ଦେଖନ୍ତୁ Shocking ଭିଡ଼ିଓ –ଏଟା ମୋ ଦେଶ, ତମେ କିଏ? କାହିଁକି ପଶୁଛ? ଋଷ ସୈନ୍ୟଙ୍କ ଛାତିରେ ଛାତି ମିଶାଇ ଯୁକ୍ତି କରୁଛି ଏହି ଶିଶୁ…ଦେଖନ୍ତୁ ଏହି VIRAL ଭିଡିଓ …6 ଲକ୍ଷରୁ ଅଧିକ ଲୋକ ପସନ୍ଦ କରୁଛନ୍ତି…

0 631

ଏଟା ମୋ ଦେଶ, ତମେ କିଏ ? କାହିଁକି ପଶୁଛ ? ମୁଁ ତମକୁ ପୁରାଇ ଦେବିନି ? ଯଦି ପଶିବ ମାରିବିସ, ଗେଟ୍ ଆଉଟ୍ । ଋଷ ସୈନ୍ୟ ଙ୍କ ଛାତି ରେ ଛାତି ମିଶାଇ ଯୁକ୍ତି କରୁଛି ଏହି ଶିଶୁ । ୟୁକ୍ରେନ୍- ରୁଷ ଯୁଦ୍ଧ ପରିସ୍ଥିତି କୁ ନେଇ ଧରହର ସାରା ବିଶ୍ବ । ଶକ୍ତିଶାଳୀ ଦେଶ ରୁଷିଆ ସୀମା ନିକଟରେ ଭାରି ଯୁଦ୍ଧାସ୍ତ୍ର ସହ ସେନା ମୁତୟନ କରି ଯୁଦ୍ଧ ଆରମ୍ଭ କରିଛି । ଆମେରିକା ର ଚେତାବନୀ ସତ୍ବେ ଋଷ ଆରମ୍ଭ କରି ଦେଇଥିଲା ବିଶ୍ବ ସମରୋହ ।

ୟୁକ୍ରେନ୍ ଉପରେ ରୁଷିଆ ର ମିଶାଇଲ ମାଡ ଏବେ ୟୁକ୍ରେନ୍ କୁ ଉଗ୍ର ରୂପ ନେବାକୁ ବାଧ୍ୟ କରିଛି । ଆଉ ବର୍ତ୍ତମାନ କେବଳ ୟୁକ୍ରେନ ସୈନ୍ୟବାହିନୀ ନୁହେଁ ବରଂ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଏବଂ ଝିଅ ଠାରୁ ବୋହୂ ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧରେ ଯୋଗ ଦେଇଉ ନିଜ ଦେଶକୁ ରକ୍ଷା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।


ତେବେ ବର୍ତ୍ତମାନ ସମୟରେ ୟୁକ୍ରେନ – ଋଷ ମଧ୍ୟରେ ଚାଲିଛି ଘମାଘଟ ଯୁଦ୍ଧ । ଆକାଶରୁ ଘନଗନ ବୋମା ମାଡ କରୁଛି ଋଷ । ଆଉ ପଛକୁ ନହଟି କଡା ମୁକାବିଲା କରୁଛି ୟୁକ୍ରେନ ସେନା । ରାଷ୍ଟ୍ରପତି ଜେଲେନସ୍କି ବି ଖୁବ୍ ସମର୍ଥନ କରୁଛନ୍ତି ଦେଶ ବାସୀ ଙ୍କୁ । ୟୁକ୍ରେନ ବାସୀ ଙ୍କୁ ଯୁଦ୍ଧରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।


ଆଉ ସେଥିପାଇଁ ସାଧାରଣ ଜନତା ପାଖକୁ ସମସ୍ତେ ଧରିଲେଣି ବନ୍ଧୁକ ଏବଂ ବାହାରିଲେଣି ଯୁଦ୍ଧଭୂମିକୁ । ତେବେ ଏଭଳି ସ୍ଥିତି ରେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏକ ଛୋଟ ଶିଶୁ ର ଭିଡିଓ । ବୟସ 6 କି 7 ହେବ କିନ୍ତୁ ଋଷ ସୈନ୍ୟ ଙ୍କୁ ଦେଇଛି ମୁହଁ ତୋଡ ଜବାବ। ଆଖିରେ ଆଖି ମିଶାଇ ଧମକାଉଛି । ହାତରେ ବନ୍ଧୁକ ଧରିଛନ୍ତି ଋଷ ସୈନିକ ତଥାପି ଭୟ ନାହିଁ ୟୁକ୍ରେନ ର ଛୋଟି ପିଲାକୁ । ଋଷ ସୈନ୍ୟ ଙ୍କ ଛାତି ରେ ଛାତି ମିଶାଇ କରୁଛି ଯୁକ୍ତି ।

ତେବେ ସୈନ୍ୟ ଜଣଙ୍କ ସବୁ ଶୁଣୁଛନ୍ତି କିନ୍ତୁ କିଛି କହୁ ନାହାଁନ୍ତି । ଆଉ ବେଶ୍ କିଛି ସମୟ ଧରି ଯୁକ୍ତି କରୁଛି 6-7 ବର୍ଷ ଛୋଟ ଝିଅଟି । ଭୟ ନ କରି ଗାଳି ବି ଦେଉଛି ମୋ ଦେଶକୁ କାହିଁକି ଆସିଛି ? କାହିଁକି ଏଠାରେ ପଶୁଛ ? ଜଣେ ଋଷ ସୈନ୍ୟ ଙ୍କୁ କଡା ଭାଷାରେ ତାଗିଦ କରୁଛି ଏହି ଶିଶୁ । ପରେ ସେହି ସ୍ଥାନରୁ ସୈନ୍ୟ ଜଣଙ୍କ ଚାଲି ଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ଏତିକି ରେ ସରୁନି ଛୋଟ ପିଲା ଟି ର ରାଗ । ପଛେ ପଛେ ଯାଇ ଗାଳି କରୁଛି । ତେବେ ସୋସିଆଲ ମିଡିଆ ରେ ଏହି ଶିଶୁ ର ଭିଡିଓ ଏବେ ବେଶ୍ ଭାଇରାଲ୍ ।