Exclusive Video-ୟୁକ୍ରେନ ରେ ଭାରତୀୟ ଛାତ୍ରଛାତ୍ରୀ ମାନେ ଖାଇଲେ ଗୋଇଁଠା ମାଡ..ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ…ଆଖିରୁ ଲୁହ ଆସିଯିବ ଦେଖିଲେ…

0 1,221

ଚାରିଆଡ଼େ ନିଆଁ ଜଳୁଛି । ଘନ ଘନ ମିସାଇଲ୍ ମାଡ଼ରେ ଥରହର ହେଉଛି ୟୁକ୍ରେନ୍ । ଧୂଆଁ, ନିଆଁ ଆଉ ଆତଙ୍କ ଭିତରେ ଲୋକେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ପ୍ରଥମ ଥର ପାଇଁ ଏପରି ଭୟଙ୍କର ଯୁଦ୍ଧ ବିଭୀଷିକା ଦେଖିବାକୁ ମିଳିଛି । ତେବେ ଋଷିଆ- ୟୁକ୍ରେନ୍‌ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରାୟ 16,000 ଭାରତୀୟ( ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ) ୟୁକ୍ରେନରେ ଫସି ରହିଛନ୍ତି । ସେଠାରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଶନିବାର ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଛି ।

ପ୍ରଥମ ବିମାନ AI 1944ରେ ବୁଖାରେଷ୍ଟରୁ 219 ଜଣ ଭାରତୀୟ ମୁମ୍ବାଇରେ ପହଞ୍ଚିଛନ୍ତି । ଏୟାର ଇଣ୍ଡିଆର ଦ୍ୱିତୀୟ ଉଡ଼ାଣ ୟୁକ୍ରେନରେ ଫସି ରହିଥିବା ଆଉ 250 ଜଣ ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି । ଏହାସହ ଅପରେସନ୍ ଗଙ୍ଗା ଅଧୀନରେ ତୃତୀୟ ବିମାନରେ ବୁଡ଼ାପେଷ୍ଟ (ହଙ୍ଗେରୀ)ରୁ 240 ଭାରତୀୟ ନାଗରିକଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ।


ସେହିପରି ୟୁକ୍ରେନ ସୀମାରେ ଏବେ ବି ଶତାଧିକ ଭାରତୀୟ ଫସି ରହିଛନ୍ତି । ସେଠାରେ ବର୍ତ୍ତମାନ ତାପମାତ୍ରା -7 ଡିଗ୍ରୀ ପାଖାପାଖି ରହିଛି । ହାଡ଼ଥରା ଜାଡ଼ରେ ଜୀବନ ବଞ୍ଚାଇବା ପାଇଁ ଭାରତୀୟ ଛାତ୍ରମାନେ ଚାଲି ଚାଲି ସୀମାରେ ପହଞ୍ଚିଛନ୍ତି । ଯୁଦ୍ଧ ଆତଙ୍କ ମଧ୍ୟରେ ୟୁକ୍ରେନର ଅନେକ ଭାରତୀୟଙ୍କ ପାଖରେ ଖାଇବା, ପିଇବା ସୁବିଧା ନାହିଁ ବୋଲି ସୂଚନା ମିଳିଛି । ସେମାନଙ୍କର ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ହେବା ଉପରେ ।

ଅନ୍ୟପଟେ ୟୁକ୍ରେନ ସୀମାରେ ଜଗିଥିବା ଗାର୍ଡମାନେ ଭାରତୀୟମାନଙ୍କୁ ଚେକ୍ ପଏଣ୍ଟ ଅତିକ୍ରମ କରିବାକୁ ଅନୁମତି ଦେଉନାହାଁନ୍ତି । ସୀମା ପାର ହେବାପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ମଧ୍ୟ ରହିଛି । ଶୁଭମ୍ ନାମକ ଜଣେ ଛାତ୍ର କହିଛନ୍ତି, ଆମେ ସୀମାରେ ଅଟକି ରହିଛୁ । ଆମେ ବନ୍ଧୁକ ମୁନରେ ବନ୍ଧକ ରହିଲା ପରି ରହିଝଛୁ । ଏଠାରେ ଭିଡିଓ ତିଆରି କରିବାକୁ ଆମକୁ ବାରଣ କରାଯାଇଛି ।

ସେହିପରି ଅନ୍ୟ ଜଣେ ଛାତ୍ର କହିଛନ୍ତି , ଦୂତାବାସ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ପରେ ଆମେ ସମସ୍ତେ ପୋଲାଣ୍ଡ ସୀମାରେ ପହଞ୍ଚିଛୁ । ଏଠାରେ ଆମକୁ ଅଟକାଇ ଦିଆଯାଇଛି । ଆମେ ବର୍ତ୍ତମାନ କଣ କରିବୁ କିଛି ବୁଦ୍ଧି ବାଟ ଦେଖାଯାଉନି । ଆମକୁ ତୁରନ୍ତ ଏଠାରୁ ଉଦ୍ଧାର କର ବୋଲି ଅନୁରୋଧ କରିଛନ୍ତି ।ତେବେ ଏସବୁ ଭିତରେ ଗୋଟିଏ ଅତି ମର୍ମାହତ କରିବା ଭଳି ଘଟଣା ଦେଖିବାକୁ ମିଳିଛି ୟୁକ୍ରେନରୁ । ତେବେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ମାନଙ୍କୁ ୟୁକ୍ରେନ ସୀମାରେ ଜଗିଥିବା

ଗାର୍ଡମାନେ ଚେକ୍ ପଏଣ୍ଟ ଅତିକ୍ରମ କରିବାକୁ ଅନୁମତି ଦେଉ ନାହାଁନ୍ତି ଆଉ ଏପଟେ ସେମାନଙ୍କ ସହିତ ବହୁତ ଟର୍ଚର କରୁଛନ୍ତିଏପରିକି ଭାରତୀୟ ପୁଅମାନଙ୍କ ଉପରକୁ ଗୋଇଠା ମାଡ ମଧ୍ୟ ଉଠାଉଛନ୍ତି । ତେବେ ସମାନଙ୍କୁ ଭିଡିଓ କରିବାକୁ ଦେଉନଥିବା ବେଳେ ଏହା ହେଉଛି ଏକ ଅତ୍ୟନ୍ତ ହୃଦୟବିଦାରକ ଭିଡିଓ ଯାହା ୟୁକ୍ରେନମାନେ ଭାରତୀୟ ମାନଙ୍କ ପ୍ରତି ଦେଖାଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଭାରତୀୟମାନେ ସେଠାରେ ବହୁତ କଷ୍ଟ ଏବଂ ଭୟରେ ଅଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।