dr. Arundhati-କ୍ୟାନସର ହେଲେ କେଉଁ ଲକ୍ଷଣ ଦେଖାଯାଏ ? କେମିତି ଜାଣିବେ…

0 13,634

ଆମ ପୃଥିବୀ ରେ ପ୍ରତି ମିନିଟ ରେ ପ୍ରାୟ 17 ଜଣ କର୍କଟ ରୋଗ ରେ ପଡ଼ୁଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଯେଉଁ ରୋଗୀ ମାନେ ଆସୁଛନ୍ତି ସେମାନେ ସାଧାରଣତଃ ଆଡ଼ଭାନ୍ସ ଷ୍ଟେଜ ରେ ଆସୁଛନ୍ତି | ଯାହା ଦ୍ୱାରା ଏଥିରେ ରୋଗ ଭଲ ହେବା ସମ୍ଭାବନା କମ ଦେଖା ଯାଇ ଥାଏ, ତେଣୁ ସାଧାରଣତଃ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଥାଏ | ତେବେ ଆମ ଶରୀର ବିଭିନ୍ନ ପ୍ରକାର ର ଜୀବକୋଷ ରହି ଥାଏ, ସେହି ଜୀବକୋଷ ରୁ ହିଁ କର୍କଟ ରୋଗ ଆସି ଥାଏ | ତେଣୁ ସାଧାରଣତଃ ଏହି କର୍କଟ ରୋଗ କୁ 4 ଭାଗରେ ବିଭକ୍ତ କରାଯାଇଛି |

ପ୍ରଥମ ଟି ହେଉଛି କାର୍ଷିନମା, ଦ୍ୱିତୀୟ ଟି ହେଉଛି ସାର୍କମା, ତୃତୀୟ ଟି ହେଉଛି ଲ୍ୟୁକ୍ୟୁମା ଓ ଚତୁର୍ଥ ଟି ହେଉଛି ଲିଭମା | କୌଣସି ବ୍ୟକ୍ତି ର ଯଦି ଏହି 7 ଟି ଲକ୍ଷଣ ଦେଖା ଯାଇ ଥାଏ ତେବେ ଆମେ ଭାବି ନେବା ଯେ ତାକୁ କର୍କଟ ରୋଗ ହେବାର ସମ୍ଭାବନା ଅଛି, ତେବେ ଆସନ୍ତୁ ଏହି ଲକ୍ଷଣ ସମ୍ପର୍କ ରେ ଆଲୋଚନା କରିବା |

1. ଆପଣଙ୍କ ଶରୀର ଯଦି କୌଣସି ସ୍ଥାନ ରେ ଘା ବା କ୍ଷତ ଟିଏ ହେଉଛି ତେବେ ତାହା ବହୁତ ଦିନ ଶୁଖିଲା ନାହିଁ |

2. ସ୍ତନ ରେ ଏକ ଆବୁ ହୋଇଛି ଆଉ ସେହି ଆବୁ ଟି କ୍ରମଶଃ ବଢ଼ି ଚାଲିଲା | ସବୁ ଆବୁ ଯେ କର୍କଟ ରୋଗ ତାହା ନୁହେଁ କିନ୍ତୁ ଯଦି ଆବୁ ଟି ବଢ଼ି ଚାଲୁଛି ତେବେ ତାହେଲେ ଆମର ସନ୍ଦେହ କରିବା ଉଚିତ |

3. କୌଣସି ମହିଳା ଙ୍କର 50 କି 55 ବର୍ଷ ହୋଇ ଋତୁଶ୍ରାବ ବନ୍ଦ ହେଲା ପରେ ବି ଯଦି ବ୍ଲିଡିଙ୍ଗ ହୁଏ ତେବେ ଆମେ ପରୀକ୍ଷା କରି ନେବା ଉଚିତ |

4. କୌଣସି ବ୍ୟକ୍ତି ଙ୍କର ବହୁତ ଦିନ କାଶ ଲାଗି ରହୁଛି ଆଉ କାଶରୁ କଫ ହୋଇ ରକ୍ତ ପଡୁଛି ତାହେଲେ ସେଥିରେ ଫୁସଫୁସ କର୍କଟ ରୋଗ ହେବାର ସମ୍ଭାବନା ଥାଏ |

5. କୌଣସି ବ୍ୟକ୍ତି ଙ୍କର ବହୁତ ଦିନ ଧରି ବଦ ହଜମ ହେଲା ଅର୍ଥାତ ଖାଦ୍ୟ ରେ ହଜମ ହେଲା ନାହିଁ, ବାନ୍ତି ହେଲା ତାହେଲେ ମଧ୍ୟ ସେଥିରେ ସନ୍ଦେହ କରିବା ଉଚିତ |

6. କୌଣସି ବ୍ୟକ୍ତି ଙ୍କର ଝାଡ଼ା ରେ ବା ପରିସ୍ରା ରେ ରକ୍ତ ପଡ଼ିଲା ବା ଝାଡ଼ା ପରିସ୍ରା କରିବାରେ କଷ୍ଟ ହେଲା ତେବେ ସେଥିରେ ମଧ୍ୟ ସନ୍ଦେହ କରିବା ଉଚିତ |


7. ଦେହରେ ଏକ କଳାଯାଇ ଅଛି ଯଦି ସେହି କଳାଯାଇ ଟି କ୍ରମଶଃ ବଢିଲା ଆଉ ତାହା ଖଣ୍ଡିଆ ହୋଇ ରକ୍ତ ବାହାରିଲା ତେବେ ସେଥିରେ ମଧ୍ୟ ଆମେ ସନ୍ଦେହ କରି ନେବା ଉଚିତ |

ଏହା ମଧ୍ୟ କହି ଦେବାକୁ ଚାହିଁବୁ ଯେ ଏଭଳି ଲକ୍ଷଣ ଥିବା ମାନେ କର୍କଟ ରୋଗ ହୋଇଛି ବୋଲି ସୁନିଶ୍ଚିତ ନୁହେଁ, କିନ୍ତୁ ଆମେ ସଙ୍ଗେ ସଙ୍ଗେ ପରୀକ୍ଷା କରି ନେବା ଉଚିତ | ତେବେ ଏହାର ନିରୂପଣ ପାଇଁ ଆମେ ସମସ୍ତେ ହାତ ବଢାଇବା ଉଚିତ କାରଣ ଗାଁ ଗହଳି ରେ କର୍କଟ ରୋଗ ହେଲେ ସେମାନେ ସଚେତନ ହେଉ ନାହାଁନ୍ତି ଏବଂ ଜାଣି ପାରୁ ନାହାଁନ୍ତି ଆଉ ଯେତେବେଳେ ହସ୍ପିଟାଲ ଯାଉଛନ୍ତି ସେତେବେଳେ ତୃତୀୟ ବା ଚତୁର୍ଥ ଅବସ୍ଥା ରେ ଯାଉଛନ୍ତି ଯାହାଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।