ଦେଖୁ ଦେଖୁ ହଠାତ୍ ଗାଈ ର ମୁଣ୍ଡ ପଶିଗଲା ଗଛ ଭିତରେ ତାପରେ ଯାହା ହେଲା ଦେଖିଲେ ଆଖିଲେ ଲୁହ ଆସିଯିବ 16 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି ….. ଦେଖନ୍ତୁ ଏହି ଭାଇରଲ ଭିଡିଓ

0 4,692

ବେଳେବେଳେ ସମାଜରେ ଏମିତି କିଛି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ବହୁତ ଖୁସି ଲାଗେ। ଲୋକଙ୍କ ଜୀବନରେ ଏମିତି କିଛି ଅସୁବିଧା ଆସିଥାଏ ବା ଜୀବଜନ୍ତୁ ମାନଙ୍କ ଜୀବନରେ ହେଉ ,କିଛି ଲୋକ ଏମିତି ଅଛନ୍ତି ଯାହାକୁ ଦେଖିଲେ ଲାଗେ କି ଆଜି ବି ସମାଜରେ ମାନବିକତା ବୋଲି ଗୋଟିଏ ଜିନିଷ ବଞ୍ଚିଛି। କାରଣ ଅସୁବିଧା ରେ ପଡ଼ିଥିବା ମନୁଷ୍ୟ ବା ଜୀବଜନ୍ତୁ ଙ୍କୁ ସେମାନେ ରକ୍ଷା କରିଥାନ୍ତି। ତେବେ ମଣିଷ ଜାତି ଆମର ଏହି ପରିବେଶକୁ ସୁରକ୍ଷା କରିବାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ସୁରକ୍ଷିତ କରିବା ବଦଳରେ ଏମାନେ ତାହାକୁ ଆହୁରି ଆବର୍ଜନା କରୁଛନ୍ତି। ଆଉ ଏହାର ଦଣ୍ଡ ପାଉଛନ୍ତି ପଶୁପକ୍ଷୀ ମାନେ। ତେବେ ସେହିଭଳି କିଛି ଘଟଣା ବିଷୟରେ ଅବଗତ କରାଇବୁ।

 

୧- ଏମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା ,ଯେଉଁଥିରେ ଗୋଟିଏ କୁକୁର ମୁହଁରେ ପ୍ଲାଷ୍ଟିକ୍ ଡବା ପୁରାଇ ଦେଇଥିଲା। ଆଉ ତାହା ବାହାର କରି ନପାରି ସେ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା। ମାତ୍ର ଜଣେ ବ୍ୟକ୍ତି ଏହା ଦେଖିବା ପରେ ତାଙ୍କୁ ସୁରକ୍ଷିତ ଭାବରେ ପ୍ଲାଷ୍ଟିକ୍ ଡବା କୁ କାଟି ବାହାର କରି ଦେଇଥିଲେ।

 

୨- ଅନ୍ୟ ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା କି, ଗୋଟିଏ ଗାଈ ଖାଇବା ଆଶାରେ ଗଛ ରେ ହୋଇଥିବା ବଡ଼ ଗାତରେ ଘାସ ଖାଇବା ପାଇଁ ମୁହଁ ପୁରାଇ ଦେଇଥିଲା। କିନ୍ତୁ ତା ମଧ୍ୟରୁ ସେ ମୁହଁ ବାହାର କରି ପାରିନଥିଲା। କିନ୍ତୁ ଜଣେ ସହୃଦୟ ବ୍ୟକ୍ତି ଏହାକୁ ଦେଖି କୁରାଢ଼ି ରେ ତା ପାଖ କାଟି ଦେଇ ଗାଈ ର ମୁହଁ କୁ ବାହାର କରି ଥିଲେ।


୩- ସେହିପରି ଅନ୍ୟ ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା କି, ଗୋଟିଏ କୁକୁର ଛୁଆ ରାସ୍ତା କଡ଼ରେ ଥିବା ନାଳ ରେ ପଡ଼ିଯାଇଥିଲା ,ସେଠାରୁ ସେ ବାହାରି ପାରୁନଥିଲା। ତେବେ ଏହାକୁ ଦେଖି ଜଣେ ଯୁବତୀ ନିଜେ ନାଳକୁ ଓହ୍ଲାଇ କୁକୁର ଛୁଆ ର ରକ୍ଷା କରିଥିଲେ।

 

୪- ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା କି, ଗୋଟିଏ ଭାଲୁ ଜଙ୍ଗଲରେ ପଡ଼ିଥିବା ପ୍ଲାଷ୍ଟିକ୍ ଡବା ମଧ୍ୟରେ ମୁଣ୍ଡ ପୁରେଇ ଦେଇଥିଲା। ଆଉ ସେହିପରି କଷ୍ଟ ପାଉଥିଲା। ତେବେ ଜଣେ ବ୍ୟକ୍ତି ଏହାକୁ ଦେଖି ତାକୁ ନିଜ ସହ ପଶୁ ଡାକ୍ତରଙ୍କ ପାଖକୁ ଆଣି ଚିକିତ୍ସା କରିଥିଲେ।

୫- ସେହିପରି ଅନ୍ୟ ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା କି, ଗୋଟିଏ ନାଗ ସାପ ବେକ ରେ ପ୍ଲାଷ୍ଟିକ୍ ଜୁସ୍ ବୋଟଲ ପଶି ଯାଇଥିଲା। କିନ୍ତୁ ଲୋକମାନେ ଏହା ଦେଖି ଜଙ୍ଗଲ ବିଭାଗ ପକ୍ଷରୁ ତାର ଚିକିତ୍ସା କରାଯାଇଥିଲା।

୬- ସେହିପରି ଅନ୍ୟ ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା କି, ଗୋଟିଏ କୁକୁର ପାଣି ମଧ୍ୟରେ ପଶିଯାଇ କାଦୁଅ ରେ ଫସି ଯାଇଥିଲା। କିନ୍ତୁ କେତେକ ଲୋକ ଏହାକୁ ଦେଖି ତାକୁ ବହୁତ କଷ୍ଟରେ ସେହି ପଙ୍କ ମଧ୍ୟରୁ ବାହାର କରିଥିଲେ।

ତେବେ ଏହିପରି ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଦେଖିଲେ ଆପଣମାନେ ମଧ୍ୟ କହିବେ କି, ବର୍ତ୍ତମାନ ର ଏହି ସ୍ୱାର୍ଥପର ଦୁନିଆରେ ମାନବିକତା ରହିଛି।