀରେ ଉଠାନ୍ତୁ। ଏହି ବ୍ୟାୟାମ କୁ ୧୫ ରୁ ୨୦ ଥର କରନ୍ତୁ ଏବଂ ୩୦ ସେକେଣ୍ଡ ରେଷ୍ଟ ନେବା ଅତ୍ୟନ୍ତ ଜରୁରୀ ଅଟେ।

୨- ଲେଗ ରାଇଜ୍

 

ପ୍ରଥମେ ଫ୍ଲାଟ୍ ହୋଇ ଶୋଇ ପଡ଼ନ୍ତୁ, ଏବଂ ହାତ ଟିକୁ ଆମର ଦୁଇ ଜଙ୍ଘ ସାଇଡ୍ ରେ ରଖନ୍ତୁ ଏବଂ ଗୋଡ଼ ଦୁଇ ଟିକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ଏହି ଏକ୍ସାସାଇଜ୍ କରିବା ସମୟରେ ପାଦ ତଳେ ଲଗାନ୍ତୁ ନାହିଁ। ଏହି ଏକ୍ସାସାଇଜ୍ କୁ ମଧ୍ୟ ୧୫ ରୁ ୨୦ ଥର କରନ୍ତୁ ଏବଂ ୩ ଟି ସେଟ୍ ରେ କରନ୍ତୁ। ଗୋଟିଏ ସେଟ୍ ରେ ୩୦ ସେକେଣ୍ଡ ରେଷ୍ଟ ନିଅନ୍ତୁ। ଏହାପରେ ପୁଣି ଆରମ୍ଭ କରନ୍ତୁ।

୩- ସାଇଡ୍ ଟଏ ଟଚ୍

ପ୍ରଥମେ ଫ୍ଲାଟ୍ ହୋଇ ଶୋଇ ପଡ଼ିବା, ତା ପରେ ଗୋଡ଼ ଦୁଇ ଟିକୁ ଧୀରେ ଧୀରେ ଭାଙ୍ଗି ଦେବା। ଆମର ଦୁଇ ହାତ ସାହାଯ୍ୟ ରେ ପାଦ କୁ ଛୁଇଁବା। ଏହି ପରି ଭାବରେ ୧୫ ରୁ ୨୦ ଥର କରନ୍ତୁ।

୪- ପ୍ଲାଙ୍କ୍

ପ୍ରଥମେ ଆପଣ କୋଷ ପଜିସନ୍ ରେ ଆସି ଯାଆନ୍ତୁ, ଏହା ପରେ ହାତ ଦୁଇ ଟିକୁ ଭାଙ୍ଗି ଦିଅନ୍ତୁ। ପାଦ ର ଆଙ୍ଗୁଳି କୁ ପଛରେ ଲଗେଇ ଏକ ମିନିଟ୍ ପର୍ଯ୍ୟନ୍ତ ଫୁଲ୍ ବଡି କୁ ଉଠେଇ ରଖିବା। ଏହି ଏକ୍ସାସାଇଜ୍ କୁ ମଧ୍ୟ ଆପଣ ମାନେ ୩ ଟି ସେଟ୍ କରନ୍ତୁ। ଏକ ମିନିଟ୍ କରି ସାରିବା ପରେ ୩୦ ସେକେଣ୍ଡ ରେଷ୍ଟ ନିଅନ୍ତୁ।

ପ୍ରଥମ ଏକ୍ସାସାଇଜ୍ ଟି କରିବା ଦ୍ୱାରା ଆମର ଅପର ବେଲି ଫ୍ୟାଟ୍ କମିଥାଏ। ଦ୍ୱିତୀୟ ଏକ୍ସାସାଇଜ୍ ରେ ଆମର ଲୟାର ବେଲି ଫ୍ୟାଟ୍ କମିଥାଏ। ତୃତୀୟ ଏକ୍ସାସାଇଜ୍ ରେ ଆମ ବଡିର ସାଇଡ୍ ର ମାଂସପେଶୀ କମିଥାଏ। ଶେଷରେ କରାଯାଉଥିବା ପ୍ଲାଙ୍କ୍ ଏକ୍ସାସାଇଜ୍ କରିବା ଦ୍ୱାରା ଆମ ବଡିର ହୋଲ ବେଲି ଫ୍ୟାଟ୍ କମିଥାଏ। ଏହି ଏକ୍ସାସାଇଜ୍ ଗୁଡ଼ିକ ସପ୍ତାହର ୩ ରୁ ୪ ଦିନ ନିହାତି କରନ୍ତୁ ,ଏହା ଆପଣଙ୍କର ବେଲି ଫ୍ୟାଟ୍ କୁ କମାଇବାରେ ସାହାଯ୍ୟ କରେ।